Videos
|
Politics

Panchayat Election / ପଞ୍ଚାୟତ ଫାଇଟ୍ ପାଇଁ ପ୍ଳାନ୍; କିଏ ଆଗରେ, କିଏ ପଛରେ ?

Sushanta Sahoo
Browse all articles by Sushanta Sahoo
·21 mins ago·2 min read
ପଞ୍ଚାୟତ ଫାଇଟ୍ ପାଇଁ ପ୍ଳାନ୍; କିଏ ଆଗରେ, କିଏ ପଛରେ ?
BJP's Big Plan, BJD in Dilemma

Key Points

ବିଜେପିର ରଣନିତୀ, ଜିଲ୍ଲା ବୁଲୁଛନ୍ତି ପ୍ରଭାରୀ ଓ ସହ ପ୍ରଭାରୀ
ଦୁଇ ତୃତୀୟାଂଶ ଆସନ ଦଖଲ ପାଇଁ ଶାସକ ଦଳର ଷ୍ଟ୍ରାଟେଜି
ବିଜେଡି ପାଇଁ ଅଡୁଆ ବରିଷ୍ଠଙ୍କୁ ଅଣଦେଖା
ସମସ୍ତଙ୍କୁ ଏକାଠି କରି ଲଢିବା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ
ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠୁ ରାଜ୍ୟ ରାଜନୀତି ସରଗରମ । ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ବିଗୁଲ୍ ! ଗାଁ ଗାଁରେ ପଦ୍ମ ଫୁଟାଇବାକୁ ଦଳର ମହାପ୍ରସ୍ତୁତି । ଏଥର ପଞ୍ଚାୟତ ନିର୍ବାଚନରେ ଦୁଇ ତୃତୀୟାଂଶ ଆସନ ଜିତିବାକୁ ଟାର୍ଗେଟ୍ ରଖିଛି ବିଜେପି । କେବଳ ଦାବି ନୁହେଁ, ଏଥିପାଇଁ ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ସହ ଆରମ୍ଭ ହୋଇଛି ରଣନୀତି ପ୍ରସ୍ତୁତି ।

୧୫ଟି ଜିଲ୍ଲା ଗସ୍ତ କରି ସାଂଗଠନିକ ବୈଠକ ମାଧ୍ୟମରେ ଦଳ ନିର୍ବାଚନୀ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଥିବା କହିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ସ୍ୱଦେଶ ସିଂ । ଯୁବ, ମହିଳା ଓ ଜନଜାତିଙ୍କୁ ସାଥୀ କରି ଗାଁ ଗାଁରେ ପଦ୍ମର ପତିଆରା ବଢ଼ାଇବାକୁ ଦଳର ଯୋଜନା । ତେବେ ବିଜେପିର ଏହି ମହାମିଶନ ଭିତରେ ବିଜୟ ନେଇ ଆଶାବାଦୀ ବିରୋଧୀ ।

ସ୍ୱତନ୍ତ୍ର ଷ୍ଟ୍ରାଟେଜି

ଗୋଟିଏ ପଟେ କେନ୍ଦ୍ର ମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ ଅନ୍ୟପଟେ ଇନ୍ ହାଉସରେ ରାଜ୍ୟ ଶୀର୍ଷ ନେତୃତ୍ୱଙ୍କ ସ୍ୱତନ୍ତ୍ର ଷ୍ଟ୍ରାଟେଜି । ପଞ୍ଚାୟତ ନିର୍ବାଚନରେ ବାଜି ମାରିବାକୁ ଏବେଠୁ ସବୁ ଶକ୍ତି ଲଗାଇଲାଣି ଶାସକ ଦଳ । ଗୋଟିଏ ପରେ ଗୋଟିଏ ଜିଲ୍ଲା ସହ ବିଭିନ୍ନ ପଞ୍ଚାୟତ ବୁଲୁଛନ୍ତି ପ୍ରଭାରୀ ଓ ସହ ପ୍ରଭାରୀ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ମୁଖିଆଙ୍କୁ ଭେଟି ପାରୁ ନାହାନ୍ତି ବରିଷ୍ଠ ନେତା; କିନ୍ତୁ ସୁଜାତାଙ୍କ ଦରବାରରେ ଲାଗିଛି ନେତାଙ୍କ ଭିଡ଼ 

ଜେନ ଜି ଓ ମହିଳାଙ୍କ ଉପରେ ନଜର

ଦଳର ଲକ୍ଷ୍ୟ ପଞ୍ଚାୟତ ନିର୍ବାଚନରେ ଦୁଇ ତୃତୀୟାଂଶ ଆସନ ହାସଲ । ଏଥିପାଇଁ ଜିଲ୍ଲାରୁ ବୁଥ୍ ସ୍ତର ପର୍ଯ୍ୟନ୍ତ ସଂଗଠନକୁ ମଜବୁତ କରିବା ଉପରେ ଫୋକସ୍ କରୁଛି ଦଳ । ବିଶେଷ କରି ଜେନ ଜି ଓ ମହିଳା ଭୋଟରଙ୍କୁ ଦଳ ସହ ଯୋଡ଼ିବାକୁ ତିଆରି ହୋଇଛି ମାଷ୍ଟର ପ୍ଳାନ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟର ଯୋଜନାର ସଫଳ ରୂପାୟନକୁ ଗ୍ରାଉଣ୍ଡରେ ପହଞ୍ଚାଇବାକୁ ଦଳର ଆଗ ଧାଡ଼ିର କର୍ମୀଙ୍କୁ ଦିଆ ଯାଇଛି ଟାସ୍କ ।

ଦୋ ଛକିରେ ବିଜେଡି

ଅନ୍ୟପଟେ ଶାସକ ଦଳର ପ୍ରସ୍ତୁତିକୁ ନେଇ ବିଜେଡି କଟାକ୍ଷ କରିଥିଲେ ବି ପଞ୍ଚାୟତ ପ୍ଳାନ ନେଇ ଦୋ ଛକିରେ ଶଙ୍ଖ ଦଳ । ସୁଜାତା ଓ ନବୀନ ଉଭୟ ଜିଲ୍ଲା ବୁଲିବା ପୂର୍ବରୁ ଦଳ କହିଥିଲେ ବି କିଏ ପଞ୍ଚାୟତ ମଙ୍ଗ ଧରିବ ତାକୁ ନେଇ ଦଳ ଭିତରେ ଦ୍ଵନ୍ଦ୍ଵ ରହିଛି ।

ତେବେ ଯୁବ ବର୍ଗଙ୍କୁ ନିଜ ସହ ଯୋଡ଼ିବାକୁ ଜିଲ୍ଲା ଯୁବ ଓ ଛାତ୍ର ସଂଗଠନର ପୁନଃ ଗଠନ କରୁଛି ଦଳ । ସେପଟେ ପଞ୍ଚାୟତ ନିର୍ବାଚନ କଂଗ୍ରେସର ଅସ୍ତିତ୍ୱ ରକ୍ଷାର ଅଗ୍ନି ପରୀକ୍ଷା ହେବ । ନୂଆ ପ୍ରଭାରୀ ବରିଷ୍ଠ ନେତାଙ୍କୁ ଟାସ୍କ ଦେଇସାରିଥିଲେ ବି ଏହା କେତେ ପୂରଣ ହେଉଛି ସମୟ କହିବ ।

ଆବାସ ଯୋଜନାରେ ଗରିବଙ୍କୁ ଘର, ଭତ୍ତା ବ୍ୟବସ୍ଥାରେ ୱେଟିଂ ସିଷ୍ଟମରେ ପୂର୍ଣ୍ଣଛେଦ, ଶିକ୍ଷକଙ୍କ ସମସ୍ୟାର ସମାଧାନ ସରକାରଙ୍କ ପାଇଁ ଗେମ ଚେଞ୍ଜର ହୋଇପାରେ ବୋଲି କୁହାଯାଉଛି ।