PM Modi Victory Speech / 'ଆଜିଠୁ ଭୟ ମୁକ୍ତ ଏବଂ ବିକାଶର ଭରସା ଯୁକ୍ତ ହେଲା ପଶ୍ଚିମବଙ୍ଗ'
·1 hour ago·3 min read

Key Points
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ପବିତ୍ର ଭୂମି ପଶ୍ଚିମବଙ୍ଗରେ ଏକ ନୂତନ ସୂର୍ଯ୍ୟୋଦୟ ହୋଇଛି। ଏହା ହେଉଛି ଏପରି ଏକ ସୂର୍ଯ୍ୟୋଦୟ ଯାହାକୁ ପିଢ଼ି ପରେ ପିଢ଼ି ଅପେକ୍ଷା କରି ରହିବାକୁ ପଡ଼ିଥିଲା।
PM Modi Victory Speech in BJP HQ: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳର ବିପୁଳ ବିଜୟ ପରେ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପଶ୍ଚିମବଙ୍ଗରେ ଦଳର ବିଜୟ ପରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।
ଏହି ଅବସରରେ ଆୟୋଜିତ ହୋଇଥିବା ଦଳୀୟ ସଭା ବିଜେପି କର୍ମୀ "ମୋଦି, ମୋଦି" ନାରାରେ ପ୍ରତିଧ୍ୱନିତ ହୋଇ ଉଠିଥିଲା। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଦଳର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଥିଲେ, "ପଶ୍ଚିମବଙ୍ଗର ନୂତନ ସରକାର ଏହାର ପ୍ରଥମ କ୍ୟାବିନେଟ ବୈଠକରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବ। ଦଳ ରାଜ୍ୟରେ ଏକ ଭୟମୁକ୍ତ ପରିବେଶ ସୃଷ୍ଟି କରିବ। ଆଜିର ଦିନ ହେଉଛି ଐତିହାସିକ ଏବଂ ଅଭୂତପୂର୍ବ। ମୁଁ ସମସ୍ତ ବିଜେପି କର୍ମକର୍ତ୍ତାଙ୍କ ଖୁସିରେ ସାମିଲ ହେଉଛି। ଏହା ଗଣତନ୍ତ୍ରରେ ବିଶ୍ୱାସ ପ୍ରଦର୍ଶନ କରିବାର ଦିନ। ବର୍ତ୍ତମାନ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। ନୀତିନ ନବୀନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ବିଧାନସଭା ନିର୍ବାଚନର ଦଳକୁ ମିଳିଥିବା ବିଜୟରେ ତାଙ୍କ ମାର୍ଗଦର୍ଶନ ଗୁରୁତ୍ୱପୂର୍ଣ୍ଣ ଥିଲା।"
ପ୍ରଧାନମନ୍ତ୍ରୀ ମୋଦି ପଶ୍ଟିମବଙ୍ଗର ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ରାଜ୍ୟରେ ରାଜନୈତିକ ହିଂସାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ଏହା ଆଜି ଠାରୁ ଶେଷ ହୋଇଯିବା ଆବଶ୍ୟକ। ଆଜି ବିଜେପି ଜିତିଛି। ଏବେ ଭୟ କିମ୍ବା ପ୍ରତିଶୋଧ ନୁହେଁ ବରଂ ପରିବର୍ତ୍ତନକୁ କଥା ହେବା ଦରକାର। ବିକାଶର କଥା ହେବା ଆବଶ୍ୟକ। ମୁଁ ସମସ୍ତ ରାଜନୈତିକ ଦଳର ନେତୃତ୍ୱଙ୍କୁ ନିବେଦନ କରୁଛି ଆସନ୍ତୁ ପାରସ୍ପରିକ ବିଭେଦରୁ ଉପରକୁ ଉଠିବା। କିଏ କାହାକୁ ଭୋଟ ଦେଇଛି ତାହାକୁ ଭୁଲି ଆଗକୁ ବଢିବ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଏହି ବିଜୟ ସହିତ ରାଜ୍ୟବାସୀ ବନ୍ଦେ ମାତରମର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଭାରତ ମାତା ଏବଂ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କୁ ସେମାନଙ୍କର ସମ୍ମାନଜନକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭୋଟର ଯୋଗୀରାଜ ଅରବିନ୍ଦଙ୍କୁ ମଧ୍ୟ ଏକ ଐତିହାସିକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦଳର ଏହି ବିଜୟ ପାଇଁ ରାଜ୍ୟର ଅନେକ କର୍ମକର୍ତ୍ତା ସେମାନଙ୍କର ପ୍ରାଣବଳି ଦେଇଛନ୍ତି। ଏପରିକି ସେମାନେ ନିଜର ଜୀବନ ଉତ୍ସର୍ଗ କରିଥିଲେ। ଦଳର ଅନେକ ମହିଳା କର୍ମୀଙ୍କୁ ଅତ୍ୟାଚାର ସହ୍ୟ କରିବାକୁ ପଡିଥିଲା। କେରଳ ଏବଂ ପଶ୍ଚିମବଙ୍ଗର ପ୍ରତ୍ୟେକ ବିଜେପି କର୍ମୀଙ୍କୁ ଅନେକ କଷ୍ଟ ସହିବାକୁ ପଡିଛି। ସେମାନଙ୍କ ବିରୋଧରେ ଅନେକ ଅତ୍ୟାଚାର କରାଯାଇଛି। ଆଜି ମୁଁ ପଶ୍ଚିମବଙ୍ଗରେ ଦଳକୁ ମିଳିଥିବା ସଫଳତାର ଶ୍ରେୟ ଦଳର ଏପରି ସମସ୍ତ କର୍ମକର୍ତ୍ତା ଏବଂ ସେମାନଙ୍କ ପରିବାରକୁ ଦେଉଛି।
ବଙ୍ଗର ବିକାଶ ପାଇବ ପାଇଁ ବିଜେପି ଦିନ-ରାତି କାମ କରିବ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୁଁ ଏହି ବିଜୟକୁ ପଶ୍ଚିମବଙ୍ଗ ଜନତାଙ୍କୁ ଉତ୍ସର୍ଗ କରୁଛି। ଯଦିଓ ୨୦୨୬ ମେ ୪ ତାରିଖରେ ସୂର୍ଯ୍ୟାସ୍ତ ହୋଇସାରିଛି, ହେଲେ ଆଜି ପବିତ୍ର ଭୂମି ପଶ୍ଚିମବଙ୍ଗରେ ଏକ ନୂତନ ସୂର୍ଯ୍ୟୋଦୟ ହୋଇଛି। ଏହା ହେଉଛି ଏପରି ଏକ ସୂର୍ଯ୍ୟୋଦୟ ଯାହାକୁ ପିଢ଼ି ପରେ ପିଢ଼ି ଅପେକ୍ଷା କରି ରହିବାକୁ ପଡ଼ିଥିଲା। ବିଜେପି ଜିତିଥିବା ଆସନ ସଂଖ୍ୟା କେବଳ ଏକ ନିର୍ବାଚନୀ ଚିତ୍ର ନୁହେଁ। ବରଂ ଏହା ଅଟଳ ବିଶ୍ୱାସର ଗର୍ଜନ। ଯାହା ଭୟ, ତୁଷ୍ଟିକରଣ ଏବଂ ହିଂସାତ୍ମକ ରାଜନୀତି ମୂଳୋତ୍ପାଟନ କରିଛି। ଆଜି ବଙ୍ଗଳାର ଭବିଷ୍ୟତକୁ ଯାତ୍ରା ଆରମ୍ଭ କରୁଛି। ଯେଉଁଠାରେ ବିକାଶ ଅଟଳ ବିଶ୍ୱାସ ଏବଂ ନୂତନ ଆଶା ସହିତ ଆସିବ। ଆଜି ମୁଁ ପ୍ରତ୍ୟେକ ବଙ୍ଗବାସୀଙ୍କୁ ଆଶ୍ୱାସନା ଦେଉଛି ଯେ ବିଜେପି ରାଜ୍ୟର ଏକ ଉନ୍ନତ ଭବିଷ୍ୟତ ପାଇଁ ଦିନରାତି କାମ କରିବ।
ଅଙ୍ଗ-ବଙ୍ଗ ଏବଂ କଳିଙ୍ଗ...
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ନିର୍ବାଚନ ଫଳାଫଳ ଏହା ମଧ୍ୟ ଦର୍ଶାଇଛି ଯେ ଭାରତ ଏହି ଚ୍ୟାଲେଞ୍ଜରେ ଏକଜୁଟ, ସର୍ବସମ୍ମତ ଏବଂ ଗୋଟିଏ ଲକ୍ଷ୍ୟ ଦ୍ୱାରା ସ୍ଥିର: ଏକ ବିକଶିତ ଭାରତ। ଯେତେବେଳେ ଭାରତ ସମୃଦ୍ଧ ଏବଂ ଏହାର ଆର୍ଥିକ, ରାଜନୈତିକ ଏବଂ ସାଂସ୍କୃତିକ ଶକ୍ତିର ଶୀର୍ଷରେ ଥିଲା, ସେତବେଳ ଏହାର ତିନୋଟି ଦୃଢ଼ ସ୍ତମ୍ଭ ଥିଲା ତାହା ହେଉଛି ଅଙ୍ଗ ଯାହା ଆଜିର ବିହାର, ବଙ୍ଗ ଯାହା ଆଜିର ପଶ୍ଚିମବଙ୍ଗ ଏବଂ କଳିଙ୍ଗ ଯାହା ଆଜିର ଓଡ଼ିଶା।
ସେତେବେଳେ କଳିଙ୍ଗ ଭାରତ ମହାସାଗରର ସାମୁଦ୍ରିକ ବାଣିଜ୍ୟର ଏକମାତ୍ର କେନ୍ଦ୍ର ରହିଥିଲା। କଳିଙ୍ଗ ବନ୍ଦରରୁ ସମଗ୍ର ଏସିଆକୁ ଭାରତୀୟ ଉତ୍ପାଦ ପରିବହନ କରାଯାଉଥିଲା। ଅଙ୍ଗ କପା, ରେଶମ ଏବଂ ଅନ୍ୟାନ୍ୟ ବାଣିଜ୍ୟର କେନ୍ଦ୍ର ରହିବା ସହ ନାଳନ୍ଦା ଏବଂ ବିକ୍ରମଶିଳା ଭଳି ବିଶ୍ୱ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ରହିଥିଲା। ବଙ୍ଗଳା ହେଉଛି ସାଂସ୍କୃତିକ ଭୂମି ଯେଉଁଠାରୁ ଭାରତର ଆତ୍ମାର ସ୍ୱର ଉଠିଥିଲା। ଦାସତ୍ୱ ସମୟରେ ସମୃଦ୍ଧ ଭାରତର ସୁଦୃଢ଼ ଦୁର୍ଗ ଦୁର୍ବଳ ହୋଇଗଲା ଏବଂ ଭାରତ ବର୍ଷର ଶକ୍ତି ମଧ୍ୟ ହ୍ରାସ ପାଇଲା। ଏକ ବିକଶିତ ଭାରତ ନିର୍ମାଣ କରିବାକୁ ହେଲେ, ଏହି ତିନୋଟି ସ୍ତମ୍ଭକୁ ପୁଣି ଥରେ ବିକଶିତ କରିବା ଆବଶ୍ୟକ। ମୁଁ ଗର୍ବିତ ଯେ ଅଙ୍ଗ, ବଙ୍ଗ ଏବଂ କଳିଙ୍ଗ ଏହି ମହାନ ଅଭିଯାନ ପାଇଁ ବିଜେପିକୁ ବାଛିଛନ୍ତି ଏବଂ ଏନଡ଼ିଏ (NDA) ଉପରେ ସେମାନଙ୍କର ବିଶ୍ୱାସ ରଖିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
PM Modi Victory SpeechPM Modi Bengal Victory Speech 2026Bhay-mukt BharatFear-Free West BengalNew Era of BengalAyushman Bharat in BengalDouble Engine Sarkar BengalBJP Good Governance West BengalAction against Infiltrators BengalWomen Safety in BengalBJP 200+ seats BengalMamata Banerjee Bhabanipur LossWest Bengal Assembly Election 2026 ResultsHistoric Victory in BengalAnga Banga Kalinga BJPSaffron Surge East India