Raja Swain Puppet Remark / କାହା ପାଇଁ ରାଜାଙ୍କ ‘କଣ୍ଢେଇ’ କାହାଣୀ ? ଶଙ୍ଖ ଦଳ ରାଜନୀତିରେ ପୁଣି ହଟଚମଟ
·2 weeks ago·2 min read

Key Points
ରାଜା ସ୍ଵାଇଁଙ୍କ କଣ୍ଢେଇ ଉପାଖ୍ୟାନ
କାହାକୁ କଣ୍ଢେଇ କହିଲେ ରାଜା?
ଶଙ୍ଖ ଭବନର ସୁଜାତାଙ୍କୁ କଣ୍ଢେଇ କହି ରାଜାଙ୍କ ଟାର୍ଗେଟ କି?

ଆମେ ରାଜନେତା ଆମେ କାରିଗର । ଆମେ କଣ୍ଡେଇ ତିଆରି କରୁ । ଭାଙ୍ଗିଗଲେ ଆଉ ଗୋଟିଏ ତିଆରି ବି କରିପାରୁ । ସ୍ଵାୟତ୍ତ ଶାସନ ଦିବସରେ ବିଜେଡିର ବରିଷ୍ଠ ବିଧାୟକ ରାଜା ସ୍ଵାଇଁଙ୍କ ଏହି ଭାଷଣକୁ ହଲଚଲ ବିଜେଡି ରାଜନୀତି । କାହା ପାଇଁ ରାଜାଙ୍କ କଣ୍ଡେଇ ଉପାଖ୍ୟାନ । ବିଜେପି ଏହାକୁ ସୁଜାତାଙ୍କୁ ନିଶାନା ବୋଲି କହିଥିବା ବେଳେ ବିଜେଡି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି କଣ ପାଇଁ କହିଲେ, ସେ କହିପାରିବେ କିନ୍ତୁ ସେ ଠିକ କହିଛନ୍ତି ।
ଢେର ଦିନ ହେବ ଦଳ ଠାରୁ ଦୂରେଇ ରହୁଛନ୍ତି । ଶଙ୍ଖ ଭବନ ନଯାଇ ଘରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ଦଳ ସହ ସମାନ୍ତରାଳ ଭାବେ ରାଜା ସ୍ଵାଇଁ ଚାଲିଥିବା କୁହାଯାଉଥିବା ବେଳେ ଏମିତି ଏକ ବୟାନ ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଆଠଗଡ଼ରେ ସ୍ଵାୟତ୍ତ ଶାସନ କାର୍ଯ୍ୟକ୍ରମରେ ୨୪ ନିର୍ବାଚନକୁ ନେଇ ବୁଲେଇ ବଙ୍କାଇ ବାଣ ମାରିଛନ୍ତି ରାଜା ସ୍ଵାଇଁ । କହିଛନ୍ତି ଆମେ ରାଜନେତା କାରିଗର । ବହୁ କଣ୍ଡେଇ ହାତରେ ତିଆରି କରିଛୁ । କେତେବେଳେ ପାଣି ପଡି ରଙ୍ଗ ଛାଡି ଯାଉଛି, ତ କେତେବେଳେ ଭାଙ୍ଗି ଯାଉଛି । କିନ୍ତୁ ଆମେ କ'ଣ ଆଉ ଗୋଟେ କଣ୍ଡେଇ ତିଆରି କରିପାରୁବୁନି ବୋଲି କହିଛନ୍ତି ରାଜା ସ୍ଵାଇଁ । ବିଜେପି ନେତା ଅଭୟ ବାରିକ କହିଛନ୍ତି, ସୁଜାତା ଯୋଗ ଦେବା ପରେ ରାଜା ସ୍ଵାଇଁଙ୍କୁ ପଚାରୁନାହାନ୍ତି । ସେଥିପାଇଁ ଏମିତି କହିଥାଇପାରନ୍ତି । ବିଜେଡି ବରିଷ୍ଠ ନେତା ଗଣେଶ୍ଵର ବେହେରା କହିଛନ୍ତି, ସେ କେଉଁ ଲକ୍ଷ୍ୟରେ କହିଛନ୍ତି ସେ କହିପାରିବେ ।
ଏଠି ପ୍ରଶ୍ନ ଉଠୁଛି କାହାକୁ କଣ୍ଢେଇ କହି ଟାର୍ଗେଟ କରିଛନ୍ତି ରାଜା । ସୁଜାତାଙ୍କୁ ନିଶାନା କରିଛନ୍ତି କି ରାଜା । କାରିଗର ନୂଆ ମୂର୍ତ୍ତି ତିଆରି କରି ପାରିବ ଅର୍ଥାତ ବିଜେଡିର ନେତା କିଏ ହେବ ସେ ନିଷ୍ପତ୍ତି ଆମେ ନେବୁ ବୋଲି କହିବାକୁ ଚାହୁଁଛନ୍ତି କି ରାଜା ସ୍ଵାଇଁ । ସୁଜାତାଙ୍କ ମିଶ୍ରଣ ଦିନ ଅନୁପସ୍ଥିତ ଥିଲେ ରାଜା ସ୍ଵାଇଁ । ପରେ ଅନେକ ନେତା ସୁଜାତାଙ୍କୁ ଭେଟିଥିବା ବେଳେ ଏ ଯାଏଁ ରାଜା କିନ୍ତୁ ଦୂରେଇ ରହିଛନ୍ତି । ଏମିତି କି ଶଙ୍ଖ ଭବନ ଯାଉନାହାନ୍ତି । ଆଉ ସମାନ ପ୍ରସଙ୍ଗରେ ଦଳ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ, ରାଜା ସ୍ଵାଇଁ ଆଉ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ।
ଏପ୍ରିଲ ୨୦୨୫ରେ ନବୀନଙ୍କୁ ଚିଠି ଲେଖି ଦଳର ସଙ୍ଗଠନକୁ ହାଇଜାକ କରିବାକୁ ଦିଆ ନଯାଉ ବୋଲି କହିଥିଲେ ରାଜା ସ୍ଵାଇଁ । ପରେ ଅଗଷ୍ଟ ୨୦୨୫ରେ ନବୀନ ଅସୁସ୍ଥ ହୋଇ ହସ୍ପିଟାଲରେ ଥିବା ବେଳେ ରାଜା ସ୍ଵାଇଁଙ୍କୁ ଆଇ ଆମ ଡାଉନ ବଟ୍ ନଟ୍ ଆଉଟ ବୋଲି ଶୁଣାଇଥିଲେ ପାଣ୍ଡିଆନ । ଆଉ ପୁଣି ସୁଜାତା ମିଶିବା ପରେ ଦଳରୁ ଦୂରେଇ ରହୁଥିବା ରାଜାଙ୍କୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଆଉ ଏବେ ରାଜାଙ୍କ କଣ୍ଢେଇ ଉପାଖ୍ୟାନ ରାଜନୈତିକ ହଟଚମଟ ତିଆରି କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories