UP Minister OP Rajbhar / ମନ୍ତ୍ରୀଙ୍କ ପୁଅକୁ ମିଳିଲା ଧମକ; ସପା ବିରୋଧରେ ଆସିଲା ଅଭିଯୋଗ
·1 hour ago·2 min read

Key Points
ମନ୍ତ୍ରୀ ରାଜଭର କହିଛନ୍ତି ଯେ ସମାଜବାଦୀ ପାର୍ଟି କର୍ମୀ ଅନ୍ୟ ଏକ ରାଜନୈତିକ ଦଳର କାର୍ଯ୍ୟାଳୟରେ ପ୍ରବେଶ କରି ଆକ୍ରମଣ କରିବା ପର୍ଯ୍ୟନ୍ତ ଆଗକୁ ବଢ଼ି ଯାଇଛନ୍ତି। ସେ ଅଖିଳେଶ ଯାଦବଙ୍କୁ ପଚାରିଲେ, "ଏହା କ'ଣ ଆପଣଙ୍କ ନିର୍ଦ୍ଦେଶରେ ହେଉଛି?"
OP Rajbhar Son Arvind Rajbhar: ରାଜ୍ୟର ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି (ସପା) ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର। ସପା ବିରୋଧରେ ଅଭିଯୋଗ ଆଣି ମନ୍ତ୍ରୀ ରାଜଭର କହିଛନ୍ତି ଯେ ତାଙ୍କ ପୁଅଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବା ପରେ ଧମକ ଦିଆଯିବା ସହ ଦୁର୍ବ୍ୟବହାର କରାଯାଇଥିଲା। ଓମ ପ୍ରକାର ରାଜଭରଙ୍କ ନେତୃତ୍ୱାଧିନ ସୁହଲଦେବ ଭାରତୀୟ ସମାଜ ପାର୍ଟି କାର୍ଯ୍ୟାଳୟ ପ୍ରଭାରୀ ଧର୍ମ ପ୍ରକାଶ ଚୌଧୁରୀ ଏହି ମାମଲାରେ ପୋଲିସ ଅଭିଯୋଗ ଦାଖଲ କରିଛନ୍ତି। ମନ୍ତ୍ରୀ ରାଜଭର ସମାଜବାଦୀ ପାର୍ଟି ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ଏହି ଘଟଣା ବିଷୟରେ ସେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।
ଅରବିନ୍ଦ ରାଜଭରଙ୍କୁ ଦିଆଗଲା ଗାଳି; ମିଳିଲା ହତ୍ୟା ଧମକ
ଦଳ ଅଭିଯୋଗ କରିଛି ଯେ ରସିଦ ଅଲି ନାମକ ଜଣେ ବ୍ୟକ୍ତି ଦଳୀୟ କାର୍ଯ୍ୟାଳୟରେ ପ୍ରବେଶ କରି ଓମ୍ ପ୍ରକାଶ ରାଜଭରଙ୍କ ପୁଅ ଡକ୍ଟର ଅରବିନ୍ଦ ରାଜଭରଙ୍କୁ ଗାଳିଗୁଲଜ କରଥିଲା। ଯେତେବେଳେ ସେ ଏହାର ପ୍ରତିବାଦ କଲେ, ସେତବେଳେ ସେ ଏକ ହତିଆର ବାହାର କରିଥିଲା। ହେଲେ ଯେତେବେଳେ ଦଳୀୟ କର୍ମକର୍ତ୍ତା ଏକାଠି ହୋଇଥିଲେ, ସେତେବଳେ ସେ ପଳାଇ ଯାଇଥିଲା। ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର ଘଟଣା ସମ୍ପର୍କରେ ଏକ ସୋସିଆଲ ମିଡି଼ଆ ପୋଷ୍ଟ ସେୟାର କରି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଦଳୀୟ କାର୍ଯ୍ୟାଳୟରେ ପ୍ରବେଶ କରିଥିବା ବ୍ୟକ୍ତି ଜଣେ ସପା କର୍ମକର୍ତ୍ତା।
ଏହା ସହ ପଢନ୍ତୁ: 'ସମାଜବାଦୀ ସରକାର ବେଳେ ଚାଲୁଥିଲା ଜଙ୍ଗଲରାଜ'
ରାଜନୈତିକ ମତଭେଦରେ ହିଂସା ଏବଂ ଦୁର୍ବ୍ୟବହାରର କୌଣସି ସ୍ଥାନ ନାହିଁ: ମନ୍ତ୍ରୀ ରାଜଭର
ମନ୍ତ୍ରୀ ରାଜଭର ଏକ ଏକ୍ସ (X) ପୋଷ୍ଟ ସେୟାର କରି ଅଖିଳେଶ ଯାଦବଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ରାଜନୈତିକ ମତଭେଦରେ ହିଂସା ଏବଂ ଦୁର୍ବ୍ୟବହାରର କୌଣସି ସ୍ଥାନ ନାହିଁ। ଗତକାଲି ଆପଣଙ୍କ ଦଳର କର୍ମକର୍ତ୍ତା ଯାହା କରିଥିଲେ ତାହାକୁ କେହି ଯଥାର୍ଥ କରିପାରିବେ ନାହିଁ। ଏହା କେବଳ ଭୁଲ ନୁହେଁ ବରଂ ଏକ ଅପରାଧି। ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳୀୟ କାର୍ଯ୍ୟାଳୟରେ ପଶି ସମାଜବାଦୀ ପାର୍ଟି କର୍ମକର୍ତ୍ତା କାର୍ଯ୍ୟାଳୟ ପ୍ରଭାରୀ ଶ୍ରୀ ଧରମ ପ୍ରକାଶଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ। ଏପରିକି ବନ୍ଧୁକ ମୁନରେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।
ସେମାନେ ଏତେ ତଳକୁ ଖସିଯାଇଛନ୍ତି ଯେ ସେମାନେ ଅନ୍ୟ ଏକ ରାଜନୈତିକ ଦଳର କାର୍ଯ୍ୟାଳୟରେ ପ୍ରବେଶ କରି ଆକ୍ରମଣ କରୁଛନ୍ତି। ଆପଣ ଏସବୁକୁ ଦେଖି ହସୁଛନ୍ତି। ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ରାଜଭର ପ୍ରଶ୍ନ କରିଛନ୍ତି, "ଏହି ଘଟଣା କ'ଣ ଆପଣଙ୍କ ଇଙ୍ଗିତରେ ହେଉଛି କି? ନା ଆପଣଙ୍କର ଦୁଇ ଚାଚା ଆପଣଙ୍କ ଦଳର ଦଳୀୟ କର୍ମୀକର୍ତ୍ତାଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି? ଯଦି ଆପଣ ଲଢ଼େଇ ଜିତିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଜନମାନସକୁ ଆସି ଲୋକଙ୍କ ସମସ୍ୟା ବିଷୟରେ କଥା ହୁଅନ୍ତୁ। ସମାଜବାଦୀ ପାର୍ଟି ଗୁଣ୍ଡାଗିରି କରି ଚଳିପାରିବ, ହେଲେ ଗଣତାନ୍ତ୍ରିକ ଉପୟାରେ ପରିଚାଳିତ ହୋଇପାରିବ ନାହିଁ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories