Panchayat Ballot Paper Colours / ନୀଳ, ହଳଦିଆ, ଧଳା ଓ ଗୋଲାପୀ ! ପଞ୍ଚାୟତ ଭୋଟରେ ଏମିତି ହେବ ବାଲଟ୍ ପେପର
·11 mins ago·2 min read

Key Points
ପଞ୍ଚାୟତ ନିର୍ବାଚନ ବିଗୁଲ୍
ଅକ୍ଟୋବରରୁ ଭୋଟର ତାଲିକା ସଂଶୋଧନ
କେଉଁ ପଦ ପାଇଁ କେଉଁ ରଙ୍ଗର ବାଲଟ୍ ?
ଅକ୍ଟୋବରରୁ ଭୋଟର ତାଲିକା ସଂଶୋଧନ
କେଉଁ ପଦ ପାଇଁ କେଉଁ ରଙ୍ଗର ବାଲଟ୍ ?
ପଞ୍ଚାୟତ ନିର୍ବାଚନରେ କେଉଁ ପଦବୀ ପାଇଁ କେଉଁ ରଙ୍ଗର ବାଲଟ୍ ପେପର । ବିଜ୍ଞପ୍ତି ଜାରି କଲେ ରାଜ୍ୟ ନିର୍ବାଚନ କମିଶନ । ସରପଞ୍ଜ ପଦବୀ ପାଇଁ ନୀଳ, ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଧଳା ରଙ୍ଗର ବାଲାଟ ପେପର ନିର୍ଦ୍ଧାରଣ କରାଯାଇଛି । ଏହାସହ ଅକ୍ଟୋବରରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ । ତେବେ ପ୍ରଶାସନିକ ପ୍ରସ୍ତୁତି ସାଙ୍ଗକୁ ଏବେ ଜୋର ଧରିଛି ରାଜନୈତିକ ବୟାନ ବାଜି ।
ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର ଦାଶଙ୍କ ଦ୍ୱାରା ଜାରି ଏହି ବିଜ୍ଞପ୍ତି ଅନୁସାରେ, ୱାର୍ଡମେମ୍ବର ପ୍ରାର୍ଥୀଙ୍କ ପାଇଁ ଗୋଲାପୀ ରଙ୍ଗର ବାଲଟ୍ ପେପର ବ୍ୟବହାର କରାଯିବ । ସେହିପରି ସରପଞ୍ଚ ପଦବୀ ପାଇଁ ନୀଳ ରଙ୍ଗ, ପଞ୍ଚାୟତ ସମିତି ସଭ୍ୟଙ୍କ ପାଇଁ ହଳଦିଆ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଧଳା ରଙ୍ଗର ବାଲଟ୍ ପେପର କରିବାକୁ ନିଷ୍ପତି ନିଆଯାଇଛି ।
ଭୋଟରମାନେ ଗୋଟିଏ ବୁଥରେ ଏକାସଙ୍ଗରେ ୪ଟି ଭିନ୍ନ ଭିନ୍ନ ପଦବୀ ପାଇଁ ମତଦାନ କରିବେ । ତେଣୁ ଏହି ରଙ୍ଗୀନ ବାଲଟ୍ ପେପର ପ୍ରାର୍ଥୀ ଓ ପଦବୀ ଚିହ୍ନିବା ପ୍ରକ୍ରିୟାକୁ ସହଜ କରିଦେବ । ଏହାସହ ଭୋଟ ଗଣତି ପ୍ରକ୍ରିୟାକୁ ମଧ୍ୟ ତ୍ରୁଟିମୁକ୍ତ କରିବ । ଏହାସହ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଟୋବର ମାସରୁ ଭୋଟର ତାଲିକା ସଂଶୋଧନ ଓ ଯାଞ୍ଚ କାର୍ଯ୍ୟ ଆରମ୍ଭ ହେବ । ଏହାପରେ ବୁଥ୍ ସ୍ତରୀୟ ତାଲିକା ପ୍ରସ୍ତୁତ କରାଯାଇ ନିର୍ବାଚନ ନିମନ୍ତେ ଆବଶ୍ୟକ ବାଲଟ ପେପର ଛପା, ପରିବହନ ବ୍ୟବସ୍ଥା ଓ କର୍ମଚାରୀ ନିୟୋଜନ ଭଳି ପ୍ରାଥମିକ ପ୍ରସ୍ତୁତି ସମ୍ପନ୍ନ ହେବ ।
ଏପଟେ ପଞ୍ଚାୟତ ଦଖଲ ନେଇ ତେଜିଛି ରାଜନୀତିକ ବୟାନ ବାଜି । ପିଏମ ମୋଦିଙ୍କ ଜନ୍ମଦିନରୁ ମାସିକିଆ ସେବା ସଂକଳ୍ପ ଯାତ୍ରା କରି ଲୋକଙ୍କ ପାଖକୁ ଯିବାକୁ ବିଜେପି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏସବୁ କ୍ଷେତ୍ରରେ ବିରୋଧୀ କଂଗ୍ରେସ ଏବଂ ବିଜେଡି ପଛରେ ପଡ଼ିଥିବା କୁହାଯାଉଛି । କଂଗ୍ରେସ ପ୍ରତି ପଞ୍ଚାୟତରେ ଚାନ୍ଦା କରି କର୍ମୀ ଖୋଜିବାକୁ ଆରମ୍ଭ କରିଛି ପ୍ରୟାସ । କିନ୍ତୁ କ୍ଷମତାରୁ ଯିବା ପରେ ବିଜେଡି ପାଇଁ ଚାଲେଞ୍ଜ ହେବ ଗଡ଼ ବଞ୍ଚାଇବା । ୨୦୨୨ରେ ସମସ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଖଲ କରିଥିଲା ଦଳ । କିନ୍ତୁ ୨୪ ପରେ ନିର୍ବାଚିତ ପ୍ରତିନିଧି ବିଜେପି ମୁହାଁ । ତା'ସହ ସୁଜାତାଙ୍କ ମାମଲାତିକୁ ନେଇ ବରଦାସ୍ତ କରି ପାରି ନାହାଁନ୍ତି ବରିଷ୍ଠ । ଏପରିକି ଏନେଇ ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବଦ୍ରି ପାତ୍ର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗ୍ରାଉଣ୍ଡ ଜିରୋରେ ବି ପରିଚାଳନା ଆଉ ନେତୃତ୍ୱକୁ ନେଇ ଦ୍ୱନ୍ଦରେ କର୍ମୀ । ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବା ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସନ୍ତା ଫେବ୍ରୁଆରୀ-ମାର୍ଚ୍ଚ ମାସରେ ବିଭିନ୍ନ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦଗୁଡ଼ିକର ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହେବ । ନିର୍ଦ୍ଧାରିତ ଅବଧିରେ ପଞ୍ଚାୟତ ନିର୍ବାଚନ କରିବା ଉପରେ ଏବେ କମିଶନ ଗୁରୁତ୍ୱ ଦେଉଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମୋଟ ୬୭୯୪ଜଣ ଲେଖାଁଏ ସରପଞ୍ଚ ଓ ସମିତିସଭ୍ୟ ସମେତ ୮୫୩ ଜିଲ୍ଲା ପରିଷଦ ସଭ୍ୟ ଓ ୯୧ହଜାରରୁ ଅଧିକ ୱାର୍ଡମେମ୍ବର ପଦବୀ ନିମନ୍ତେ ଭୋଟଗ୍ରହଣ ହେବ ।
Related Topics
Explore more stories