PM Modi in Odisha / ଦଶନ୍ଧି ଦଶନ୍ଧି ଧରି ଗରିବୀ ଦେଖିଥିବା ଓଡ଼ିଶା ସମୃଦ୍ଧି ଦେଖିବ: ପ୍ରଧାନମନ୍ତ୍ରୀ ମୋଦି

Key Points
"ଜୟ ଜଗନ୍ନାଥ"ରୁ ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଆରେ ସମସ୍ତଙ୍କୁ ଜୁହାର୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଯୁବ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଦେଢ଼ ବର୍ଷ ତଳେ ଆପଣମାନେ ନୂଆ ସଂକଳ୍ପ ସହ ଆଗକୁ ବଢ଼ିଥିଲେ । ଆଜି ଡବଲ୍ ଇଞ୍ଜିନ୍ ଗତିରେ ଓଡ଼ିଶା ଆଗକୁ ବଢ଼ୁଛି ।"
ଝାରସୁଗୁଡ଼ା: ଅମଲିପାଲି ପଡ଼ିଆରେ ଆୟଜିତ ଯୁବ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । "ଜୟ ଜଗନ୍ନାଥ"ରୁ ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଆରେ ସମସ୍ତଙ୍କୁ ଜୁହାର୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଯୁବ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଦେଢ଼ ବର୍ଷ ତଳେ ଆପଣମାନେ ନୂଆ ସଂକଳ୍ପ ସହ ଆଗକୁ ବଢ଼ିଥିଲେ । ଆଜି ଡବଲ୍ ଇଞ୍ଜିନ୍ ଗତିରେ ଓଡ଼ିଶା ଆଗକୁ ବଢ଼ୁଛି ।"
ଏବେ ଓଡ଼ିଶା ଓ ଦେଶର ବିକାଶ ପାଇଁ ହଜାର କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ କରାଯାଉଛି । ବିଏସଏନଏଲ୍ର ସ୍ଵଦେଶୀ ୪ଜି ସେବାର ଆରମ୍ଭ ହୋଇଛି । ଦେଶର ଅନେକ ରାଜ୍ୟରେ ଆଇଆଇଟି ସମ୍ପ୍ରସାରଣ ଆଜିଠାରୁ ଆରମ୍ଭ ହୋଇଛି । ଏଥିସହ ଓଡ଼ିଶାରେ ଶିକ୍ଷା, କୌଶଳ, ଯୋଗାଯୋଗ ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏଥିସହ ପଢ଼ନ୍ତୁ: "ଦେଶକୁ ଲୁଟୁଥିଲା କଂଗ୍ରେସ", ଭରା ସଭାରେ ପ୍ରମାଣ ଦେଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ପଶ୍ଚିମବଙ୍ଗରେ ଯେତିକି ଓଡ଼ିଆ ନାହାନ୍ତି ତାଠୁ ଅଧିକ ଓଡ଼ିଆ ସୁରଟରେ ରହୁଛନ୍ତି । ବ୍ରହ୍ମପୁର-ଉଧନା ଅମ୍ରିତ ଏକ୍ସପ୍ରେସ୍ ସେମାନଙ୍କ ପାଇଁ ଲାଭଦାୟୀ ହେବ । ଗରିବ, ଦଳିତ, ପଛୁଆ ବର୍ଗ, ଆଦିବାସୀଙ୍କୁ ସୁବିଧା ଯୋଗାଇ ଦେବା ଆମ ସରକାରର ଉଦ୍ଦେଶ୍ୟ । ଗରିବ ପରିବାରକୁ ପକ୍କା ଘର ମିଳିବା ଦ୍ଵାରା ଆଗାମୀ ପିଢ଼ିଙ୍କ ଜୀବନ ବି ସହଜ ହେବ । ଆମ ସରକାର ୪ କୋଟିରୁ ଅଧିକ ଗରିବ ପରିବାରକୁ ପକ୍କା ଘର ଦେଇଛି । ଓଡ଼ିଶାରେ ବି ଲକ୍ଷାଧିକ ଘର ନିର୍ମାଣ କରାଯାଉଛି ।"
ସେ ଆହୁରି କହିଛନ୍ତି, "ଓଡ଼ିଶାର ସାମର୍ଥ୍ୟ ଉପରେ, ଓଡ଼ିଶାର ଲୋକଙ୍କ ପ୍ରତିଭା ଉପରେ ମୋର ସବୁବେଳେ ବିଶ୍ଵାସ ରହିଛି । ପ୍ରକୃତି ଓଡ଼ିଶାକୁ ସବୁକିଛି ଦେଇଛି । ଓଡ଼ିଶା ବହୁ ଦଶନ୍ଧି ଧରି ଗରିବୀ ଦେଖିଛି, କିନ୍ତୁ ଏହି ଦଶନ୍ଧି ଓଡ଼ିଶାକୁ, ଆପଣମାନଙ୍କୁ ସମୃଦ୍ଧି ଆଡ଼କୁ ନେଇଯିବ । ଏହି ଦଶନ୍ଧି ଆପଣମାନଙ୍କ ପାଇଁ ମହତ୍ତ୍ଵପୂର୍ଣ୍ଣ । ନିକଟରେ କେନ୍ଦ୍ର ସରକାର ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ଅନୁମୋଦନ ଦେଇଛି ।"
ଏଥିସହ ପଢ଼ନ୍ତୁ: ୯ ମାସରେ ୪୯% ବଢ଼ିଲାଣି ସୁନା ଦର, ରୂପା ମୂଲ୍ୟ ୬୦% ବୃଦ୍ଧି
ପୂର୍ବରୁ ଆଗରୁ ଯାହା କେହି ଭାବି ନଥିଲେ, ଏବେ ତାହା ସମ୍ଭବ ହେଉଛି । ଯୁବପିଢ଼ିଙ୍କ ସାମର୍ଥ୍ୟ ଯୋଗୁଁ ଏହା ସମ୍ଭବ ହୋଇଛି । ସେଦିନ ଦୂର ନୁହେଁ, ଯେଉଁ ଛୋଟ ଚିପ୍ ଅନେକ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ରେ ବ୍ୟବହାର ହେଉଛି, ତାହା ଏବେ ଓଡ଼ିଶାରେ ତିଆରି ହେବ । ଆମର ସଂକଳ୍ପ ଚିପ୍ରୁ ନେଇ ସିପ୍ ପର୍ଯ୍ୟନ୍ତ ସବୁଥିରେ ଭାରତ ଆତ୍ମନିର୍ଭର ହେବ ।
ଏବେ ଆମ ଦେଶ କାହା ଉପରେ ନିର୍ଭର ହେବା ଅନୁଚିତ । ସବୁ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବ । ଏଥିପାଇଁ ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଶିଳ୍ପ ଉଦ୍ୟୋଗ ଆରମ୍ଭ ହେଉଛି । ଯେଉଁ ବି ଦେଶ ଆର୍ଥିକ ରୂପେ ସଶକ୍ତ ହୋଇଛି, ସେ ଦେଶ ବଡ଼ ବଡ଼ ଜାହାଜ ନିର୍ମାଣ ଉପରେ ଗୁରୁତ୍ଵ ଦେଉଛନ୍ତି । ଜାହାଜ ନିର୍ମାଣ ଦ୍ଵାରା ସବୁ କ୍ଷେତ୍ରରେ ଲାଭ ମିଳିବ । ସଂକଟ ସମୟରେ ଆମଦାନୀ ଓ ରପ୍ତାନୀ ହୋଇ ପାରିବ ।
📱 Get Argus News App
✨
ଜାହାଜ ବନାଇବା ଲାଗି ବିଜେପି ସରକାର ୧୭ ହଜାର କୋଟିର ପ୍ୟାକେଜ୍କୁ ଅନୁମୋଦନ ଦେଇଛନ୍ତି । ଏହାଦ୍ଵାରା ଭାରତକୁ ସାଢ଼େ ୪ ଲକ୍ଷ କୋଟିର ନିବେଶ ଆସିବ । ଏହି ଅର୍ଥ ଷ୍ଟିଲ୍, ମେସିନାରୀ, ଇଲେକ୍ଟ୍ରୋନିକ୍ସ ସହ ଉତ୍ପାଦନ କ୍ଷେତ୍ର ସହ ଜଡ଼ିତ ଅନେକ ଶିଳ୍ପକୁ ବଳ ଦେବ । ଏଥିରୁ ସର୍ବାଧିକ ଲାଭ ଯୁବପିଢ଼ିଙ୍କୁ ମିଳିବ । ଲକ୍ଷାଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ।
୨ଜି, ୩ଜି, ୪ଜି ପାଇଁ ଭାରତ ବିଦେଶୀ କମ୍ପାନୀ ଉପରେ ନିର୍ଭର ଥିଲା । ଯାହା ଦେଶ ପାଇଁ ଠିକ୍ ନଥିଲା । ତେଣୁ ଦେଶ ସଂକଳ୍ପ ନେଇଥିଲା, ଟେଲିକମ୍ ଟେକ୍ନୋଲୋଜି ଦେଶରେ ବିକଶିତ ହେଉ । ଆମ ପାଇଁ ଗୌରବ, ବିଏସଏନଏଲ୍ ସ୍ଵଦେଶୀ ୪ଜି ଟେକ୍ନୋଲୋଜି ବିକଶିତ କରିଛି । ବିଏସଏନଏଲ୍ ନୂଆ ଇତିହାସ ରଚିଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ୬୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏକ ଐତିହାସିକ ସଫଳତା ରୂପେ, ସାରା ଭାରତରେ ୯୭ ହଜାର ୫୦୦ରୁ ଅଧିକ ଦୂରସଞ୍ଚାର ଟାୱାର କାର୍ଯ୍ୟକ୍ଷମ ହୋଇଛି । ଏଗୁଡ଼ିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନିର୍ମିତ ହୋଇଛି ଏବଂ ଦୁର୍ଗମ, ସୀମାନ୍ତବର୍ତ୍ତୀ କ୍ଷେତ୍ର ଓ ମାଓବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ ।
ଅନ୍ୟ ଯେଉଁସବୁ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି, ସେଗୁଡ଼ିକ ରେଳ ସଂଯୋଗୀକରଣ, ଆଇଆଇଟି ଭିତ୍ତିଭୂମିର ସମ୍ପ୍ରସାରଣ, ଦକ୍ଷତା ବିକାଶ କେନ୍ଦ୍ର, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ । ଏହି ପ୍ରକଳ୍ପଗୁଡ଼ିକ ଆମର ଏକ ବିକଶିତ ଭାରତ ନିର୍ମାଣ ଦୃଷ୍ଟିକୋଣର ଅନୁରୂପ ଯେଉଁଠାରେ ଗରିବ ଏବଂ ବଞ୍ଚିତ ଲୋକମାନେ ସବୁପ୍ରକାର ବିକାଶର ସୁବିଧା ପାଇବେ ।
ଦେଖନ୍ତୁ ଏହି ଖବର: ମୋଦିଙ୍କମିଶନ ପୂର୍ବୋଦୟ, ଫୋକସରେ ଓଡ଼ିଶା...ଝାରସୁଗୁଡ଼ା ଯୁବ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ
Related Topics
Explore more stories