Shivraj Singh Chouhan / କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଏକ ଟିମ୍; ସାଙ୍ଗରେ ଥିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର
·48 mins ago·2 min read

Key Points
କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଏକ ଟିମ୍
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ନେତୃତ୍ୱରେ ଭେଟିଲେ ଟିମ୍
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ନେତୃତ୍ୱରେ ଭେଟିଲେ ଟିମ୍
ନୂଆଦିଲ୍ଲୀ: କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଏକ ଟିମ୍ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ନେତୃତ୍ୱରେ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟିଛନ୍ତି । ସାଙ୍ଗରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶାର ଅନ୍ୟ ସାଂସଦମାନେ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶାର ଗ୍ରାମୀଣ ବିକାଶ, କୃଷି ପ୍ରଗତି, ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଭଳି ପ୍ରମୁଖ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
ଗ୍ରାମୀଣ ଆବାସ, ରୋଜଗାର, ରାସ୍ତାଘାଟ ଓ ମହିଳା ସଶକ୍ତିକରଣ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ମନ୍ତ୍ରୀ ରବି ନାଏକ କହିଛନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି । ‘ଜି-ରାମ-ଜି’ ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚର ଲକ୍ଷ୍ୟ ରହିଛି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ, ‘ଲକ୍ଷପତି ଦିଦି’ ଏବଂ ଜୀବିକା ମିଶନ ମାଧ୍ୟମରେ ଗାଁର ଯୋଗାଯୋଗ, ରୋଜଗାର ଓ ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ଆହୁରି ମଜବୁତ କରିବା ଉପରେ ଜୋର ଦିଆଯାଇଛି ।
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ପକ୍କାଘର ଯୋଗାଇଦେବା ନେଇ କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ @ChouhanShivraj ଙ୍କ ସହ ଓଡ଼ିଶାର ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଏବଂ ରାଜ୍ୟର ସାଂସଦମାନଙ୍କ ଉପସ୍ଥିତିରେ ଆଲୋଚନା ହେଲା ।
— Dharmendra Pradhan (@dpradhanbjp) August 11, 2026
ରାଜ୍ୟର କୌଣସି ବି ଯୋଗ୍ୟ ହିତାଧିକାରୀଙ୍କୁ… pic.twitter.com/lTucF0zEJU
କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଓଡ଼ିଶା ଗସ୍ତ କରି ଗ୍ରାମୀଣ ବିକାଶର ସ୍ଥିତି ସମୀକ୍ଷା କରିବାକୁ ନିମନ୍ତ୍ରଣ ଦିଆଯାଇଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ଓ ଗ୍ରାମୀଣ ବିକାଶ କାର୍ଯ୍ୟସୂଚୀକୁ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରଶଂସା କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାର ଗ୍ରାମୀଣ ବିକାଶ, ଭିତ୍ତିଭୂମି ଓ ରୋଜଗାର ସୃଷ୍ଟି ପାଇଁ ପ୍ରାୟ ୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।

ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ନେତୃତ୍ୱରେ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟିଛନ୍ତି । ଓଡ଼ିଶାର ଗ୍ରାମୀଣ ବିକାଶ, କୃଷି ପ୍ରଗତି, ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଭଳି ପ୍ରମୁଖ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories