PM Modi 25 years govt / ସରକାରରେ ୨୫ ବର୍ଷ ପୂରଣ କରିବେ ପ୍ରଧାନମନ୍ତ୍ରୀ ମୋଦି; ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବ ବିଜେପି
·2 weeks ago·2 min read

Key Points
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ମୁଖ୍ୟ କାର୍ଯ୍ୟ କରିବାରେ ୨୫ ବର୍ଷ ପୂରଣ କରିବା ଉପଲକ୍ଷେ ବିଜେପି ଏକ କାର୍ଯ୍ୟକ୍ରମ ଆୟୋଜନ କରିବ।
PM Modis New Records 2026: ଚଳିତ ବର୍ଷ ସରକାରୀ ମୁଖ୍ୟ ଭାବରେ କାର୍ଯ୍ୟ କରିବାରେ ୨୫ ବର୍ଷ ପୂରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ସରକାରଙ୍କ ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏଥିପାଇଁ ପ୍ରସ୍ତୁତି ସମୀକ୍ଷା କରିବେ। ବିଜେପି ଅଧ୍ୟକ୍ଷ ସମସ୍ତ ରାଜ୍ୟ ସଭାପତି, ସଙ୍ଗଠନ ସାଧାରଣ ସମ୍ପାଦକ, ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ସହିତ ଏକ ବୈଠକ କରିବେ।
ଦେଶବ୍ୟାପୀ ଆରମ୍ଭ ହେବ ଅଭିଯାନ
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୧ ଅକ୍ଟୋବର ୭ ତାରିଖରେ ପ୍ରଥମ ଥର ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ ସେବେଠାରୁ ସେ ନିରନ୍ତର ଭାବରେ ସରକାରୀ ମୁଖ୍ୟ ପଦରେ ଅଛନ୍ତି। ସେ ପ୍ରଥମ ୧୩ ବର୍ଷ ପାଇଁ (୨୦୧୪ ପର୍ଯ୍ୟନ୍ତ) ମୁଖ୍ୟମନ୍ତ୍ରୀ ଭାବରେ ଏବଂ ଶେଷ ୧୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ଗତ ଜୁନ୍ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଶାସକ ଏନଡ଼ିଏ ମେଣ୍ଟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ଯେ ଅକ୍ଟୋବର ୭ ତାରିଖରେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ୭୭ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି।
ଏହା ସହ ପଢନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ ମୁଖ୍ୟ ଭାବରେ ନୂଆ ରେକର୍ଡ; ଛୁଟିଲା ଶୁଭେଚ୍ଛାର ସୁଅ
ବିଜେପି ପକ୍ଷରୁ ଆୟୋଜିତ ହେବ ସେବା ସପ୍ତାହ
ଏହି ସମୟରେ ବିଜେପି ୨ ଅକ୍ଟୋବର ପର୍ଯ୍ୟନ୍ତ ଏକ ସେବା ସପ୍ତାହ ମଧ୍ୟ ଆୟୋଜନ କରିବ। ଦଳ ଏହାର ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିବ। ଦଳ ପକ୍ଷରୁ ଦେଶବ୍ୟାପୀ ଏକ "ସେବା ସଂକଳ୍ପ ମହୋତ୍ସବ" ଆୟୋଜନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏହି ସମୟୟରେ ଦେଶବ୍ୟାପୀ ୧୫ ଦିନ ଧରି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ଜାତୀୟ ସଂଯୋଜକ ଭାବରେ ନିଯୁକ୍ତ କରାଯାଇଛି। ପ୍ରତ୍ୟେକ ରାଜ୍ୟରେ ଏକ ୭ ଜଣିଆ ଦଳ ଏହି ଅଭିଯାନର ନେତୃତ୍ୱ ନେବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ, ସଙ୍ଗଠନର ଜଣେ ସାଧାରଣ ସମ୍ପାଦକ ଏବଂ ୫ ଜଣ ଦଳୀୟ ନେତା ସାମିଲ ହେବେ। ଏହି ସମୟୟରେ, ସ୍ୱଚ୍ଛତା, ରକ୍ତଦାନ, ବୃକ୍ଷରୋପଣ ଏବଂ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ। "ମୋଦି ସରକାରଙ୍କକ ୨୫ ବର୍ଷ" ଶୀର୍ଷକ ଉପରେ ଡିଜିଟାଲ୍ ଏବଂ ଫଟୋ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ସୁଶାସନ, ବିକାଶ ଏବଂ ଅନ୍ତ୍ୟୋଦୟ ଉପରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହେବ। ଦଳ ଯୁବପିଢ଼ି ଏବଂ ସମାଜର ବିଭିନ୍ନ ବର୍ଗ ସହିତ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବ। ଜନ କଲ୍ୟାଣକାରୀ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ଦଳ ସ୍ୱତନ୍ତ୍ର ଶିବିର ମଧ୍ୟ ଆୟୋଜନ କରିବ।
Related Topics
Explore more stories