Odisha Politics / ନୂଆ ଟିମ୍ ଘୋଷଣାର ୨୪ ଘଣ୍ଟା ନପୂରୁଣୁ କଂଗ୍ରେସରେ ଅସନ୍ତୋଷ
·36 mins ago·2 min read

Key Points
କାହାକୁ ମିଳିଛି ଆଶାଠୁ ବଡ଼ ପଦ
ଆଉ କାହାକୁ କରାଯାଇଛି କୋଣଠେସା
ଭକ୍ତଙ୍କ ଜୁମ୍ବୋ ଟିମକୁ ନେଇ ତେଜିଲା ଅସନ୍ତୋଷ
ଆଉ କାହାକୁ କରାଯାଇଛି କୋଣଠେସା
ଭକ୍ତଙ୍କ ଜୁମ୍ବୋ ଟିମକୁ ନେଇ ତେଜିଲା ଅସନ୍ତୋଷ
ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଚରଣ ଦାସ ଦ୍ୱିତୀୟ ଥର ପାଇଁ ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି । ଟିମ୍ ଘୋଷଣାକୁ ୨୪ ଘଣ୍ଟା ନପୂରୁଣୁ ଦଳ ଭିତରେ ତେଜିଛି ଅସନ୍ତୋଷର ନିଆଁ । ରାୟଗଡ଼ାରୁ ବିଷମକଟକ ପର୍ଯ୍ୟନ୍ତ କଂଗ୍ରେସ ଶିବିରରେ ଫୁଟୁଛି ଅସନ୍ତୋଷ ।
ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେତାଙ୍କୁ ଅଗ୍ରାଧିକାର ଦିଆଯାଇଥିବା ନେଇ ପୁରୁଣା ନେତାମାନେ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି । କାହାକୁ ଆଶାଠାରୁ ବଡ଼ ପଦ ମିଳିଛି ତ ଆଉ କାହାକୁ କୋଣଠେସା କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ କମିଟି ଗଠନକୁ ନେଇ ଦଳରେ ଥିବା ଏହି ଅସନ୍ତୋଷକୁ ସ୍ୱୀକାର କରିବା ସହ ରୋକ୍ଠୋକ୍ ଚେତାବନୀ ଦେଇଛନ୍ତି ପିସିସି ସଭାପତି ।
ଏଥିସହ ପଢ଼ନ୍ତୁ: ପଞ୍ଚାୟତ ପରେ ପରେ ବାଜିବ ପୌର ବିଗୁଲ୍; ସଜବାଜ ହେଲେଣି ୩ ପ୍ରମୁଖ ଦଳ
ଦ୍ଵିତୀୟ ଥର ନିଜ ଟିମ୍ ଗଢ଼ିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ହେଲେ ଟିମ୍ ଗଠନର ୨୪ ଘଣ୍ଟା ଭିତରେ ତେଜିଛି ଅସନ୍ତୋଷର ନିଆଁ । ରାୟଗଡ଼ା କଂଗ୍ରେସର ପୁରୁଣା ଚେହେରା ଦୁର୍ଗା ପ୍ରସାଦ ପଣ୍ଡା ପିସିସିର ନିଷ୍ପତ୍ତି ଉପରେ ଉଠାଇଛନ୍ତି ସିଧା ସିଧା ପ୍ରଶ୍ନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ବିଷମ କଟକରେ ବିଧାୟକ ନୀଳମାଧବ ହିକକ୍କା ଓ ସାଂସଦ ସପ୍ତଗିରି ଉଲାକାଙ୍କ ଭିତରେ ବିବାଦ ବଢିଛି । ପୂର୍ବରୁ ଦଳ ବିରୋଧୀ ଥିବା କିଛି ନେତାଙ୍କୁ ଏବେ ଦଳରେ ଅଗ୍ରାଧିକାରକୁ ସହଜରେ ହଜମ କରି ପାରୁନାହାନ୍ତି କିଛି ନେତା ।
କମିଟି ଗଠନକୁ ନେଇ ଦଳରେ ଥିବା ଅସନ୍ତୋଷକୁ ସ୍ୱୀକାର କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ତେବେ ନୂଆ କମିଟି ସଭ୍ୟଙ୍କୁ ଭକ୍ତ ଟାସ୍କ ଦେଇ କହିଛନ୍ତି, "ମାସକୁ ୨୦ ଦିନ ଜିଲ୍ଲାରେ ରହିବେ ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକ । ଯେଉଁ ଜିଲ୍ଲାରେ ରହିବେ ପଞ୍ଚାୟତ ବୁଥ୍ ଯାଏ ଯିବେ । ପ୍ରତିଦିନ କ'ଣ କାର୍ଯ୍ୟ କଲେ ଫଟୋ ସହ ଏଆଇସିସିକୁ ଜଣାଇବେ । ଯିଏ କରି ନ ପାରିବ ଦାୟିତ୍ୱ କାଢ଼ି ନିଆଯିବ ।"
ଏଥିସହ ପଢ଼ନ୍ତୁ: କର୍ଣ୍ଣାଟକରେ ପୁଣି ତେଜିଲା ଜାତିଗତ ଆରକ୍ଷଣ ପ୍ରସଙ୍ଗ; ୭୫% କୋଟା ବୃଦ୍ଧି କରିବାକୁ ଦାବି ଉଠାଇଲେ ସିଦ୍ଧରମୈୟା
ଭକ୍ତଙ୍କ ବଡ଼ କମିଟିକୁ ନେଇ ଏବେ ବେଶ ଚର୍ଚ୍ଚା । ୨୯ ଜଣ ବରିଷ୍ଠ ନେତାଙ୍କୁ ନେଇ ରାଜନୈତିକ ବ୍ୟାପାର କମିଟିରେ ୧୫ ଜଣ ଉପସଭାପତି, ୫୭ ଜଣ ସାଧାରଣ ସମ୍ପାଦକ ପଦ ଭାର ଦିଆଯାଇଛି । ନୂଆ କରି କିଛି ନେତାଙ୍କୁ ଦଳର ଉପଦେଷ୍ଟା ଭାବେ ବି ନିଯୁକ୍ତି ମିଳିଛି । ଏହି ଟିମ ଆଗକୁ ଏକ ହୋଇ କେତେ ଦୂର କାମ କରୁଛି ନା ହାତରେ ହାତ ମିଶି ପାରୁନି ତା ଉପରେ ନଜର ।

Related Topics
Explore more stories