Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Politics / ରାଜ୍ୟରେ ନୂଆ ଦଳ ଗଠନ ନେଇ ପଡ଼ିବ କି ମୂଳ ଦୁଆ ? ବଢ଼ିଲା ଚର୍ଚ୍ଚା

Sushanta Sahoo
Browse all articles by Sushanta Sahoo
·6 months ago·2 min read
ରାଜ୍ୟରେ ନୂଆ ଦଳ ଗଠନ ନେଇ ପଡ଼ିବ କି ମୂଳ ଦୁଆ ? ବଢ଼ିଲା ଚର୍ଚ୍ଚା
New Party Buzz After Moquim–Bijay Meet

Key Points

ମୋକିମ୍ ଗୁରୁବାର ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିଛନ୍ତି । ଆଉ ଦୁଇ ପୁରୁଖା ନେତାଙ୍କ ଆଲୋଚନା ଆଣି ଦେଇଛି ରାଜନୈତିକ ଉଷ୍ମତା ।
ଭୁବନେଶ୍ଵର: ମହମ୍ମଦ ମୋକିମଙ୍କୁ ଏବେ ଏବେ କଂଗ୍ରେସ କରିଛି ବହିଷ୍କାର । ବିଜୟ ମହାପାତ୍ର- ଦୀର୍ଘ ବର୍ଷ ହେଲା କୌଣସି ଦଳରେ ନାହାନ୍ତି । କିନ୍ତୁ ରାଜ୍ୟ ରାଜନୀତିରେ ସେ ପୁରୁଖା ଓ ରହିଛି ଢେର୍ ଅଭିଜ୍ଞତା । ଆଉ ଏବେ ଏହି ଦୁଇ ନେତା ଏକାଠି ହୋଇଛନ୍ତି । ଯାହା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇ ଦଳରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ବହିଷ୍କାର ପରେ ମୋକିମ୍ ଗୁରୁବାର ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିଛନ୍ତି । ଆଉ ଦୁଇ ପୁରୁଖା ନେତାଙ୍କ ଆଲୋଚନା ଆଣି ଦେଇଛି ରାଜନୈତିକ ଉଷ୍ମତା ।

ଏଥିସହ ପଢ଼ନ୍ତୁ: ଲୋକମତକୁ ସମ୍ମାନ; ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅନୁରୋଧ

ତେବେ ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନକୁ ଯାଇ ଭେଟିବା ନୂଆ ନୁହେଁ । ମଝିରେ ମଝିରେ ଏମିତି ଭେଟଘାଟ୍ ହୁଏ ବୋଲି ଗଣମାଧ୍ୟମରେ କହିଛନ୍ତି ମହମ୍ମଦ ମୋକିମ୍ । ଏଥିସହ ରାଜ୍ୟରେ ନୂଆ ଦଳ ଗଠନ ପ୍ରଶ୍ନକୁ ମୋକିମ୍ ଏଡ଼ାଇ ଯାଇଛନ୍ତି । ହେଲେ ଦଳର ନେତୃତ୍ଵଙ୍କ ବିରୋଧରେ ମୋକିମ୍ ବିଷୋଦଗାର୍ କରି କଂଗ୍ରେସରୁ ବହିଷ୍କାର ହେବା ଆଉ ଏବେ ବରିଷ୍ଠ ନେତାଙ୍କୁ ଭେଟିବା ନୂଆ ଦଳ ଚର୍ଚ୍ଚାକୁ ବଳ ଦେଉଛି ।

ଡିସେମ୍ବର ୧୪ ତାରିଖରେ କଂଗ୍ରେସର ପ୍ରାଥମିକ ପଦରୁ ମୋକିମ୍‌ଙ୍କୁ ବହିଷ୍କୃତ କରାଯାଇଥିଲା । ଦଳ ବିରୋଧି କାର୍ଯ୍ୟକଳାପ ଅଭିଯୋଗରେ ବହିଷ୍କାର କରିଥିଲା AICC । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ପ୍ରସ୍ତାବକୁ AICCର ଅନୁମୋଦନ ଦେଇଥିଲା ।

ଏଥିସହ ପଢ଼ନ୍ତୁ: ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ପ୍ରଶ୍ନ କରି ସୋନିଆଙ୍କୁ ମୋକିମଙ୍କ ଚିଠି, କହିଲେ- 'କର୍ମୀଙ୍କ ମନୋବଳ ଭାଙ୍ଗୁଛି'

ନିକଟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ରାଜ୍ୟ କଂଗ୍ରେସର ଦୁର୍ବଳ ନେତୃତ୍ୱ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଥିଲେ ପୂର୍ବତନ ବିଧାୟକ ମୋକିମ୍ । ସେ ଲେଖିଥିଲେ, ଲଗାତର ତିନି ତିନି ଥର ନିର୍ବାଚନରେ ପରାଜିତ ଭକ୍ତଙ୍କୁ ପିସିସି ସଭାପତି ନିଯୁକ୍ତି କରିବା ଦ୍ଵାରା ସାଧାରଣ କର୍ମୀ ହତୋତ୍ସାହିତ ହୋଇଛନ୍ତି । ଜେପି ଆନ୍ଦୋଳନ ସମୟରେ ଗାନ୍ଧି ପରିବାରକୁ ସମାଲୋଚନା କରିଥିବା ଭକ୍ତଙ୍କ ବିଚାରଧାରା କଂଗ୍ରେସଠାରୁ ଭିନ୍ନ । ସେ ଓ ତାଙ୍କ ପୁଅ ସ୍ଵତନ୍ତ୍ର କୋଶଲ ରାଜ୍ୟ ଗଠନକୁ ଖୋଲାଖୋଲି ସମର୍ଥନ କରୁଛନ୍ତି । ଯେଉଁଥିପାଇଁ ଦଳର କାର୍ଯ୍ୟକର୍ତ୍ତା ଅସନ୍ତୋଷ ପ୍ରକାଶ କରୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
New Party Buzz in Odisha After Moquim–Bijay Meet | Argus News | Argus News