Odisha Student Elections / Gen-Zଙ୍କ ଦ୍ବାରା ପ୍ରତ୍ୟାଖ୍ୟାନ ପରେ ନବୀନଙ୍କୁ ଘାରିଛି କି ଭୟ ? ଗଣମାଧ୍ୟମରେ ମିଛ ଦାବି କଲେ ବିଜେଡି ସୁପ୍ରିମୋ
·1 hour ago·3 min read

Key Points
Gen-Zଙ୍କ ରାୟରେ ବିଜେଡିକୁ ଝଟକା
ନବୀନଙ୍କ ୫୦-୬୦% ବିଜୟ ଦାବିକୁ ନେଇ ପ୍ରଶ୍ନ
କ୍ୟାମ୍ପସରେ ABVPର ଦବଦବା
ନବୀନଙ୍କ ୫୦-୬୦% ବିଜୟ ଦାବିକୁ ନେଇ ପ୍ରଶ୍ନ
କ୍ୟାମ୍ପସରେ ABVPର ଦବଦବା
୮ ବର୍ଷ ପରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ସରିଛି । କ୍ୟାମ୍ପସରେ ଭୋଟ ଗଣତି ସରିବା ପରେ ସାମ୍ନାକୁ ଆସିଛି ଜନାଦେଶର ଏକ ସ୍ପଷ୍ଟ ଚିତ୍ର । ଜୋରଦାର ବାଜିମାତ୍ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ- ABVP । ଆଉ ସବୁଠୁ ବଡ଼ ଚମକାଇଲା ଭଳି କଥା ହେଉଛି, କ୍ୟାମ୍ପସ ଫଳାଫଳରେ ନିରାଶାଜନକ ପ୍ରଦର୍ଶନ ସତ୍ତ୍ୱେ, ଜାତୀୟ ଗଣମାଧ୍ୟମ ଓ ବିଜେଡି ଦଳୀୟ କାର୍ଯ୍ୟାଳୟରୁ ଆସିଛି ଅଜବ ଦାବି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାବି କରିଛନ୍ତି ଯେ, ୫୦ରୁ ୬୦ ପ୍ରତିଶତ କଲେଜ-ୟୁନିଭରସିଟିରେ କୁଆଡ଼େ ବିଜେଡି ଜିତିଛି । ପ୍ରଶ୍ନ ଉଠୁଛି- ଯେତେବେଳେ ପ୍ରତ୍ୟେକଟି କ୍ୟାମ୍ପସରେ ABVPର ବିଜୟ ପତାକା ଉଡ଼ୁଛି, ସେତେବେଳେ କେଉଁ ଆଧାରରେ ଏଭଳି ଅମୂଳକ ଓ ମିଛ ଦାବି କରୁଛି ବିଜେଡି ? ସତକୁ ଲୁଚାଇ ଯୁବପିଢ଼ିଙ୍କ ନିକଟତର ହେବାକୁ ବିଜେଡିର ଏହା ବୃଥା ପ୍ରୟାସ ନୁହେଁ ତ ?
ଦୀର୍ଘ ୮ ବର୍ଷର ଅପେକ୍ଷା ଓ ଅନେକ ପ୍ରତିବନ୍ଧକ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶେଷ ହୋଇଛି ବହୁ ପ୍ରତିକ୍ଷୀତ ଛାତ୍ର ସଂସଦ ନିର୍ବାଚନ । ଫଳାଫଳ ସାମ୍ନାକୁ ଆସିବା ପରେ କ୍ୟାମ୍ପସରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜୋରଦାର ଲହର ଓ ଏକଚାଟିଆ ଦବଦବା ଦେଖିବାକୁ ମିଳିଛି । Gen-Z ବିଜୁ ଛାତ୍ର ଜନତା ଦଳକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିବା ବେଳେ ନବୀନ ପଟ୍ଟନାୟକଙ୍କ ମିଛ ଦାବିକୁ ନେଇ ଏବେ ରାଜନୀତି ସରଗରମ ହୋଇଛି ।
ମୋଟ୍ ୧୩ଟି ବିଶ୍ବବିଦ୍ୟାଳୟରୁ ୮ଟି କବଜା କରିଛି ABVP । ବିଜୁ ଛାତ୍ର ଜନତା ଦଳ- BCJD ୫ଟିରେ ସନ୍ତୁଷ୍ଟ ହୋଇଥିବାବେଳେ କଂଗ୍ରେସର ଛାତ୍ର ସଂଗଠନ- NSUI ଓ ସ୍ୱାଧୀନ ପ୍ରାର୍ଥୀ ଖାତା ଖୋଲିପାରି ନାହାନ୍ତି । ସେହିପରି ପ୍ରାୟ ୩୦୩ଟି ମହାବିଦ୍ୟାଳୟର ଫଳାଫଳ ହସ୍ତଗତ ହୋଇଥିବାବେଳେ ସର୍ବାଧିକ ୧୫୪ଟି କଲେଜରେ ବାଜିମାତ୍ କରିଛି ABVP । ୧୧୧ଟି ଆସନ ପାଇ BCJD ଦ୍ବିତୀୟରେ ରହିଥିବାବେଳେ ୩୨ଟି କଲେଜରେ କ୍ୟାମ୍ପସକୁ କବଜା କରିଛନ୍ତି ସ୍ବାଧୀନ ପ୍ରାର୍ଥୀ । ବହୁ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇସାରିଥିବା କଂଗ୍ରେସର ଛାତ୍ର ସଂଗଠନ NSUI ମାତ୍ର ୬ଟି ସ୍ଥାନରେ ସୀମିତ ରହି ଏକପ୍ରକାର ଅମାନତ ହରାଇଛି ।
ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟ ପରେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ୍ କରି ବିଜେଡି ନେତ୍ରୀ ସୁଜାତା ରାଉତ ଅମୂଳକ ଦାବି କରିଛନ୍ତି । ହେଲେ ବାସ୍ତବ ତଥ୍ୟ ଓ ଦାବି ମଧ୍ୟରେ ଏତେ ବଡ଼ ପାର୍ଥକ୍ୟ ଦେଖିବା ପରେ ସାଧାରଣରେ ପ୍ରଶ୍ନ ଉଠୁଛି-
Gen-Zଙ୍କ ପ୍ରତ୍ୟାଖ୍ୟାନ ପରେ ନବୀନଙ୍କୁ ଭୟ ଘାରିଛି କି ?
ଅନ୍ୟପକ୍ଷରେ ଓଡ଼ିଶା ଛାତ୍ର ସଂସଦ ନିର୍ବାଚନରେ ABVPର ବିପୁଳ ବିଜୟ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି । ଲେଖିଛନ୍ତି- 'ପଞ୍ଜାବ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରେ ଏବେ ଓଡ଼ିଶାରେ ABVPର ଏହି ବିଜୟ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଦେଶର ଯୁବଶକ୍ତି ମିଥ୍ୟା, ଭ୍ରମ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତିଙ୍କ ସହ ନୁହେଁ, ବରଂ 'ରାଷ୍ଟ୍ର ପ୍ରଥମ' ବିଚାରଧାରା ସହ ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି । Gen-Zକୁ ଆଉ ସ୍ଲୋଗାନ କିମ୍ବା ଆନ୍ଦୋଳନଜୀବୀମାନେ ଭ୍ରମିତ କରିପାରିବେ ନାହିଁ ।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରୁ ୮ଟି ଓ ୩୦୩ଟି କଲେଜରୁ ୧୫୪ଟିରେ ABVPର ଏକଚାଟିଆ ବିଜୟ ସ୍ପଷ୍ଟ ପ୍ରମାଣିତ କରୁଛି ଯେ, ରାଜ୍ୟର ଯୁବଶକ୍ତି ଆଉ କୌଣସି ଭ୍ରମ କିମ୍ବା ମିଛ ସ୍ଲୋଗାନରେ ଫସିବାକୁ ପ୍ରସ୍ତୁତ ନୁହନ୍ତି । ପ୍ରଶାସନିକ ଦୂରୁପଯୋଗ ଓ ଅର୍ଥ ବଳର ବାହାନା ଦେଖାଇ ଆତ୍ମସନ୍ତୋଷ ଲୋଡ଼ୁଥିବା ବିଜେଡି ନେତୃବୃନ୍ଦଙ୍କୁ ଏବେ ନିଜର ଭୁଲ୍ ନୀତି ଓ ଯୁବସମାଜଠାରୁ ଦୂରେଇ ଯାଉଥିବା ଜନାଦେଶ ଉପରେ ଆତ୍ମସମୀକ୍ଷା କରିବାର ବେଳ ଆସିଛି ।
Related Topics
Explore more stories