Videos
|
Politics

Congress PAC Meeting / ନୂଆ ପ୍ରଭାରୀ ଫିଲ୍‌ କଲେ ଦଳର ପୁରୁଣା ରୋଗ, ଲାଲଜୀ ଦେଲେ ଗୁର ମନ୍ତ୍ର...ବାଡିଆପିଟା ଛାଡ଼ ଏକ ହୁଅ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ନୂଆ ପ୍ରଭାରୀ ଫିଲ୍‌ କଲେ ଦଳର ପୁରୁଣା ରୋଗ, ଲାଲଜୀ ଦେଲେ ଗୁର ମନ୍ତ୍ର...ବାଡିଆପିଟା ଛାଡ଼ ଏକ ହୁଅ
Congress

Key Points

ନୂଆ ପ୍ରଭାରୀ ଫିଲ କଲେ ଦଳର ପୁରୁଣା ରୋଗ
ନୋ କ୍ୟାପିଟାଲ, ସିଧା ଗ୍ରାଉଣ୍ଡ ଜିରୋକୁ ଯାଅ
ଖୁବ୍ ଜଲଦି ପଞ୍ଚାୟତ ବୁଲିବେ ପ୍ରଭାରୀ


କଂଗ୍ରେସ ରାଜନୈତିକ ବ୍ୟାପାର କମିଟିର ବୈଠକରେ ରାଜ୍ୟ ପ୍ରଭାରୀ ଲାଲଜୀଙ୍କ ଗୁରୁମନ୍ତ୍ର । ବାଡିଆପିଟା ଛାଡ଼ି ପିସିସି ସଭାପତିଙ୍କ ସହ ମିଶି ଏକାଠି କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ କଂଗ୍ରେସକୁ ଆଗକୁ ନେବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି । ପଂଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ସହ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିବାକୁ ଦଳୀୟ ନେତାଙ୍କୁ ଦିଆଯାଇଛି ଟାସ୍କ ।

ବଦଳିଲେ ପ୍ରଭାରୀ, ହେଲେ ମନ୍ତ୍ର ପୁରୁଣା । ଦଳର ଗୋଷ୍ଠୀ କନ୍ଦଳ ଜଳ ଜଳ । ଆସୁ ଆସୁ ଫିଲ୍‌ କରିଦେଲେ ଲାଲଜୀ । ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି ବୈଠକରେ ରୋକ୍‌ ଠୋକ୍‌ ଶୁଣାଇଛନ୍ତି ପ୍ରଭାରୀ ଲାଲଜୀ ଦେଶାଇ । ଗତକାଲି ଜିଲ୍ଲା ସଭାପତିଙ୍କ ସହ ୱାନ ଟୁ ୱାନ ଆଲୋଚନା ପରେ ଆଜି ବସିଥିଲା ପିଏସି ବୈଠକ । ଦଳର ଅନେକ ବରିଷ୍ଠ ନେତା ପ୍ରଭାରୀଙ୍କ ଆଗରେ ନିଜ ମତ ରଖିଥିଲେ । ତେବେ ଦଳର ଭୋଟ୍‌ ହାର ଖସିବା ଓ ସଂଗଠନ ରାଜ୍ୟରେ ଦୁର୍ବଳ ହେବା ନେଇ ଚିନ୍ତା ପ୍ରକଟ କରିଥିଲେ ପ୍ରଭାରୀ । ବଡ଼ କଥା ହେଉଛି ଗୋଷ୍ଠୀ ବିବାଦ ନ କରି ସଭାପତିଙ୍କ ସହ ମିଶି ଏକାଠି କାମ କରିବାକୁ ପରାମର୍ଶ ଦେଇଛନ୍ତି ଲାଲଜୀ ।

ଦ୍ଵିତୀୟ ପର୍ଯ୍ୟାୟରେ କିଛି ବରିଷ୍ଠ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ପ୍ରଭାରୀ । ରାଜ୍ୟ କଂଗ୍ରେସ କିଭଳି ଆଗକୁ ଯିବ ସେନେଇ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି । ଖୁବ୍ ଜଲଦି ପ୍ରଭାରୀ ପଞ୍ଚାୟତ ବୁଲିବେ । ପଂଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ସହ ସରକାର ବିଫଳତାକୁ ଅସ୍ତ୍ର କରିବାକୁ ଦଳୀୟ ନେତାଙ୍କୁ ଦିଆଯାଇଛି ଟାସ୍କ ।  ନୂଆ ପ୍ରଭାରୀଙ୍କ ଟାସ୍କ କେତେ ଦୂର ରୂପାୟନ ହେଉଛି ଓ ନେତାଙ୍କ ଭିତରେ କେତେ ସମନ୍ୱୟ ରହୁଛି ତାହା ଦେଖିବାକୁ ଅପେକ୍ଷା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Congress In-Charge Lalji Desai Urges Unity Ahead of Panchayat Polls | Argus News