Videos
|
Politics

Bihar Congress Clash / ବିହାର କଂଗ୍ରେସ ମୁଖ୍ୟାଳୟରେ ମହାଭାରତ! ସାମ୍ବାଦିକଙ୍କୁ ମାଡ଼, NSUI କର୍ମୀଙ୍କ ଉପରେ ଅଭିଯୋଗ

Subhramjit Ray
Browse all articles by Subhramjit Ray
·36 mins ago·2 min read
ବିହାର କଂଗ୍ରେସ ମୁଖ୍ୟାଳୟରେ ମହାଭାରତ! ସାମ୍ବାଦିକଙ୍କୁ ମାଡ଼, NSUI କର୍ମୀଙ୍କ ଉପରେ ଅଭିଯୋଗ
Sadaqat Ashram Political Clash (Photo Source: Social Media/AI)

Key Points

ପାଟନାର ସଦାକତ ଆଶ୍ରମସ୍ଥିତ ବିହାର କଂଗ୍ରେସ ମୁଖ୍ୟାଳୟରେ NSUI କର୍ମୀ ଓ ସାମ୍ବାଦିକଙ୍କ ମଧ୍ୟରେ ହାତାହାତି ହୋଇଛି। କହ୍ନେୟା କୁମାରଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ବିବାଦ ପରେ ସାମ୍ବାଦିକମାନେ ଏହାକୁ ବର୍ଜନ କରିଥିଲେ। ଗୁରୁବାର ମଧ୍ୟ ବିହାର କଂଗ୍ରେସ ଛାତ୍ର ଶାଖାରେ ଗୋଷ୍ଠୀ ବିବାଦ ଓ ଠେଲାପେଲା ଦେଖିବାକୁ ମିଳିଥିଲା।


ପାଟନା: ରଣକ୍ଷେତ୍ର ପାଲଟିଛି ରାଜଧାନୀ ପାଟନା ସ୍ଥିତ ବିହାର କଂଗ୍ରେସ ମୁଖ୍ୟାଳୟ କୁହାଯାଉଥିବା ସଦାକତ ଆଶ୍ରମ। ଦଳ ପକ୍ଷରୁ ଗଣମାଧ୍ୟମ ସମ୍ମିଳନୀ ଆୟୋଜିତ ହେବା ବେଳେ ବିହାର କଂଗ୍ରେସ ମୁଖ୍ୟାଳୟରେ ସୃଷ୍ଟି ହୋଇଥିଲା ଉତ୍ତେଜନା। ଦଳର ଛାତ୍ର ଶାଖା ଏନଏସୟୁଆଇ (NSUI) ସଦସ୍ୟଙ୍କ ଦ୍ୱାରା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ହୋଇଥିବାର ମାମଲା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଗଣମାଧ୍ୟମ କର୍ମୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଇଥିବାର ଅଭିଯୋଗ ହୋଇଛି।

ବୁଧବାର (୧୮ ନଭେମ୍ବର) ବିହାର କଂଗ୍ରେସ ଛାତ୍ର ଶାଖା ରାଜଧାନୀ ପାଟନା ସ୍ଥିତ ଦଳୀୟ ମୁଖ୍ୟାଳୟରେ ଏକ ଗଣମାଧ୍ୟମ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିଥିଲା। ଯାହା କହ୍ନେୟା କୁମାରଙ୍କ ସାମ୍ବାଦିକ ସମ୍ମିଳନୀ ବୋଲି ଦାବି କରାଯାଉଥିଲା। ହେଲେ ତଥାପି କହ୍ନେୟା କୁମାରଙ୍କ ସେହି ଦିନ ପାଟନା ଆସିବାର କୌଣସି ଯୋଜନା ନଥିଲା। ବୈଠକରେ ଚେୟାର ପାଇଁ ହୋଇଥିବା ବିବାଦ ପରେ ହାତାହାତିର ରୂପ ନେଇଥିଲା।

