Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଆସାମକୁ କେବଳ ଚା' ନୁହେଁ ଚିପ୍ ସହ ଜାଣିବ ଦୁନିଆ'

Politics

PM Modi Assam Rally / 'ଆସାମକୁ କେବଳ ଚା' ନୁହେଁ ଚିପ୍ ସହ ଜାଣିବ ଦୁନିଆ'

Subhramjit Ray
Browse all articles by Subhramjit Ray
·2 months ago·3 min read
'ଆସାମକୁ କେବଳ ଚା' ନୁହେଁ ଚିପ୍ ସହ ଜାଣିବ ଦୁନିଆ'
PM Modi Assam Rally 2026

Key Points

୨୦୨୬ ଆସାମ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଧେମାଜିର ଗୋଗାମୁଖରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରିଛନ୍ତି।
PM Modi takes jibe at RaGa: ୨୦୨୬ ଆସାମ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ରାଜ୍ୟର ଧେମାଜୀରେ ଆୟୋଜିତ ହୋଇଥିବା ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ବିରୋଧରେ ବର୍ଷିଥିଲେ। ଏନେଇ ସେ କହିଥିଲେ ଯେ ଆସାମରେ କଂଗ୍ରେସର ପରାଜୟ ନିଶ୍ଚିତ। ଦଳର (କଂଗ୍ରେସ) ଆତ୍ମଘୋଷିତ ରାଜକୁମାର ତାଙ୍କର ନିର୍ବାଚନ ପରାଜୟରେ ସେଞ୍ଚୁରୀ ସ୍କୋର କରିବାକୁ ଯାଉଛନ୍ତି। ସର୍ବାନନ୍ଦ ସୋନୋୱାଲ ଏବଂ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଆସାମ ବିଗତ ୧୦ ବର୍ଷ ମଧ୍ୟରେ ସେବା ଏବଂ ସୁଶାସନର ଏକ ନୂତନ ଯୁଗ ଦେଖିଛି। ଏଥରର ବିଧାନସଭା ନିର୍ବାଚନ ଏକ ବିକଶିତ ଆସାମକୁ ଏକ ବିକଶିତ ଭାରତରେ ପରିଣତ କରିବାକୁ ଯାଉଛି। ଏଥର ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ନିଶ୍ଚିତ ଭାବରେ ହ୍ୟାଟ୍ରିକ୍ ସ୍କୋର କରିବ।

ଆସାମକୁ ମିଳିବ ୪୦ ଲକ୍ଷ ଲକ୍ଷପତି ଦିଦି
ଆସାମର ଧେମାଜିର ଗୋଗାମୁଖରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯିବା ପରେ ଏହା ହେଉଛି ମୋର ପ୍ରଥମ ସାଧାରଣ ସଭା। ଏହି ବିଶାଳ ଜନସମୁଦ୍ର ଯୁବପିଢିଙ୍କ ଉତ୍ସାହ, ମାଆ ଭଉଣୀଙ୍କ ଆଶୀର୍ବାଦ ଏବଂ ଏହି ପ୍ରେମ ଖୋଲାଖୋଲି ଘୋଷଣା କରୁଛି ଏଥର ହ୍ୟାଟ୍ରିକ୍ ନିଶ୍ଚିତ। ଲକ୍ଷପତି ଦିଦି ଅଭିଯାନ ଆସାମର ଭଉଣୀଙ୍କୁ ବହୁତ ଲାଭ ଦେଇଛି। ଏପର୍ଯ୍ୟନ୍ତ ଆସାମର ପ୍ରାୟ ୩ ଲକ୍ଷ ଭଉଣୀ ଲକ୍ଷପତି ଦିଦି ହୋଇଛନ୍ତି। ଆସାମ ବିଜେପି ଘୋଷଣା କରୁଛି ଯେ ଡବଲ-ଇଞ୍ଜିନ୍ ସରକାର ଏବେ ଆହୁରି ୪୦ ଲକ୍ଷ ଭଉଣୀଙ୍କୁ ଲକ୍ଷପତି ଦିଦି କରିବାକୁ ଚେଷ୍ଟା କରିବ।

ବନ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ହେବ ପ୍ରୟାସ
ଆସାମରେ ପ୍ରତିବର୍ଷ ଆସୁଥିବା ବନ୍ୟା ସମ୍ପର୍କରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏନେଇ ସେ କହିଛନ୍ତି, ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ଏବଂ ଆମର ଆଦିବାସୀ ସମାଜର (ଷଷ୍ଠ ଅନୁସୂଚୀ କ୍ଷେତ୍ର) ସଂସ୍କୃତି ଏବଂ ପରମ୍ପରାକୁ ସୁରକ୍ଷା ଦେବା ଏବଂ ଆସାମର ସଂସ୍କୃତି ପରମ୍ପରାକୁ ସଂରକ୍ଷଣ କରିବା... ଏହା ଆସାମର ପରିଚୟକୁ ବଜାୟ ରଖିବା ପାଇଁ ପ୍ରମୁଖ ଘୋଷଣା। ମୁଁ ବହୁତ ସନ୍ତୁଷ୍ଟ ଯେ ଆସାମର ପ୍ରାୟ ୧୧ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧିନରେ ପ୍ରାୟ ୭୩୦ କୋଟି ଟଙ୍କାରୁ ଅଧିକ ସହୟତା ପାଇଛନ୍ତି। ହେଲେ ତଥାପି ବିଜେପି-ଏନଡିଏ ସରକାର ରାଜ୍ୟର ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବା ପାଇଁ ନିରନ୍ତର ପ୍ରୟାସ କରୁଛି। ବିଜେପି ସରକାର ଏଠାରେ ଆଧୁନିକ ବନ୍ଧ ନିର୍ମାଣ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛି।

