Pakistan Political Crisis / ପାକିସ୍ତାନରେ ପୁଣି ସତ୍ତା ପରିବର୍ତ୍ତନ ! ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ; ଶେହବାଜଙ୍କୁ ସାଇଡ୍ ଲାଇନ୍
·1 hour ago·2 min read

Key Points
ପାକିସ୍ତାନରେ ବଡ଼ ରାଜନୈତିକ ହଲଚଲ
ହଇଚଇ ସୃଷ୍ଟି କଲା ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ବୟାନ

- କହିଲେ ପାକିସ୍ତାନୀ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ
ଇସଲାମାବାଦ: ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ଏକ ବୟାନକୁ ନେଇ ପୂରା ଦେଶରେ ରାଜନୈତିକ ଉତ୍ତେଜନା ସୃଷ୍ଟି ହୋଇଛି । ନକଭି ପ୍ରଥମେ ପାକିସ୍ତାନର ଶାସନ ବ୍ୟବସ୍ଥାକୁ "ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିପଡ଼ିଛି" ବୋଲି ବର୍ଣ୍ଣନା କରିଛନ୍ତି । ଗତ ୨୧ ବର୍ଷ ଧରି ବିଚାରପତି, ବ୍ୟୁରୋକ୍ରାଟ, ରାଜନେତା ଏବଂ ବ୍ୟାଙ୍କରମାନଙ୍କୁ ଲାଞ୍ଚ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
ତାଙ୍କ ବକ୍ତବ୍ୟ ବିରୋଧୀ ନେତାଙ୍କଠାରୁ ଆରମ୍ଭ କରି ଶାସକ ମେଣ୍ଟ ଭିତରେ ଥିବା ବରିଷ୍ଠ ବ୍ୟକ୍ତିବିଶେଷଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ମହଲରୁ ପ୍ରତିକ୍ରିୟା ଆସିଛି । ପାକିସ୍ତାନୀ ସେନା ପୁଣି ଥରେ ଦେଶର କ୍ଷମତା ଗଠନକୁ ନିୟନ୍ତ୍ରଣ କରିଛି କି ବୋଲି ପ୍ରଶ୍ନ ଉଠିଛି । ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ମଧ୍ୟରେ ସବୁ କିଛି ଠିକ୍ ନାହିଁ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।
ରାଜନୀତି ବିଶେଷଜ୍ଞମାନେ କହିଛନ୍ତି ଯେ ନକଭିଙ୍କ ବୟାନରେ ସେନା ବିଷୟରେ ପଦୁଟିଏ ନଥିଲା, ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କ ଟାର୍ଗେଟ୍ ସମ୍ପୂର୍ଣ୍ଣ ଭାବେ ନାଗରିକ ପ୍ରଶାସନ ଓ ଶେହବାଜ ସରକାର ଉପରେ ଥିଲା । ନକଭିଙ୍କ ବୃଦ୍ଧି ପାଉଥିବା ରାଜନୈତିକ ମହତ୍ତ୍ଵାକାଂକ୍ଷା ଓ ସେନା ମୁଖ୍ୟ ଆସିମ ମୁନୀରଙ୍କଠାରୁ ମିଳୁଥିବା ଖୋଲା ସମର୍ଥନ ଶେହବାଜ ଶରିଫଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ପଢନ୍ତୁ ଏହି ଖବର: ବିଦ୍ରୋହ ଭୟରେ ପୁଣି ଧାର୍ମିକ କାର୍ଡ ଖେଳିଲା ପାକିସ୍ତାନ ସେନା; ହିନ୍ଦୁଙ୍କ ସହ ବନ୍ଧୁତା କରିବା ପାଇଁ ଆଫଗାନଙ୍କୁ କହିଲା 'କାଫିର'

- ନିଜ ସରକାର ଉପରେ ଗୃହମନ୍ତ୍ରୀଙ୍କ ଆକ୍ରମଣ
ରାଜନୀତି ବିଶେଷଜ୍ଞମାନେ କହିଛନ୍ତି ଯେ ନକଭିଙ୍କ ବୟାନରେ ସେନା ବିଷୟରେ ପଦୁଟିଏ ନଥିଲା, ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କ ଟାର୍ଗେଟ୍ ସମ୍ପୂର୍ଣ୍ଣ ଭାବେ ନାଗରିକ ପ୍ରଶାସନ ଓ ଶେହବାଜ ସରକାର ଉପରେ ଥିଲା । ନକଭିଙ୍କ ବୃଦ୍ଧି ପାଉଥିବା ରାଜନୈତିକ ମହତ୍ତ୍ଵାକାଂକ୍ଷା ଓ ସେନା ମୁଖ୍ୟ ଆସିମ ମୁନୀରଙ୍କଠାରୁ ମିଳୁଥିବା ଖୋଲା ସମର୍ଥନ ଶେହବାଜ ଶରିଫଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
- ମୁନୀର ଓ ନକଭିଙ୍କ 'ଗେମ୍ ପ୍ଲାନ୍' କଣ ?
ପଢନ୍ତୁ ଏହି ଖବର: ବିଦ୍ରୋହ ଭୟରେ ପୁଣି ଧାର୍ମିକ କାର୍ଡ ଖେଳିଲା ପାକିସ୍ତାନ ସେନା; ହିନ୍ଦୁଙ୍କ ସହ ବନ୍ଧୁତା କରିବା ପାଇଁ ଆଫଗାନଙ୍କୁ କହିଲା 'କାଫିର'
- ପାକିସ୍ତାନରେ ପୁଣି ବଦଳିବ କି କ୍ଷମତା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories