|
logo
Live
Argus News App
GET APP

Argus News - ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ପ୍ରଶ୍ନ କରି ସୋନିଆଙ୍କୁ ମୋକିମଙ୍କ ଚିଠି, କହିଲେ- 'କର୍ମୀଙ୍କ ମନୋବଳ ଭାଙ୍ଗୁଛି'

Politics

Odisha Politics / ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ପ୍ରଶ୍ନ କରି ସୋନିଆଙ୍କୁ ମୋକିମଙ୍କ ଚିଠି, କହିଲେ- 'କର୍ମୀଙ୍କ ମନୋବଳ ଭାଙ୍ଗୁଛି'

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ପ୍ରଶ୍ନ କରି ସୋନିଆଙ୍କୁ ମୋକିମଙ୍କ ଚିଠି, କହିଲେ- 'କର୍ମୀଙ୍କ ମନୋବଳ ଭାଙ୍ଗୁଛି'
Moquim Slams Odisha Congress Leadership

Key Points

ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ମହମ୍ମଦ ମୋକିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇ ମୋକିମ୍ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି ।
ଭୁବନେଶ୍ଵର: କଂଗ୍ରେସ ନେତୃତ୍ଵକୁ ମୋକିମଙ୍କ ଚ୍ୟାଲେଞ୍ଜ । ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ମହମ୍ମଦ ମୋକିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇ ମୋକିମ୍ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି ।

ଆବେଗଭରା ଚିଠିରେ ମୋକିମ ଓଡ଼ିଶାରେ କଂଗ୍ରେସ ସ୍ଥିତି ଏବଂ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଲେଖିଛନ୍ତି, "ଏବେ କଂଗ୍ରେସ ଦଳ ପାଇଁ ସତର୍କର ଘଣ୍ଟା ବାଜୁଛି । ଓଡ଼ିଶାରେ ଦଳ ୬ଥର କ୍ରମାଗତ ଭାବେ ହାରିଲାଣି । ଦଳର ସ୍ଥିତି ଭୌଗଳିକ, ସାଂଗଠନିକ ଏବଂ ଭାବ ପ୍ରବଣତାରେ କମୁଛି । ଦଳରେ ଘନିଷ୍ଠ କର୍ମୀଙ୍କୁ ଅଣଦେଖା କରାଯାଉଛି ।"

ଏଥିସହ ପଢ଼ନ୍ତୁ: କଂଗ୍ରେସରେ 'ବିଭୀଷଣ କିଏ' ? ଭକ୍ତ କହିଲେ ହେବ କାର୍ଯ୍ୟାନୁଷ୍ଠାନ

ବୁଥ୍‌ରୁ ନେଇ ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସବୁଠୁ କଂଗ୍ରେସ କର୍ମୀଙ୍କୁ ଅଣଦେଖା କରାଯାଉଛି । ବିଶ୍ଵସ୍ତ କଂଗ୍ରେସ କର୍ମୀ ଦଣ୍ଡ ପାଉଛନ୍ତି । କ୍ରମାଗତ ଭାବେ ଭୁଲ୍ ନିଷ୍ପତ୍ତି, ଭୁଲ୍ ଲୋକ ହାତରେ ଦଳର କ୍ଷମତା ଯୋଗୁଁ ସାଂଗଠନିକ ଦୂରତା ବଢ଼ିବାରେ ଲାଗିଛି ।

ଓଡ଼ିଶାରେ ନେତୃତ୍ଵ ସଂକଟ

ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି । ୨୦୨୩ରେ ୧୮ ନେତାଙ୍କୁ ଦିଲ୍ଲୀ ଡାକି ଶରତ ପଟ୍ଟନାୟକଙ୍କୁ ସଭାପତି କରାଯାଇଥିଲା । ୬ଥର ଲୋକସଭା ନିର୍ବାଚନ ହାରିଥିବା ଶତରଙ୍କୁ ଦାୟିତ୍ଵ ଦଳକୁ ଭିତରକୁ ଦୁର୍ବଳ କଲା । ତାଙ୍କ ନେତୃତ୍ଵରେ ଦଳ ସାଧାରଣ ନିର୍ବାଚନ ମାତ୍ର ୧୩ ପ୍ରତିଶତ ଭୋଟ୍ ପାଇଲା । ସେ ନିଜେ ହାରିଲେ ।

ଭକ୍ତଙ୍କ ଗୋହି ଖୋଳିଲେ

୨୦୨୫ରେ ଭକ୍ତ ଦାସଙ୍କୁ ଦାୟିତ୍ୱ ଦିଆଗଲା । ଯିଏକି ନିଜେ ୩ଟି ନିର୍ବାଚନ ହାରିଛନ୍ତି । କଂଗ୍ରେସ ବିଚାର ଧାରାଠାରୁ ଭକ୍ତଙ୍କ ବିଚାର ଧାରା ଭିନ୍ନ । ନିଜ ସଂସଦୀୟ କ୍ଷେତ୍ରରେ ନୂଆପଡ଼ା ଉପନିର୍ବାଚନରେ ଭକ୍ତଙ୍କ ନେତୃତ୍ୱରେ କଂଗ୍ରେସ ୮୩ ହଜାର ଭୋଟ୍ ବ୍ୟବଧାନରେ ହାରିଛି । ଯେଉଁଠି ଜଣେ ନେତାଙ୍କ ଉପରେ ନିଜ ଅଞ୍ଚଳବାସୀ ବିଶ୍ଵାସ କରୁନାହାନ୍ତି ସେଠି ନିହାତି ଭାବେ କର୍ମୀଙ୍କ ମନୋବଳ ଭାଙ୍ଗିବ ।

ଭକ୍ତଙ୍କ ପୁଅ କୋଶଳ ରାଜ୍ୟ ପାଇଁ ଦାବି କରୁଛନ୍ତି । ସେଥିରେ ଭକ୍ତ ତାଙ୍କୁ ସହଯୋଗ କରୁଛନ୍ତି । ଏବେ କଂଗ୍ରେସ କର୍ମୀ ଦିଶାହୀନ ଓ ଦ୍ଵନ୍ଦ୍ଵରେ ବୋଲି ଲେଖିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ୍ ।

ଏଥିସହ ପଢ଼ନ୍ତୁ: ଦିନକରେ ୯ ହଜାର ବଢ଼ିଲା ରୁପା ଦାମ; କେଜି ପିଛା ୨ ଲକ୍ଷ ଟପିଲା... ସୁନା ହେଲା ଶସ୍ତା

ରାହୁଲ ଗାନ୍ଧୀଙ୍କୁ ଭେଟି ପାରୁନି

ପାଖାପାଖି ୩ ବର୍ଷ ହେଲା ମହମ୍ମଦ ମୋକିମ୍ ରାହୁଲ ଗାନ୍ଧୀଙ୍କୁ ଦେଖା କରିବାକୁ ଚାହୁଁଥିଲେ ବି ଭେଟି ପାରୁନାହାନ୍ତି । ଏବେ ସିଏ ସୋନିଆଙ୍କୁ ଦେଇଥିବା ଚିଠି ବ୍ୟକ୍ତିଗତ ଅଭିଯୋଗ ନୁହେଁ ବରଂ ଦଳର କର୍ମୀଙ୍କ ଭାବପ୍ରବଣ ବାର୍ତ୍ତା ବୋଲି କହିଛନ୍ତି ।

ରାହୁଲଙ୍କ ଭେଟି ନ ପାରିବା ଦଳର ନେତୃତ୍ଵ ଏବଂ ତୃଣମୂଳ ସ୍ତରର କର୍ମୀଙ୍କ ମଧ୍ୟରେ ବଢ଼ୁଥିବା ଦୂରତାକୁ ଦର୍ଶାଉଛି । କର୍ମୀ ମାନେ ଦଳ ଠାରୁ ଭାବନାତ୍ମକ ଭାବେ ଦୂରଉଛନ୍ତି । ବୁଥ କର୍ମୀ, ବ୍ଲକ ସଭାପତି ଓ ଜିଲ୍ଲା ସ୍ତରୀୟ ନେତାଙ୍କୁ ଦଳରେ ଅଣଦେଖା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics: ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ପ୍ରଶ୍ନ କରି ସୋନିଆଙ୍କୁ ମୋକିମଙ୍କ ଚିଠି, କହିଲେ- 'କର୍ମୀଙ୍କ ମନୋବଳ ଭାଙ୍ଗୁଛି' | Argus News