ଆସାମକୁ କେବଳ ଚା' ନୁହେଁ ଚିପ୍ ସହ ଜାଣିବ ଦୁନିଆ
ଆସାମରେ ପ୍ରତିଷ୍ଠା ହେବାକୁ ଯାଉଥିବା ଚିପ୍ ପ୍ଲାଣ୍ଟ ବିଷୟରେ ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, "ଏକ ସମୟ ଥିଲା ଯେତେବେଳେ ଆସାମ କେବଳ ଚା' ପାଇଁ ଜଣାଶୁଣା ଥିଲା। ଏବେ ସାରା ବିଶ୍ୱ କେବଳ ଚା' ପାଇଁ ନୁହେଁ ବରଂ ଚିପ୍ ପାଇଁ ମଧ୍ୟ ଆସାମକୁ ଚିହ୍ନିବ। ସେହି ଦିନ ବେଶୀ ଦୂରରେ ନାହିଁ ଯେତେବେଳେ ଆସାମର ସେମିକଣ୍ଡକ୍ଟର ପ୍ଲାଣ୍ଟ୍ ରେ ଚିପ୍ସ୍ ଉତ୍ପାଦନ ଆରମ୍ଭ ହେବ। ଯାହା ଆସାମକୁ ଆଧୁନିକ ପ୍ରଯୁକ୍ତିର ଏକ ପ୍ରମୁଖ କେନ୍ଦ୍ର ଭାବରେ ବିକଶିତ କରିବ। ଭବିଷ୍ୟତରେ ଫୋନ୍, କାର, ଟିଭି, ରେଫ୍ରିଜରେଟର ଆଦି ବିଭିନ୍ନ ଉପକରଣ ଏହି ସମସ୍ତ ଜିନିଷ ଆସାମରେ ନିର୍ମିତ ଚିପ୍ସ୍ ଦ୍ୱାରା ଚାଲିବ। ଏହା ଏକ ବିକଶିତ ଆସାମ ପାଇଁ ଆମର ରୋଡମ୍ୟାପ୍।

କଂଗ୍ରେସ ୬୦-୬୫ ବର୍ଷରେ ବ୍ରହ୍ମପୁତ୍ର ଉପରେ କେବଳ ତିନୋଟି ପୋଲ ନିର୍ମାଣ କରିଥିଲା
କଂଗ୍ରେସ ବନାମ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ ତୁଳନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଯଦି ଆପଣ ଏଠାରେ ପୁଣି ଥରେ ବିଜେପି ସରକାର ଗଠନ କରନ୍ତି, ତାହେଲେ ଆସାମ ଆହୁରି ଦ୍ରୁତ ଗତିରେ ବିକାଶ କରିବ। ଏହା ହେଉଛି ମୋଦି ଗ୍ୟାରେଣ୍ଟି। ପ୍ରକୃତି ଆସାମକୁ ବହୁତ କିଛି ଦେଇଛି। ଆସାମ ପାଖରେ ପ୍ରାକୃତିକ ସମ୍ବଳର କୌଣସି ଅଭାବ ନାହିଁ। ହେଲେ କଂଗ୍ରେସ, କ୍ଷମତା ପାଇଁ ଆସମୀୟା ସମାଜକୁ ବିଭାଜିତ କରିଥିଲା। ଏପରିକି ବ୍ରହ୍ମପୁତ୍ର ନଦୀର ଦୁଇ କୂଳକୁ ଯୋଡ଼ି ପାରିନଥିଲା। କଂଗ୍ରେସ ୬୦-୬୫ ବର୍ଷ ମଧ୍ୟରେ ବ୍ରହ୍ମପୁତ୍ର ଉପରେ କେବଳ ତିନୋଟି ପୋଲ ନିର୍ମାଣ କରିଥିଲା। ସେତୁ ଅଭାବରୁ ଆମେ ଅନେକ ଲୋକଙ୍କୁ ହରାଇଛୁ। ଡବଲ ଇଞ୍ଜିନ ସରକାର ଏହି ସମସ୍ୟାକୁ ବୁଝିପାରିଛି। ଆଉ ବିଗତ ୧୦ ବର୍ଷ ମଧ୍ୟରେ ବ୍ରହ୍ମପୁତ୍ର ନଦୀରରେ ପାଞ୍ଚଟି ବଡ଼ ବଡ଼ ପୋଲ ନିର୍ମାଣ କରିସାରିଛି।






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
PM Modi Assam Rally 2026: Assam to be Global Hub for Tea & Chips | Argus News