Odisha Politics / ମୁଖିଆଙ୍କୁ ଭେଟି ପାରୁ ନାହାନ୍ତି ବରିଷ୍ଠ ନେତା; କିନ୍ତୁ ସୁଜାତାଙ୍କ ଦରବାରରେ ଲାଗିଛି ନେତାଙ୍କ ଭିଡ଼
·2 hours ago·2 min read

Key Points
- ବିଜେଡି କର୍ମୀ ମିସେସ୍ ପାଣ୍ଡିଆନଙ୍କ ସହ ସେଲଫି ପାଇଁ ପ୍ରତିଯୋଗିତା
- ସଙ୍ଗଠନ ଅକ୍ତିଆର ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ସୁଜାତା
ଭୁବନେଶ୍ଵର: ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ବରିଷ୍ଠଙ୍କୁ ମିଳୁନି ସୁଯୋଗ ! ହେଲେ ସୁଜାତାଙ୍କୁ ଭେଟିବାକୁ ନେତାଙ୍କ ଲମ୍ବା ଲାଇନ୍ ! ବିଜେଡିରେ ନୂଆ ଦରବାରକୁ ନେଇ ଜୋରଦାର ଚର୍ଚ୍ଚା । କାହା ପାଖରେ ରହିଛି କ୍ଷମତାର ଚାବି ? କାହା ଇସାରାରେ ଚାଲିବ ବିଜେଡି ? ପ୍ୟାରୀଙ୍କ ପରେ ପାଣ୍ଡିଆନ, ଆଉ ଏବେ ସୁଜାତା ! ଫେରୁଛି କି ପୁରୁଣା ପରମ୍ପରା ? ଦଳ ଭିତରୁ ଅସନ୍ତୋଷର ସ୍ୱର ଉଠୁଥିବା ବେଳେ ବିରୋଧୀ ବି ମାରିଛନ୍ତି ତେର୍ଛା ବାଣ ।
ବିଜେଡିରେ ଏବେ ଏମିତି କିଛି ସମୀକରଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସୁଯୋଗ ମିଳୁନଥିବା ନେଇ କିଛି ବରିଷ୍ଠ ନେତାଙ୍କ ଅସନ୍ତୋଷ ସାମ୍ନାକୁ ଆସୁଥିବା ବେଳେ ସୁଜାତା ରାଉତଙ୍କ ଚାରିପଟେ ନେତାଙ୍କ ଭିଡ଼ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । କିଏ ସୁଜାତାଙ୍କ ସହ ଫଟୋ ଉଠାଉଛି, କିଏ ନିଜର ଉପସ୍ଥିତି ଜାହିର କରୁଛି ।
ଆଉ ଏହି ଫଟୋ ରାଜନୀତି ଭିତରେ ଖୋଜା ଯାଉଛି କ୍ଷମତାର ନୂଆ ସମୀକରଣ । ପ୍ରଶ୍ନ ଉଠୁଛି, ସୁଜାତାଙ୍କ ସହ ଫଟୋ କେବଳ ସୌଜନ୍ୟ ନା ରାଜନୈତିକ ଭବିଷ୍ୟତ ପାଇଁ ଆଗୁଆ ପ୍ରସ୍ତୁତି ? ଗୋଟିଏ ପଟେ ସୁଜାତାଙ୍କୁ ଭେଟିବାକୁ ଉତ୍ସାହ ଭିତରେ ନବୀନଙ୍କୁ ଭେଟି ନ ପରିବାର ରହିଛି କ୍ଷୋଭ ।
ଏଥିସହ ପଢ଼ନ୍ତୁ: ମାଟ୍ରିକ୍ ପରୀକ୍ଷା ସୂଚୀ ପ୍ରକାଶ; ମାର୍ଚ୍ଚ ୧୨ରୁ ୨୭ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ Exam

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁଣି ନିଜ ଅସନ୍ତୋଷ ଦୋହରାଇଛନ୍ତି ବିଜେଡି ନେତ୍ରୀ ଲତିକା ପ୍ରଧାନ । ନବୀନଙ୍କୁ ଭେଟିବାର ସୁଯୋଗ ପାଇନଥିବା କଥା ସେ ସ୍ପଷ୍ଟ କରିଛନ୍ତି । ସିଧାସଳଖ କହୁଛନ୍ତି ବରିଷ୍ଠଙ୍କୁ ନବୀନ ଡାକିବା ଦରକାର । ଏଥିସହ ସୁଜାତାଙ୍କୁ ଭେଟିବାକୁ ସେ ଯାଇନଥିବା କହିଛନ୍ତି ଲତିକା ପ୍ରଧାନ ।
ଦଳରେ ଅସନ୍ତୋଷ ଆଜିର ନୁହେଁ... ନବୀନଙ୍କ ନେତୃତ୍ୱକୁ ନେଇ ନୁହେଁ, ଦଳ ଚଳାଉଥିବା ଶୈଳୀକୁ ନେଇ ପୂର୍ବରୁ ବି ଉଠିଥିଲା ପ୍ରଶ୍ନ ? କେତେବେଳେ ପ୍ରସନ୍ନ ଆଚାର୍ଯ୍ୟ ନିଜ ଦାୟିତ୍ୱକୁ ନେଇ ଅସନ୍ତୋଷ ଜାହିର କରିଥିଲେ, ତ କେତେବେଳେ ବଦ୍ରିନାରାୟଣ ପାତ୍ର ଦଳର ନିଷ୍ପତ୍ତି ନେବା ଶୈଳୀକୁ ନେଇ ଉଠାଇଥିଲେ ପ୍ରଶ୍ନ ?
ପ୍ରଫୁଲ୍ଲ ମଲ୍ଲିକ ଖୋଲାଖୋଲି ପାଣ୍ଡିଆନଙ୍କ ଦଳୀୟ ହସ୍ତକ୍ଷେପକୁ ବିରୋଧ କରିଥିଲେ। ଭୂପିନ୍ଦର ସିଂ ବି ଦଳରେ ଅବହେଳିତ ନେତାଙ୍କ ସ୍ୱର ଉଠାଇଥିଲେ । ସେପଟେ ସୁଜାତା ଦଳରେ ସାଧାରଣ କର୍ମୀ ବୋଲି ନବୀନ ଘୋଷଣା କରିବା ପରେ କାହିଁକି ସୁଜାତା ଭେଟିବାକୁ ବିଜେଡି ବିଧାୟକଙ୍କ ଭିତରେ ଜମୁଛି ଆଗ୍ରହ । ଏହି ପ୍ରଶ୍ନକୁ ଆହୁରି ଶାଣିତ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଯାହାକୁ କାଉଣ୍ଟର କରିଛନ୍ତି ପ୍ରୋ-ପାଣ୍ଡିଆନ ନେତା ।
ଏଥିସହ ପଢ଼ନ୍ତୁ: ଆସନ୍ତା ୧୫ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ; ଜନଜାତି ଗୌରବ ଦିବସରେ ଯୋଗଦେବେ
ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡି ପରିଚାଳନାର ଏହା ପୁରୁଣା ପାଟର୍ଣ୍ଣ । କ୍ଷମତା ସୂଜାତାଙ୍କ ପାଖକୁ ଯାଉଥିବାରୁ ଟିକେଟ ପାଇଁ ନେତାଙ୍କ ଭିଡ଼ ଲାଗୁଛି । ବଡ଼ କଥା ହେଉଛି ସୂଜାତାଙ୍କ ମିଶ୍ରଣ ପୂର୍ବରୁ ଦଳ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି ।
ପ୍ରୋ-ପାଣ୍ଡିଆନ ଏବଂ ଆଣ୍ଟି-ପାଣ୍ଡିଆନ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ମୁହଁ ଖୋଲି କାର୍ଯ୍ୟାନୁଷ୍ଠାନ ବି ସହିଛନ୍ତି । ତାଙ୍କ ବାଦ ରାଜା ସ୍ଵାଇଁ, ବଦ୍ରି ପାତ୍ର, ଭୂପିନ୍ଦର ସିଂଙ୍କ ଭଳି ବରିଷ୍ଠ ନେତା ମଧ୍ୟ ପ୍ରଶ୍ନ ଉଠାଇବାର ନଜିର ରହିଛି । ଏହାରି ଭିତରେ ନବୀନଙ୍କୁ ଭେଟିବାକୁ ସୁଯୋଗ ନ ମିଳିବା, ଆଉ ସୂଜାତାଙ୍କ ଦରବାରରେ ଭିଡ ବଢିବା ସେ ଅସନ୍ତୋଷକୁ ତେଜିପାରେ ବୋଲି କୁହାଯାଉଛି ।