କଂଗ୍ରେସ କର୍ମୀଙ୍କ ଆଚରଣରେ ଅସନ୍ତୁଷ୍ଟ ହୋଇ ଗଣମାଧ୍ୟମ ପ୍ରତିନିଧି ଏହି ସାମ୍ବାଦିକ ସମ୍ମିଳନୀକୁ ବର୍ଜନ କରିଥିଲେ। ଗଣମାଧ୍ୟମ କର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରତିବାଦରେ ସେମାନେ ସଦାକତ ଆଶ୍ରମ ପରିସରରୁ ବାହାରି ଆସିଥିଲେ। ସେମାନେ ସାମ୍ବାଦିକ ସମ୍ମିଳନୀ ଛାଡିବା ବେଳେ ଏକଥା କହୁଥିବାର ଶୁଣିବାକୁ ମିଳିଥିଲା, "ଆପଣ ଆପଣଙ୍କ ମାଇକ୍ ଉଠାଇ ଏଠାରୁ ଚାଲିଯାନ୍ତୁ। ଆପଣ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହାତ ଉଠାଇବାକୁ କିପରି ସାହସ କରିଥିଲେ?" ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଏହା ସହ ପଢନ୍ତୁ: ରାଲିରେ ଅନୁପସ୍ଥିତ ରହିବାରୁ ନିଅଗଲା କାର୍ଯ୍ୟାନୁଷ୍ଠାନ; ୨୦୦ ଯୁବ କଂଗ୍ରେସ କର୍ମକର୍ତ୍ତା ନିଲମ୍ବିତ

ବୁଧବାର କାହିଁକି ହୋଇଥିଲା ବିବାଦ
ଅଖିଳ ଭାରତୀୟ ଛାତ୍ର ସଙ୍ଗଠନ (NSUI) କଂଗ୍ରେସ ନେତା କହ୍ନେୟା କୁମାରଙ୍କ ସାମ୍ବାଦିକ ସମ୍ମିଳନୀ ନାଁରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସଦାକତ ଆଶ୍ରମକୁ ଡାକିଥିଲା। ହେଲେ ଗତକାଲି କହ୍ନେୟା କୁମାରଙ୍କ ପାଟନା ଆସିବାର କୌଣସି କାର୍ଯ୍ୟକ୍ରମ ନଥିଲା। କହ୍ନେୟା କୁମାରଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ଏବଂ ବସିବା ବ୍ୟବସ୍ଥାକୁ ନେଇ ହୋଇଥିବା ବିବାଦ ତୀବ୍ର ଯୁକ୍ତିତର୍କର ରୂପ ନେଇଥିଲା। ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ୍ ଅଭିଯୋଗ କରିଥିଲେ ଯେ NSUI ସଦସ୍ୟ ସେମାନଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏହି ସମୟରେ ପ୍ଲାଷ୍ଟିକ୍ ଚେୟାର ମଧ୍ୟ ଫିଙ୍ଗା ଯାଇଥିଲା। ଏହି ମାରପିଟ ଘଟଣାକୁ ନେଇ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ଅସନ୍ତୁଷ୍ଟ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ ସମ୍ମିଳନୀକୁ ବର୍ଜନ କରି ସଦାକତ ଆଶ୍ରମ ପରିସରରୁ ବାହାରକୁ ଚାଲିଯାଇଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୁରୁବାର ମଧ୍ୟ ହୋଇଥିଲା ହାତାହାତି
ଗୁରବାର (ନଭେମ୍ବର ୧୯) ବିହାର କଂଗ୍ରେସ ପ୍ରଭାରୀ କୃଷ୍ଣା ଅଲ୍ଲାଭାରୁଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆୟୋଜିତ ଏକ ଶପଥ ଗ୍ରହଣ ସମାରୋହ ସମୟରେ, ବିହାର କଂଗ୍ରେସ ଛାତ୍ର ଶାଖାର ନବନିର୍ବାଚିତ ଅଧ୍ୟକ୍ଷ ବିଟ୍ଟୁ ଯାଦବ (ବିଟ୍ଟୁ ରାଜ) ଜଣେ "୬୦ ବର୍ଷୀୟ ବ୍ୟକ୍ତି"ଙ୍କ ବିରୋଧରେ ନିର୍ବାଚନ ଜିତିବା ନେଇ ଏକ ମନ୍ତବ୍ୟ ଦେଇଥିଲେ। ଯାହାକୁ ଦଳର ସାଂସଦ ପପୁ ଯାଦବଙ୍କ ପ୍ରତି କଟାକ୍ଷ ଭାବରେ ଦେଖାଯାଇଥିଲା। ଯାହାକୁ ନେଇ ଅଧ୍ୟକ୍ଷ ବିଟ୍ଟୁ ରାଜ ଏବଂ ବିରୋଧି ମନୀଷ ଯାଦବଙ୍କ ନେତୃତ୍ୱାଧିନ ଗୋଷ୍ଠୀର ସମର୍ଥକ ମଞ୍ଚ ଉପରେ ହିଁ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ପ୍ରବଳ ନାରାବାଜି ଏବଂ ଠେଲାପେଲା ହୋଇଥିଲା। ଯାହାଫଳରେ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହୋଇଥିଲା।