Silver Price / ଦିନକରେ ୯ ହଜାର ବଢ଼ିଲା ରୁପା ଦାମ; କେଜି ପିଛା ୨ ଲକ୍ଷ ଟପିଲା... ସୁନା ହେଲା ଶସ୍ତା
·3 months ago·2 min read

Key Points
ପ୍ରଥମଥର ପାଇଁ ରୁପା କେଜି ପିଛା ମୂଲ୍ୟ ୨ ଲକ୍ଷ ପାର୍ କରିଛି । ଆଜି ଚେନ୍ନାଇରେ ରୁପା କେଜି ପିଛା ଦର ରହିଛି ୨ ଲକ୍ଷ ୭ ହଜାର ଟଙ୍କା ।
ନୂଆଦିଲ୍ଲୀ: ମହଙ୍ଗା ହେଲା ରୁପା । ଦିନକରେ ରୁପା ଦର ୯ ହଜାର ଟଙ୍କା ବୃଦ୍ଧି ପାଇଛି । ଏଥିସହ ପ୍ରଥମଥର ପାଇଁ ରୁପା କେଜି ପିଛା ମୂଲ୍ୟ ୨ ଲକ୍ଷ ପାର୍ କରିଛି । ଆଜି ଚେନ୍ନାଇରେ ରୁପା କେଜି ପିଛା ଦର ରହିଛି ୨ ଲକ୍ଷ ୭ ହଜାର ଟଙ୍କା ।
ସେହିଭଳି ଦିଲ୍ଲୀରେ ରୁପା ଦାମ ୧ ଲକ୍ଷ ୯୯ ହଜାର ଟଙ୍କା ରହିଛି । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ରୁପା ସର୍ବକାଳୀନ ରେକର୍ଡ ଭାଙ୍ଗି ଚଢ଼ା ଦାମରେ ବିକ୍ରି ହେଉଛି । ଜୁଏଲାରୀ ବାଦ୍ ରୁପାର ବ୍ୟବହାର ମୋବାଇଲ୍ ଓ ବ୍ୟାଟେରି ତିଆରି ସହ ସୋଲାର ପ୍ୟାନେଲ୍ ହେଉଛି । କିନ୍ତୁ ଆବଶ୍ୟକତା ଅନୁସାରେ ବଜାରରେ ରୁପା ଉପଲବ୍ଧ ନାହିଁ ।
ଏଥିସହ ପଢ଼ନ୍ତୁ: ଆମେରିକାର ନୂଆ ଭିସା ନିୟମକୁ ନେଇ ଚିନ୍ତାରେ ଭାରତୀୟ, ବାତିଲ୍ ହେଉଛି ପୂର୍ବ ସାକ୍ଷାତକାର ତାରିଖ
ଅନ୍ୟପଟେ ଆଶା ରହିଛି ଆମେରିକା ଶୀଘ୍ର ହିଁ ସୁଧ ହାର ହ୍ରାସ କରିବ । ଏଭଳି ସ୍ଥିତିରେ ଲୋକେ ସେମାନଙ୍କ ନିବେଶକୁ ସୁନା ଓ ରୁପାରେ ଲଗାଉଛନ୍ତି । ଫଳରେ ସୁନା ଭଳି ରୁପାର ଚାହିଦା ବଢ଼ିବା ସହ ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି ।
ଚଳିତ ବର୍ଷ ଆରମ୍ଭରେ ରୁପା କେଜି ପିଛା ଲକ୍ଷେ ୩୩୩ ଚଙ୍କା ରହିଥିଲା । ବର୍ଷକ ଭିତରେ ଦର ପ୍ରାୟ ୧ ଲକ୍ଷ ଟଙ୍କା ବଢ଼ିଛି । ଅର୍ଥାତ୍ ରୁପା ଦର ବର୍ଷକରେ ଦୁଇ ଗୁଣ ହୋଇଛି ।
ସୁନାର ସ୍ଥିତି କ'ଣ ?
ରୁପା ଅଧିକ ଚମକୁଥିବା ବେଳେ ସର୍ବକାଳୀନ ରେକର୍ଡରୁ ତଳକୁ ଖସିଛି ସୁନା । ସର୍ବକାଳୀ ରେକର୍ଡ ୧ ଲକ୍ଷ ୩୪ ହଜାର ୨୪ ଟଙ୍କାରୁ ସୁନା ୧୦ ଗ୍ରାମ ପ୍ରତି ୩ ହଜାର ୫୨୨ ଟଙ୍କା ଶସ୍ତା ହୋଇଛି । ଚଳିତ ସପ୍ତାହରେ ସୁନା ଧର ଖସିଛି । ଗତ ଶୁକ୍ରବାର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୨୯ ହଜାର ୫୯୨ ଟଙ୍କା ଥିଲା । ଯାହା ମଙ୍ଗଳବାର ସନ୍ଧ୍ୟାରେ ୧ ଲକ୍ଷ ୨୭ ହଜାର ୯୭୪ ଟଙ୍କାକୁ ଖସି ଆସିଛି ।
ଏଥିସହ ପଢ଼ନ୍ତୁ: ଟ୍ରେନ୍ର AC କୋଚ୍ରେ ଶୋଇଥିଲେ ଯାତ୍ରୀ, ୫ କୋଟିର ସୁନା ବ୍ୟାଗ୍ ନେଇଗଲା ଚୋର
ଆଜି ରାଜଧାନୀ ଭୁବନେଶ୍ଵରରେ ୨୪ କ୍ୟାରେଟ୍ ସୁନା ଦର ୧ ଗ୍ରାମ ପ୍ରତି ୧୩ ହଜାର ୯ ଟଙ୍କା ରହିଛି । ସେହିଭଳି ୨୨ କ୍ୟାରେଟ୍ ସୁନା ୧ ଗ୍ରାମ ପ୍ରତି ୧୧ ହଜାର ୯୨୫ ଟଙ୍କା ଥିବାବେଳେ ୧୮ କ୍ୟାରେଟ୍ ସୁନା ୧ ଗ୍ରାମ ପ୍ରତି ୯ ହଜାର ୭୫୭ ଟଙ୍କା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories