Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Pinaki Misra: ଅକଳରେ ପିନାକୀ ମିଶ୍ର ! ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ

santosh Kumar Sahoo
Browse all articles by santosh Kumar Sahoo
·10 months ago·1 min read
Pinaki Misra: ଅକଳରେ ପିନାକୀ ମିଶ୍ର ! ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ

Key Points

ପୁଣି ଅଡ଼ୁଆରେ ପିନାକୀ ମିଶ୍ର । ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ । ଗୃହ ମନ୍ତ୍ରଣାଳୟ ଓ EDରେ ଦୁଇଟି ମାମଲା ଦାୟର।

ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ଆସିଛି ଏକ ସାଂଘାତିକ ଅଭିଯୋଗ । ଆର୍ଥିକ ହେରଫେର, ମନି ଲଣ୍ଡ୍ରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ଖବର ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ସଂସଦରେ ଦେଶ ସୁରକ୍ଷାର ଗୁପ୍ତ ତଥ୍ୟ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ହୋଇଛି ।


ସେହିପରି ସନ୍ଦେହଜନକ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ ସିଷ୍ଟମ୍‌ ସମ୍ପର୍କିତ ତଥ୍ୟ ପଚାରିବା ଅଭିଯୋଗ ହୋଇଛି । ଗୃହ ମନ୍ତ୍ରାଳୟ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦୁଇଟି ଅଭିଯୋଗ ଦାୟର କରାଯାଇଛି । ଅଭିଯୋଗ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ସେପଟେ ଅଭିଯୋଗ ଗ୍ରହଣ ପରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ex-BJD MP Pinaki Mishra Faces Money Laundering & Security Breach Allegations | Argus News