Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ଦିଦିଙ୍କ ପତା ସଫା କରିଛନ୍ତି ମହାପ୍ରଭୁ'; ପଶ୍ଚିମବଙ୍ଗ ଫଳାଫଳକୁ ନେଇ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ

Politics

West Bengal Elections / 'ଦିଦିଙ୍କ ପତା ସଫା କରିଛନ୍ତି ମହାପ୍ରଭୁ'; ପଶ୍ଚିମବଙ୍ଗ ଫଳାଫଳକୁ ନେଇ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
'ଦିଦିଙ୍କ ପତା ସଫା କରିଛନ୍ତି ମହାପ୍ରଭୁ'; ପଶ୍ଚିମବଙ୍ଗ ଫଳାଫଳକୁ ନେଇ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ
West Bengal elections

Key Points

ଦିଦିଙ୍କୁ କନ୍ଦାଇଲା ନିର୍ବାଚନୀ ଫଳାଫଳ
ବିଜେପିକୁ ମିଳିଲା ପ୍ରଚଣ୍ଡ ବହୁମତ
ଦିଦିଙ୍କ ପରାଜୟକୁ ନେଇ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗରେ ୨୯୩ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି ଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ପାର କରିଛି ବିଜେପି । ଏଯାବତ୍ ବିଜେପି ୧୯୪ଟି ଆସନରେ ଆଗୁଆ ଥିବାବେଳେ ଟିଏମସି ୯୨ଟି ଆସନରେ ଆଗୁଆ ରହିଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ନିର୍ବାଚନୀ ବିଜୟକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖିଛନ୍ତି । ମହାପ୍ରଭୁଙ୍କୁ ଅବମାନନା କରିଥିବାରୁ ଦିଦି ଏହାର ଫଳ ଭୋଗିଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

  • 'ଦିଦିଙ୍କ ପତା ସଫା କରିଛନ୍ତି ମହାପ୍ରଭୁ'
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ଯେବେ ଜଗନ୍ନାଥ ଧାମ ନେଇ ବିବାଦ ଆସିଥିଲା ସେବେ ଆମେ କହିଥିଲୁ ମହାପ୍ରଭୁଙ୍କୁ ଅବମାନନାକୁ ଗ୍ରହଣ କରାଯିବ ନାହିଁ । ଏହା ସତ ବୋଲି ପ୍ରମାଣିତ ହେଲା । ମହାପ୍ରଭୁଙ୍କ ସହ ଯିଏ ଖେଳିବାକୁ ଚେଷ୍ଟା କରିଛି ମହାପ୍ରଭୁ ନିଜେ ତାର ପତା ସଫା କରିଛନ୍ତି । ମହିଳା ହୁଅନ୍ତୁ କି ପୁରୁଷ କାହାର ଅହଙ୍କାର ମହାପ୍ରଭୁ ରଖନ୍ତି ନାହିଁ ।" ମହାପ୍ରଭୁ ଭାଇ, ଭଉଣୀଙ୍କ ଅହଙ୍କାରକୁ ଭାଙ୍ଗିଲେ କହି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି ।

  • ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଉଠିଥିଲା ବିବାଦ
ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ "ଦୀଘା ଜଗନ୍ନାଥ ଧାମ" ଭାବେ ନାମିତ କରିବାକୁ ନେଇ ଓଡ଼ିଶାରେ ତୀବ୍ର ବିବାଦ ଦେଖାଦେଇଥିଲା । ଏହାକୁ ନେଇ ସେବାୟତ, ରାଜନେତା ଓ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା, କାରଣ କେବଳ ପୁରୀକୁ ହିଁ ମୂଳ ଜଗନ୍ନାଥ ଧାମ ଭାବେ ଗ୍ରହଣ କରାଯାଏ । ବିବାଦର ମୁଖ୍ୟ କାରଣ ନାମକରଣକୁ ନେଇ ଉପୁଜିଥିଲା ।

ପଢନ୍ତୁ ଏହି ଖବର: ଅଙ୍ଗ-ବଙ୍ଗ-କଳିଙ୍ଗ...ସବୁଠି ଫୁଟିଲା ପଦ୍ମ

ଦୀଘା ମନ୍ଦିରକୁ "ଜଗନ୍ନାଥ ଧାମ" କହିବା ଓଡ଼ିଶାର ସଂସ୍କୃତି ଉପରେ କୁଠାରାଘାତ ଥିଲା । ଏହାସହିତ ପୁରୀ ଶ୍ରୀମନ୍ଦିର ବାହାରେ ପଥର ବଦଳରେ ଦାରୁ (ନିମ୍ବକାଠ) ମୂର୍ତ୍ତି ସ୍ଥାପନକୁ ନେଇ ଆପତ୍ତି ଉଠିଥିଲା । ଦଇତାପତିମାନଙ୍କ ମତରେ ବ୍ରହ୍ମ କେବଳ ପୁରୀରେ ହିଁ ଅଛନ୍ତି, ଅନ୍ୟ କୌଣସି ସ୍ଥାନରେ ନୁହେଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଦୀଘା ମନ୍ଦିରକୁ "ଜଗନ୍ନାଥ ଧାମ" ନ କହିବାକୁ ଦାବି କରିଥିଲେ । ପ୍ରଥମରୁ ବିଜେପି ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରୁଛି ବୋଲି ଦିଦି ଅଭିଯୋଗ ଆଣିଥିଲେ । ମାତ୍ର ଜଗନ୍ନାଥ ପ୍ରେମୀ ତୀବ୍ର ବିରୋଧ କରିବା ପରେ ସେ 'ଧାମ' ଶବ୍ଦଟିକୁ ହଟାଇବାକୁ ବାଧ୍ୟ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Dy CM Pravati Parida Reacts to Bengal Elections, Revives Digha Jagannath Temple Row | Argus News