Videos
|
Politics

Rahul Gandhi Controversy / ବିଦେଶ ମାଟିରେ ରାହୁଲଙ୍କ ବିବାଦୀୟ ବୟାନ, ଭାରତକୁ ନେଇ କହିଦେଲେ ଏମିତି କଥା

Santosh Kumar Sahoo
Browse all articles by Santosh Kumar Sahoo
·47 mins ago·2 min read
ବିଦେଶ ମାଟିରେ ରାହୁଲଙ୍କ ବିବାଦୀୟ ବୟାନ, ଭାରତକୁ ନେଇ କହିଦେଲେ ଏମିତି କଥା
Rahul Gandhi Controversy

Key Points

ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ରାଜନୈତିକ ଝଡ଼
ପୁଣି ବିଦେଶ ମାଟିରେ ରାହୁଲ ଦେଶର ସମ୍ମାନହାନି କରିଥିବା ଅଭିଯୋଗ
`ତୁଳନାତ୍ମକ ବିଚାର ହରାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି'


ପୁଣି ବିଦେଶ ମାଟିରେ ଦେଶର ସମ୍ମାନ କ୍ଷୁର୍ଣ୍ଣ । ପାକିସ୍ତାନର ପ୍ରଶଂସକ ଭଳି ବ୍ୟବହାର କରୁଛନ୍ତି ରାହୁଲ ଗାନ୍ଧି । ବିଦେଶ ମାଟିରେ ଭାରତର କୂଟନୀତିକୁ ନେଇ ବିବାଦୀୟ ବୟାନକୁ ନେଇ ଜୋରଦାର ବର୍ଷିଲା ବିଜେପି । ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରେ ଉଦ୍‌ବୋଧନ ଦେବା ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତର ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଆଲୋଚନାରୁ ବାଦ୍ ପଡ଼ୁଛି ଏବଂ ସାଇଡ୍ ପ୍ଲେୟାର ହୋଇ ରହିଯାଇଛି, ଯେତେବେଳେ କି ପାକିସ୍ତାନ ଆମେରିକା ଓ ଇରାନ ଭଳି ଦେଶ ସହ ଆଲୋଚନାରେ ବ୍ୟସ୍ତ ଅଛି ବୋଲି କହିଛନ୍ତି ରାହୁଲ ଗାନ୍ଧି । ରାହୁଲଙ୍କ ଏପରି ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାହୁଲ ଗାନ୍ଧି ଭାରତକୁ ପାକିସ୍ତାନ ସହ ତୁଳନା କରି ତୁଳନାତ୍ମକ ବିଚାର ହରାଇଛନ୍ତି କହି ତୀବ୍ର କଟାକ୍ଷ କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୂବେ ।

ବିଜେପି ମୁଖପାତ୍ର ସି.ଆର୍. କେଶବନ୍ ରାହୁଲଙ୍କ ବୟାନକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବା ସହ ରାହୁଲ ଗାନ୍ଧି ପାକିସ୍ତାନର ପ୍ରଚାରକ ଭଳି କଥା କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି ବୋଲି ସେ ଦାବି କରିଛନ୍ତି । ସେହିପରି ଅନ୍ୟତମ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ, ରାହୁଲ ଗାନ୍ଧିଙ୍କୁ 'ପାକ୍ ଫ୍ୟାନ୍ ବୟ' ବୋଲି କହି ଆକ୍ଷେପ କରିଛନ୍ତି । ଋଷ-ୟୁକ୍ରେନ ଓ ଇରାନ ସହ ଭାରତର କୂଟନୈତିକ ସମ୍ପର୍କକୁ ବିଶ୍ୱ ସ୍ୱୀକୃତି ଦେଉଥିବା ସେ ଦାବି କରିଛନ୍ତି ।

ବିଦେଶ ମାଟିରେ ରାହୁଲ ଗାନ୍ଧିଙ୍କ ଭାରତର ବୈଦେଶିକ ନୀତି ସମ୍ପର୍କିତ ବୟାନ ଓ ଶାସକ ଦଳର ପାଲଟା ଆକ୍ରମଣକୁ ନେଇ ଏବେ ଜାତୀୟ ରାଜନୀତି ବେଶ୍ ସରଗରମ ହୋଇଉଠିଛି । ବିଶ୍ୱ ଭୂ-ରାଜନୀତିରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବା ସହ ଆମେରିକା-ଇରାନ, ଇସ୍ରାଏଲ-ଗାଜା, ରୁଷିଆ-ୟୁକ୍ରେନ ଯୁଦ୍ଧ ସମସ୍ୟାର ସମାଧାନ ପାଇଁ ଆଲୋଚନା ପ୍ରସ୍ତାବ ଦେଇଆସୁଛି । ବିଶ୍ବ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । କିନ୍ତୁ ପାକିସ୍ତାନ ଫ୍ୟାନ୍‌ବୟ ରାହୁଲ ଗାନ୍ଧି ବିଦେଶରେ ପାକିସ୍ତାନର ପ୍ରଶଂସା କରି ଭାରତର ସମ୍ମାନହାନୀ କରୁଥିବା ଅଭିଯୋଗ ଉଠାଇଛି ବିଜେପି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: