Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Gross / ୨୦୨୫-୨୬ରେ ଓଡିଶାର ଜିଏସଡିପି ୯.୯ ଲକ୍ଷ କୋଟି ଟଙ୍କା ହେବା ଆକଳନ

Banajyotshna Ray
Browse all articles by Banajyotshna Ray
·4 months ago·2 min read
୨୦୨୫-୨୬ରେ ଓଡିଶାର ଜିଏସଡିପି ୯.୯ ଲକ୍ଷ କୋଟି ଟଙ୍କା ହେବା ଆକଳନ
Odisha's Gross

Key Points

ବଢୁଛି ଆୟ, ଆଗଉଛି ଓଡ଼ିଶା
ବଢ଼ିଲା ରାଜ୍ୟ ଅର୍ଥନୀତିର ଆକାର
୨୦୨୫-୨୬ରେ ଓଡିଶାର ଜିଏସଡିପି ୯.୯ ଲକ୍ଷ କୋଟି ଟଙ୍କା ହେବା ଆକଳନ
ବାସ୍ତବ ଆର୍ଥିକ ବୃଦ୍ଧିହାର ୭.୯%, ଯାହା ଜାତୀୟ ହାରଠାରୁ ଅଧିକ
ସରକାରୀ ଓ ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି
ଆସନ୍ତା କାଲି ଆସିବ ରାଜ୍ୟ ବଜେଟ । ଏହା ପୂର୍ବରୁ ଆଜି ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଯେଉଁଥିରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଆହୁରି କୁହାଯାଇଛି ଯେ ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୮୬ ହଜାର ୭୬୧ ଟଙ୍କାରେ ପହଞ୍ଚିଛି । ଯାହାକି ଜାତୀୟ ହାରଠାରୁ ଅଧିକ । ବର୍ତ୍ତମାନର ମୂଲ୍ୟରେ ଓଡିଶାର ଅର୍ଥନୀତିର ଆକାର ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି ।

୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ । ଏହା ମଧ୍ୟ ସର୍ବଭାରତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭. ୪ ପ୍ରତିଶତ ଠାରୁ ଅଧିକ । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୨୦୨୫-୨୬ରେ ରାଜ୍ୟ ଅର୍ଥବ୍ୟବସ୍ଥାରେ ୧୯.୬ ପ୍ରତିଶତ ଆକଳନ କରାଯାଇଛି। ଯାହା ସର୍ବଭାରତୀୟ ସ୍ତରରେ ଥିବା ୧୬.୮ ପ୍ରତିଶତ ଠାରୁ ଅଧିକ । ଅର୍ଥନୈତିକ ସର୍ଭେ ରିପୋର୍ଟକୁ ନେଇ ବିରୋଧୀ ସମାଲୋଚନା କରିଥିବା ବେଳେ ଜବାବ ରଖିଛି ବିଜେପି ।

ଅର୍ଥନୈତିକ ସର୍ଭେ ରିପୋର୍ଟ ଆହୁରି କହୁଛି, ଖାଦ୍ୟଶସ୍ୟ ଉତ୍ପାଦନ ୧୫୦.୫ ଲକ୍ଷ ମେଟ୍ରିକ୍ ଟନ୍ ରହିଥିବା ବେଳେ ଧାନ, ମାଣ୍ଡିଆର କ୍ରୟ ବୃଦ୍ଧି ପାଇଛି, କୃଷକଙ୍କୁ ଅଧିକ ଏମଏସପି ଓ ସବସିଡି ମିଳିବା ଯୋଗୁ ଫସଲ ବିବିଧକରଣ ହୋଇଛି ଓ ଜଳସେଚନ କ୍ଷମତା ମଧ୍ୟ ବଢିଛି ସେହିପରି ଦୁଗ୍ଧ, ଅଣ୍ଡା ଓ ମାଛ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି.. ଓଡିଶା ଦେଶର ଚତୁର୍ଥ ସର୍ବବୃହତ୍ ମତ୍ସ୍ୟ ଉତ୍ପାଦକ ରାଜ୍ୟ ହେବା ସହ ସାମୁଦ୍ରିକ ରପ୍ତାନି ମଧ୍ୟ ବୃଦ୍ଦି ପାଇଛି । ଶିଳ୍ପ କ୍ଷେତ୍ରରେ୨୪୪ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ଏଥିସହ ପଢ଼ନ୍ତୁ: ଏମିତି ରାଫେଲ୍‌, ଦିନକୁ ଦେଉଛି 80 ଲିଟର କ୍ଷୀର

ଆଇଟି, ଡାଟା ସେଣ୍ଟର, ଏଆଇ ଓ ସେମିକଣ୍ଡକ୍ଟର ନୀତି ଲାଗୁ ହୋଇଛି । ବନ୍ଦରର କ୍ଷମତା ବଢିବା ସହ ରେଳ ଓ ବିମାନ ସଂଯୋଗରେ ବୃଦ୍ଧି, ବିମାନ ଯାତ୍ରୀ ଓ ରେଳ ଯାତ୍ରୀ ସଂଖ୍ୟାରେ ବୃଦ୍ଧି ଘଟିଛି.... ଆୟୁଷ୍ମାନ ଭାରତ ଓ ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ, ଶିକ୍ଷା ବଜେଟରେ ୩୮% ବୃଦ୍ଧି, ବିଦ୍ୟାଳୟ ଭିତ୍ତିଭୂମି ଓ ଡିଜିଟାଲ ସୁବିଧା ବୃଦ୍ଧି,ବିଶ୍ୱ କୌଶଳ କେନ୍ଦ୍ର ମାଧ୍ୟମରେ ନିଯୁକ୍ତି ହାର ବଢିଛି.... ସୁଭଦ୍ରା ଓ ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ମିଳିଛି ଆର୍ଥିକ ସ୍ୱାଧୀନତା।

ଅଧିକ ପଢ଼ନ୍ତୁ ରାଜନୀତି ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Gross | Odisha's Gross State Domestic Product (GSDP) at current prices is estimated | Argus News