Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Rabindra Jena BJP Joining / ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଡ଼ ଟ୍ବିଷ୍ଟ୍‌, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରବୀନ୍ଦ୍ର ଜେନା

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଡ଼ ଟ୍ବିଷ୍ଟ୍‌, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରବୀନ୍ଦ୍ର ଜେନା
Rabindra Jena

Key Points

ବିଜେଡି ଛାଡ଼ି ବିଜେପିରେ ରବୀନ୍ଦ୍ର ଜେନା
ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଡ଼ ଟ୍ବିଷ୍ଟ୍
ମଙ୍ଗଳବାର ବିଜେଡିରୁ ଦେଇଥିଲେ ଇସ୍ତଫା
ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଲା ବଡ଼ ଝଟକା । ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେବା ପରେ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରବୀନ୍ଦ୍ର ।

ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଥିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ଦଳର ପ୍ରାଥମିକତା ପଦରୁ ସେ ଇସ୍ତଫା ଦେଇଥିଲେ । ଦଳର ସମସ୍ତ ଦାୟିତ୍ବରୁ ତୁରନ୍ତ ଅବ୍ୟାହିତ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ହୋଇଛି । ବାଲେଶ୍ବର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଥିଲେ ରବୀନ୍ଦ୍ର ଜେନା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଇସ୍ତଫା ଦେଇଥିଲେ ରବୀନ୍ଦ୍ର ଜେନା । ବ୍ୟକ୍ତିଗତ କାରଣ ଓ ପରିସ୍ଥିତି ନିମନ୍ତେ ଦଳରୁ ଅଲଗା ହୋଇଥିବା ରବୀନ୍ଦ୍ର ଦର୍ଶାଇଥିଲେ ।
ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବା ପରେ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂର ଚର୍ଚ୍ଚା ଥିବାବେଳେ ରବୀନ୍ଦ୍ରଙ୍କ ପତ୍ନୀ ସୁଭାଷିନୀଙ୍କ ଭୋଟ କୁଆଡ଼େ ଯିବ, ତାକୁ ନେଇ ଆରମ୍ଭ ହୋଇଗଲାଣି ଆଶଙ୍କା ଓ ଅନୁମାନ ।

ବ୍ୟବସାୟରୁ ରାଜନୀତିକୁ ଆସିଥିବା ରବୀନ୍ଦ୍ର ଜେନା ବାଲେଶ୍ବର ତଥା ଉତ୍ତର ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ପରିଚିତ । ୨୦୧୪ ନିର୍ବାଚନରେ ସେ ବାଲେଶ୍ବର ଆସନରୁ ଷୋଡ଼ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ସେ ବାଲେଶ୍ବର ବିଜେଡିର ସଭାପତି ସହ ବିଭିନ୍ନ ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ । ତେବେ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କୁ ଲୋକସଭା ଟିକେଟ ନଦେଇ ବିଜେପିରୁ ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ବିଜେଡି ଏହି ଆସନରେ ପରାଜିତ ହୋଇଥିଲା । ଯଦିଓ ରବୀନ୍ଦ୍ର ଜେନାଙ୍କୁ ଦଳ ଲୋକସଭା ଟିକେଟ ଦେଇନଥିଲା କିନ୍ତୁ ତାଙ୍କ ପତ୍ନୀ ଶୁଭାଷିନୀଙ୍କୁ ବସ୍ତା ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rabindra Jena Joins BJP After Resigning from BJD Ahead of Rajya Sabha Polls | Argus News