PM Modi On Tax / "ଦେଶକୁ ଲୁଟୁଥିଲା କଂଗ୍ରେସ", ଭରା ସଭାରେ ପ୍ରମାଣ ଦେଲେ ପ୍ରଧାନମନ୍ତ୍ରୀ

Key Points
କଂଗ୍ରେସର ସରକାର ଥିବା ସମୟରେ କେହି ବର୍ଷକୁ ୨ ଲକ୍ଷ ଆୟ କଲେ ଆୟକର ଦେବାକୁ ପଡ଼ୁଥିଲା । ଏବେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଟଙ୍କାଟିଏ ବି ଆୟକର ଦେବାକୁ ପଡ଼ୁ ନାହିଁ କହି କଂଗ୍ରେସକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି ।
ଝାରସୁଗୁଡ଼ା: ଯୁବ ସମାବେଶରୁ ପ୍ରଧାନମନ୍ତ୍ରୀଙ୍କ ଟିକସ୍ ଟାର୍ଗେଟ୍ । କଂଗ୍ରେସର ମୁଖା ଖୋଲିଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, "ଆପଣମାନେ ଭଲଭାବରେ ଜାଣନ୍ତି, ପୂର୍ବରୁ ସ୍ଥିତି କ'ଣ ଥିଲା ? କଂଗ୍ରେସ ଆପଣଙ୍କୁ ଲୁଟିବାର କୌଣସି ସୁଯୋଗ ଛାଡ଼ୁ ନଥିଲା । ୨୦୧୪ରେ ଆପଣମାନେ ଯେବେ ସେବାର ସୁଯୋଗ ଦେଲେ, ଆମେ ଦେଶକୁ କଂଗ୍ରେସର ଲୁଟ୍ତନ୍ତ୍ରରୁ ବାହାର କରିଥିଲୁ ।"
ବିଜେପି ସରକାରରେ ଏବେ ଡବଲ୍ ସଞ୍ଚୟ, ଡବଲ ଆୟର ଯୁଗ ଆସିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ କଂଗ୍ରେସର ସରକାର ଥିବା ସମୟରେ କେହି ବର୍ଷକୁ ୨ ଲକ୍ଷ ଆୟ କଲେ ଆୟକର ଦେବାକୁ ପଡ଼ୁଥିଲା । ଏବେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଟଙ୍କାଟିଏ ବି ଆୟକର ଦେବାକୁ ପଡ଼ୁ ନାହିଁ କହି କଂଗ୍ରେସକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଦଶନ୍ଧି ଦଶନ୍ଧି ଧରି ଗରିବୀ ଦେଖିଥିବା ଓଡ଼ିଶା ସମୃଦ୍ଧି ଦେଖିବ: ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ କହିଛନ୍ତି, "୨୨ ସେପ୍ଟେମ୍ବରରୁ ଦେଶରେ ଓଡ଼ିଶାରେ GSTର ନୂଆ ସ୍ଲାବ ଲାଗୁ ହୋଇଛି । ଏହାଦ୍ଵାରା ସମସ୍ତ ସାମଗ୍ରୀର ଦର କମିଛି, ରୋଷେଇ ଘରେ ଗୃହିଣୀଙ୍କ ଖର୍ଚ୍ଚ କମିଛି ।" ଓଡ଼ିଶାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମାନନ୍ତୁ ଗୋଟିଏ ପରିବାର ବର୍ଷକୁ ଲକ୍ଷେ ଟଙ୍କା ଘର ଖର୍ଚ୍ଚ ଭାବେ କରେ । ଯାହା ମାସକୁ ୧୨ରୁ ୧୫ ହଜାର । କଂଗ୍ରେସ ସରକାର ସମୟରେ ୨୦୧୪ ପୂର୍ବରୁ ଲକ୍ଷେ ଟଙ୍କା ଖର୍ଚ୍ଚ କଲେ ୨୦ରୁ ୨୫ ହଜାର ଟଙ୍କା ଟିକସ ଦେବାକୁ ପଡ଼ୁଥିଲା । ୨୦୧୭ରେ ବିଜେପି ସରକାର GST ଆଣିଥିଲା, ଆଉ ଟିକସ କମିଥିଲା । ଏବେ ପୁଣି ଥରେ GST ସୁଧାର ଦ୍ଵାରା ଲକ୍ଷେ ଟଙ୍କା ଘର ଖର୍ଚ୍ଚରେ ବାର୍ଷିକ ୫ରୁ ୬ ହଜାର ଦେବାକୁ ପଡ଼ିବ । କଂଗ୍ରେସ ରାଜ ତୁଳନାରେ ଏବେ ଭାରତର ସବୁ ପରିବାର ୨୦ ହଜାର ଟଙ୍କା ସଞ୍ଚୟ କରିବେ ।"
📱 Get Argus News App
✨କଂଗ୍ରେସ ସମୟରେ କୃଷକ ଟ୍ରାକ୍ଟର କିଣିଲେ ୭୦ ହଜାର ଟଙ୍କା ଟିକସ ଦେବାକୁ ପଡ଼ୁଥିଲା । ଏବେ କୃଷକ ଗୋଟିଏ ଟ୍ରାକ୍ଟରଟିଏ କିଣିଲେ ୪୦ ହଜାର ଟଙ୍କା ସଞ୍ଚୟ କରୁଛି । ଧାନ ରୁଆ ମେସିନରେ ୧୫ ହଜାର, ପାୱାର ଟିଲରରେ ୧୦ ହଜାର, ଥ୍ରେସରରେ ୨୫ ହଜାର ଟଙ୍କା ସଞ୍ଚୟ ହେଉଛି । କୃଷି ଉପକରଣ ଉପରେ ଟିକସ ବହୁତ କମିଛି । କେନ୍ଦୁପତ୍ର ଉପରେ ଟିକସ ହ୍ରାସ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏଥିସହ ପଢ଼ନ୍ତୁ: ୯ ମାସରେ ୪୯% ବଢ଼ିଲାଣି ସୁନା ଦର, ରୂପା ମୂଲ୍ୟ ୬୦% ବୃଦ୍ଧି
ପିଏମ୍ ମୋଦି କହିଛନ୍ତି, "ସରକାର ଟିକସ କମାଇବା ସହ ଲୋକଙ୍କ ସଞ୍ଚୟ ବଢ଼ାଉଛି । ତଥାପି କଂଗ୍ରେସ ବୟାନବାଜିରୁ ହଟୁ ନାହିଁ । କଂଗ୍ରେସ ଏବେ ବି ଲୋକଙ୍କୁ ଲୁଟୁଛି । ଏନେଇ ମୋ ପାଖରେ ପ୍ରମାଣ ବି ରହିଛି । ସିମେଣ୍ଟରୁ ଟିକସ ହ୍ରାସ ହୋଇଛି, ଫଳରେ ଲୋକଙ୍କୁ ଘର ନିର୍ମାଣରେ କମ୍ ଖର୍ଚ୍ଚ ହେବ । କିନ୍ତୁ କଂଗ୍ରେସ ବୟାନବାଜି କରୁଛି । ଆମ ସରକାର ସିମେଣ୍ଟ ଦର କମାଇଥିବା ବେଳେ ହିମାଚଳରେ କଂଗ୍ରେସ ସରକାର ନୂଆ ଟିକସ ଲଗାଇଛି । କଂଗ୍ରେସ ସରକାର ଯେଉଁଠି, ଲୁଟ୍ ସେଇଠି ।" ଲୋକେ ସତର୍କ ହୁହନ୍ତୁ.. କଂଗ୍ରେସ ଓ ତାଙ୍କ ସହଯୋଗୀଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Related Topics
Explore more stories