MLA Salary Hike / ଲୋକମତକୁ ସମ୍ମାନ; ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅନୁରୋଧ
·6 months ago·2 min read

Key Points
ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା, ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।
ଭୁବନେଶ୍ଵର: ବିଧାୟକଙ୍କ ଦରମା, ଭତା ବୃଦ୍ଧିର ପୁର୍ନବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅନୁରୋଧ । ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳର ବୈଠକରେ ଲିଖିତ ଅନୁରୋଧ କରିଛନ୍ତି ବିଜେପି ବିଧାୟକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେପି ବିଧାୟକମାନେ ଦରମା ବୃଦ୍ଧିର ପୁନର୍ବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି ।
ସଦ୍ୟ ସମାପ୍ତ ୧୭ତମ ବିଧାନସଭା ଅଧିବେଶନରେ ଗତ ଡିସେମ୍ବର ୯ ତାରିଖ ଦିନ ଏକ ବିଧେୟକ ଗୃହୀତ ହୋଇଥିଲା । ଗୃହରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧିକୁ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସମର୍ଥନ ଜଣାଇଥିଲେ ।
ଏଥିସହ ପଢ଼ନ୍ତୁ: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା, ବୃଦ୍ଧି ହେବ ପେନସନ୍ ଜାଣନ୍ତୁ କେତେ ?
ବିଧାୟକଙ୍କ ଦରମା ଏକାଥରକେ ପ୍ରାୟ ୩ ଗୁଣ ବୃଦ୍ଧି ପାଇବା ପରେ ଲୋକଙ୍କ ମଧ୍ୟରେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଓଡ଼ିଶା ବିଧାନସଭାରେ ଏ ସମ୍ପର୍କିତ ୪ଟି ବିଲ୍ ପାରିତ କରାଯାଇ ବିଧାୟକ, ବାଚସ୍ପତି, ଉପ-ବାଚସ୍ପତି, ମନ୍ତ୍ରୀ, ବିରୋଧୀ ଦଳ ନେତା ଓ ମୁଖ୍ୟମନ୍ତ୍ରୀଙ୍କ ଦରମା ବୃଦ୍ଧି କରାଯାଇଥିଲା ।
ଗୁରୁବାର ଏ ସମ୍ବନ୍ଧରେ ବିଧାୟକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଯେଉଁଠି ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା, ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।
ବିଧାୟକ ମାନଙ୍କ ଦରମା ବୃଦ୍ଧି ପରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ଘୋଷଣା କରିଥିଲେ । ଏନେଇ ନବୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଚିଠି ଲେଖିଥିଲେ । ନବୀନ ଲେଖିଥିଲେ, "ବର୍ଦ୍ଧିତ ଦରମା ଓ ଭତ୍ତା ମୁଁ ନେବି ନାହିଁ । ମୋ ଦରମା ଓ ଭତ୍ତାକୁ ଜନହିତକର କାର୍ଯ୍ୟରେ ବ୍ୟବହାର କରାଯାଉ ।"
ଏଥିସହ ପଢ଼ନ୍ତୁ: ହିନ୍ଦୁ ଝିଅଙ୍କୁ ଫସାଇ ବଳପୂର୍ବକ ବାହା ହେଲେ ସ୍ଵାମୀଙ୍କୁ ମିଳୁଛି ୧୦ ଲକ୍ଷ; ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ
ଏବେ ବିଜେପି ବିଧାୟକମାନେ ଜନମତକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ଦରମା ବୃଦ୍ଧିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ଓଡ଼ିଶାର ବିଧାୟକମାନଙ୍କୁ ଦରମା ୩୫ ହଜାର ଟଙ୍କା, ବିଭିନ୍ନ ଭତ୍ତା ବାବଦକୁ ୬୫ ହଜାର ଟଙ୍କା ମିଳୁଛି । ଏହାସହ ତାଙ୍କୁ ମେଡିକାଲ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର ଟଙ୍କା ମିଳୁଛି । ବିଧାନସଭା କମିଟି ଦରମା ଓ ଭତ୍ତା ବୃଦ୍ଧି କରିବାକୁ ସୁପାରିସ କରିଥିଲା ।
ପୂର୍ବତନ ବିଧାୟକ ଯେଉଁମାନେ ଥରୁଟିଏ ବିଧାୟକ ହୋଇଥିବେ ସେମାନଙ୍କୁ ପେନସନ ବାବଦକୁ ମାସକୁ ୩୦ ହଜାର ମିଳୁ ଥିବା ବେଳେ ବର୍ତ୍ତମାନ ୮୦ ହଜାର ମିଳିବ । ଯେଉଁମାନେ ଅଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କୁ ଅତିରିକ୍ତ ୩୦୦୦ ଟଙ୍କା ମିଳିବ । ପୂର୍ବତନ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ବାବଦକୁ ୧୨ ହଜାର ଟଙ୍କା ମିଳିବ । ପୂର୍ବତନ ବିଧାୟକଙ୍କ ଚିକିତ୍ସା ଖର୍ଚ୍ଚ ୨୦୦୦ ହଜାର ମିଳୁଥିବା ବେଳେ ବର୍ତ୍ତମାନ ୨୫୦୦୦ ମିଳିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories