Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଜେଡିକୁ ବଡ଼ ଝଟକା ! ଆଜି ବିଜେପିରେ ଯୋଗ ଦେଇପାରନ୍ତି ପ୍ରଭାତ ବିଶ୍ୱାଳ

Politics

Prabhat Biswal BJP / ବିଜେଡିକୁ ବଡ଼ ଝଟକା ! ଆଜି ବିଜେପିରେ ଯୋଗ ଦେଇପାରନ୍ତି ପ୍ରଭାତ ବିଶ୍ୱାଳ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବିଜେଡିକୁ ବଡ଼ ଝଟକା ! ଆଜି ବିଜେପିରେ ଯୋଗ ଦେଇପାରନ୍ତି ପ୍ରଭାତ ବିଶ୍ୱାଳ
Prabhat Biswal BJP

Key Points

ଚୌଦ୍ୱାରରେ ରାଜନୈତିକ ହଲଚଲ
ବିଜେଡିରେ ବଢ଼ିଲା ଟେନସନ
ବିଜେପିରେ ସାମିଲ ହୋଇପାରନ୍ତି ପ୍ରଭାତ ବିଶ୍ୱାଳ
ହଲଚଲ ଚୌଦ୍ଵାର ରାଜନୀତି । ଆଜି ଅପରାହ୍ନରେ ବିଜେପିରେ ସାମିଲ ହୋଇପାରନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ଵାଳ । ତାଙ୍କ ସହ ହଜାର ହଜାର କର୍ମୀ ବି ବିଜେଡି ଛାଡି ବିଜେପିରେ ସାମିଲ ହୋଇପାରନ୍ତି । ଗତକାଲି ସକାଳୁ ସକାଳୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନଜର ଆସିଥିଲେ ବିଜେଡିରୁ ନିଲମ୍ବିତ ବିଜେଡି ବିଧାୟକ ସୌଭିକ ବିଶ୍ଵାଳ । ସୌଭିକଙ୍କ ପାଞ୍ଚ ମିନିଟିଆ ବିଜେପି ଅଫିସ ଭିଜିଟ୍ ରାଜନୀତିକୁ ସରଗରମ କରିଥିବା ବେଳେ ବିଜେଡି ଶିବିରରେ ଛନକା ଭରିଛି । ଯଦିଓ ସୌଭିକ କାହାକୁ ଭେଟିନଥିଲେ କେବଳ ପାର୍ଟି ଅଫିସ ଭିତରକୁ ପଶି ବାହାରି ଯାଇଥିଲେ । କୁହାଯାଇଛି ଆଜି ହେବାକୁ ଥିବା ମିଶ୍ରଣ ପର୍ବର ପ୍ରସ୍ତୁତି ପରଖିବାକୁ ସେ ବିଜେପି କାର୍ଯ୍ୟାଳୟ ଯାଇଥିଲେ । ଏହାକୁ ନେଇ ରାଜ୍ୟରେ ତୀବ୍ର ହୋଇଛି ରାଜନୈତିକ ବୟାନବାଜି ।

ସେପଟେ କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏକ ବିରାଟ ପଟୁଆର ଆସି ଆଜି ଅପରାହ୍ନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାର ସମ୍ଭବନା ରହିଛି । ଏଥିପାଇଁ ତାଙ୍କ ବାସଭବନ ସାମ୍ନାରେ ତାଙ୍କ ସମର୍ଥକଙ୍କ ଭିଡ଼ ଲାଗିଛି । କର୍ମୀମାନଙ୍କ କହିବାନୁଯାୟୀ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ଆଜି କଟକ ଚୌଦ୍ୱାର ପାଇଁ ଖୁସିର ଦିନ । କଟକ ଚୌଦ୍ୱାରର ଅନେକ ଲୋକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ।

ଅନ୍ୟପଟେ ଚୌଦ୍ୱାରରେ ବିଜେଡିରୁ ଇସ୍ତଫା ପର୍ବ ରୋକିବାକୁ ନବୀନ ନିବାସରେ କସରତ କରାଯାଇଛି । ଏହାକୁ ନେଇ ସରଗରମ ହୋଇଛି ଚୌଦ୍ୱାର ରାଜନୀତି । କେବଳ ସେତିକି ନୁହେଁ ଗତକାଲି ଦଳୀୟ କର୍ମୀଙ୍କ ଘରକୁ ଯାଇ ମନାଇବାକୁ ଉଦ୍ୟମ କରିଥିଲେ ବିଜେଡି ଉପସଭାପତି ଦେବୀ ମିଶ୍ର । ଚୌଦ୍ବାର ଯାଇ ସେ ବିଜେଡି ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଏଭଳି କସରତ ଭିତରେ ସରଗରମ ହୋଇଛି ଚୌଦ୍ବାର ରାଜନୀତି । ପ୍ରଭାତ ବିଜେପିରେ ଯୋଗଦେଲେ ପ୍ରଭାତଙ୍କ ଶହ ଶହ ଅନୁଗାମୀଙ୍କ ସହ ଅନେକ କାଉନସିଲର ବିଜେଡି ଛାଡ଼ିପାରନ୍ତି । ଏହାକୁ ନେଇ ଟେନସନରେ ବିଜେଡି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored