ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅବଧି ୫ ବର୍ଷ ବଢ଼ିଲା

ଅର୍ଗସ ବ୍ୟୁରୋ : ଦୀପାବଳି ପୂର୍ବରୁ ଦେଶର କୋଟି କୋଟି ଜନତାଙ୍କ ହିତ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆଗାମୀ ୫ବର୍ଷ ପାଇଁ ବୃଦ୍ଧି କରିଛନ୍ତି ବିଜେପି ସରକାର। ଏହି ଯୋଜନା କୋଭିଡ ମହାମାରି ସମୟରେ ଆରମ୍ଭ କରାଯାଇଥିଲା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ଏକ ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଭାବେ ପରିଣତ ହୋଇଛି । କେନ୍ଦ୍ରରେ ବିଜେପି ସରକାରର ଗତ ଦୁଇ ଥର ଶାସନ କାଳରେ ଅନେକ ଜନମଙ୍ଗଳକାରୀ ଯୋଜନା ମାନ ପ୍ରଣୟନ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏହି ଜନହିତକାରି ଯୋଜନା ମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଯୋଜନା ଦ୍ବାରା ଅନେକ ଭାରତୀୟ ପରିବାର ଉପକୃତ ହେଉଛନ୍ତି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟିରୁ ଅଧିକ ହିତାଧିକାରୀ ଲାଭବାନ ହେଲେଣି। ଏହି ଯୋଜନାରେ ହିତାଧିକାରୀଙ୍କୁ ପାଞ୍ଚ କିଲୋଗ୍ରାମ ମାଗଣା ଗହମ ଓ ଚାଉଳ ଯୋଗାଇ ଦିଆଯାଉଛି ଏବଂ ପ୍ରତ୍ୟେକ ପରିବାରକୁ ମାସକୁ ୧ କିଲୋଗ୍ରାମ ମାଗଣା ଚଣା ଯୋଗାଇ ଦିଆଯାଉଛି | ଏହି ଯୋଜନାରେ ଦାରିଦ୍ର୍ୟ ରେଖା ତଳେ ଥିବା ପରିବାରକୁ ତିନିମାସ ପାଇଁ ମାଗଣା ସିଲିଣ୍ଡର ମଧ୍ୟ ଯୋଗାଯାଉଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKY) ଆର୍ଥିକ ଅନଗ୍ରସର ବ୍ୟକ୍ତି ବିଶେଷଙ୍କୁ ରୋଜଗାରର ସୁଯୋଗ ମଧ୍ୟ ପ୍ରଦାନ କରୁଛି |
ସମସ୍ତ (PMGKY) କାର୍ଡଧାରୀ ଏହି ଯୋଜନା ଅଧୀନରେ ଲାଭ ପାଉଛନ୍ତି। ଏହି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ସବସିଡି ମଧ୍ୟ ଯୋଗାଇ ଦିଆଯାଉଛି |
📱 Get Argus News App
✨ଏହି ଯୋଜନା ଭାରତର ଗରିବଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଆର୍ଥିକଗତ ସମସ୍ୟାକୁ ଦୂର କରିବା ସହ ଏକ ସୁସ୍ଥ ଜୀବନ ଅତିବାହିତ ପାଇଁ ପ୍ରୋତ୍ସାହନ ଯୋଗାଇଦେଇ ଆସୁଛି।
ତେବେ ଆସନ୍ତା ପାଞ୍ଚ ବର୍ଷ ପାଇଁ PMGKY ଅଧୀନରେ ମାଗଣା ଖାଦ୍ୟଶସ୍ୟ ବଣ୍ଟନକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ଯାହା ସ୍ୱାଗତଯୋଗ୍ୟ। ଛତିଶଗଡ଼ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର