OP Rajbhar birthday wish / ଜନ୍ମଦିନର ଶୁଭେଚ୍ଛା ଜଣାଇ ସପା ଅଧ୍ୟକ୍ଷଙ୍କୁ ମନ୍ତ୍ରୀଙ୍କ କଟାକ୍ଷ; କହିଲେ 'ଆଳସ୍ୟପୂର୍ଣ୍ଣ-ଆରାମଦାୟକ ଜୀବନ ଛାଡ଼'
·3 hours ago·3 min read

Key Points
ୟୁପି ସରକାରଙ୍କ ମନ୍ତ୍ରୀ ଓମ ପ୍ରକାଶ ରାଜଭର ଏକ ଅନନ୍ୟ ଉପାୟରେ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।
SP Chief Akhilesh Yadav Birthday: ବୁଧବାର (ଜୁଲାଇ ୧) ନିଜର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଏବଂ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଏହି ଅବସରେ ତାଙ୍କୁ ବିଭିନ୍ନ ଦଳର ନେତା ଶୁଭେଚ୍ଛା ଜଣାଇଛନ୍ତି। ହେଲେ ତାଙ୍କ ଜନ୍ମ ଦିନରେ ଏକ ଅନନ୍ୟ ଢଙ୍ଗରେ ଶୁଭେଚ୍ଛା ଜଣାଇ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଓମ ପ୍ରକାଶ ରାଜଭର। ସେ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ସପା ଅଧ୍ୟକ୍ଷଙ୍କୁ କଟାକ୍ଷ କରିଛନ୍ତି। ତାଙ୍କର ବ୍ୟଙ୍ଗାତ୍ମକ ଜନ୍ମଦିନ ଶୁଭେଚ୍ଛାରେ, ମନ୍ତ୍ରୀ ରାଜଭର ଲେଖିଛନ୍ତି ଯେ ଅଖିଳେଶ ଯାଦବ ତାଙ୍କର ଆଳସ୍ୟ ତ୍ୟାଗ କରି, ତାଙ୍କର ଏସି-ପିସି କାମରୁ ବାହାରି ଗାଁ ରାସ୍ତାରେ ଚାଲିବା ଉଚିତ। ବୟସ୍କ ଏବଂ ଅଭିଜ୍ଞତାରେ ବଡ଼ ହୋଇଥିବାରୁ, ମୁଁ ଆପଣଙ୍କୁ ଏହି ମୂଲ୍ୟବାନ ପରାମର୍ଶ ଦେଉଛି।
ମୁଁ ଆପଣଙ୍କୁ ମୂଲ୍ୟବାନ ପରାମର୍ଶ ଦେଉଛି: ମନ୍ତ୍ରୀ ରାଜଭର
ମନ୍ତ୍ରୀ ରାଜଭର ତାଙ୍କ ପୋଷ୍ଟ ସେୟାର କରି କହିଛନ୍ତି, "ଅଖିଳେଶ ଯାଦବଙ୍କୁ ହାର୍ଦ୍ଦିକ ଜନ୍ମଦିନର ଶୁଭେଚ୍ଛା। ମୁଁ ଆପଣଙ୍କୁ କ'ଣ ଉପହାର ଦେବି ସେ ବିଷୟରେ ବହୁତ ଚିନ୍ତା କରିଛି। ଆପଣ ଏକ ଧନୀ ପରିବାରର ପୁଅ। ଆପଣଙ୍କ ପିତା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ଆପଣ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇ ବିଳାସପୂର୍ଣ୍ଣ ବଙ୍ଗଳାରେ ଜୀବନ ବିତାଇଛନ୍ତି।" ଆମେ ଆପଣଙ୍କୁ କ'ଣ ଦେଇପାରିବୁ? ହେଲେ ବୟସ୍କ ଏବଂ ଅଧିକ ଅଭିଜ୍ଞ ହୋଇଥିବାରୁ, ଆମେ ଆପଣଙ୍କୁ କିଛି ଅମୂଲ୍ୟ ପରାମର୍ଶ ଦେଇପାରିବୁ। ଏହି ପରାମର୍ଶକୁ ମୋର ଜନ୍ମଦିନର ଉପହାର ଭାବରେ ବିବେଚନା କରନ୍ତୁ। ଏହି ପରାମର୍ଶ ହେଉଛି ଯଥାଶୀଘ୍ର ଆପଣ, ଆପଣଙ୍କର ଆଳସ୍ୟ ଏବଂ ଆରାମଦାୟକ ଜୀବନ ତ୍ୟାଗ କରନ୍ତୁ। ଆପଣ ଯେତେଶୀଘ୍ର ଏସି-ପିସି ରାଜନୀତି ପରିତ୍ୟାଗ କରିବେ, ତାହା ସେତେଶୀଘ୍ର ଆପଣଙ୍କ ପାଇଁ ଲାଭଦାୟକ ହେବ।
ଏହା ସହ ପଢନ୍ତୁ: 'ମୁଁ ଦୁର୍ନୀତିର ପୁରା ଫାଇଲ୍ ଧରି ବସିଛି', ଅଖିଳେଶଙ୍କୁ ରାଜଭରଙ୍କ ଟାର୍ଗେଟ
"ଗାଁ ଦାଣ୍ଡରେ ଚଲାବୁଲା କରନ୍ତୁ"
ମନ୍ତ୍ରୀ ରାଜଭର ଲେଖିଛନ୍ତି, "ଆପଣ ଆଳସ୍ୟ ତ୍ୟାଗ କରି ଗାଁ ଦାଣ୍ଡରେ ଚଲାବୁଲା କରନ୍ତୁ। ଅଣ-ଯାଦବ ପଛୁଆ ବର୍ଗ, ଗରିବ, ଦଳିତ, ବଞ୍ଚିତ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚନ୍ତୁ ଏବଂ ସେମାନଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତୁ। ନୂତନ ଉତ୍ତର ପ୍ରଦେଶକୁ ଦେଖନ୍ତୁ ଏବଂ ଏହାକୁ ବୁଝିବାକୁ ଚେଷ୍ଟା କରନ୍ତୁ। କେବଳ ଆପଣଙ୍କର ଏସି ଭିତରେ ବସି ସୋସିଆଲ ମିଡ଼ିଆରେ ଚାଷ, ଚାଷୀ, ଗାଁ ଗଣ୍ଡାର ଭିଡି଼ଓ ଦେଖନ୍ତୁ ନାହିଁ। କ୍ଷେତକୁ ଯାଇ ନିଜେ ଚାଷକୁ ବୁଝନ୍ତୁ। ହଁ ଏହା ସମ୍ଭବ ଯେ ଆରମ୍ଭରେ ବିଲ ହିଡ଼ କିମ୍ବା ଗାଁ ଦାଣ୍ଡରେ ଚଲାବୁଲା କରିବା ସମୟରେ ଆପଣଙ୍କ ପାଦରେ ଆଘାତ ଲାଗିପାରେ।" ଆପଣଙ୍କୁ ଗରମ ଲାଗିପାରେ କିମ୍ବା ଦେହରୁ ଝାଳ ବାହାରିପାରେ। ହେଲେ ଯଦି ଆପଣ ଚେଷ୍ଟା ଜାରି ରଖନ୍ତି, ତାହେଲେ ଆପଣ ଦିନେ ଗାଁ ରାଜନୀତିରୁ ରାଜ୍ୟ ରାଜନୀତି ପର୍ଯ୍ୟନ୍ତ ଲମ୍ବିଥିବା ପ୍ରକୃତ ପଥକୁ ବୁଝିପାରିବେ।
"ଅଖିଳେଶ ବାବୁ, ତୃଣମୂଳ ସ୍ତର ସହିତ ଯୋଡ଼ି ହେବାର କୌଣସି କୌଣସି ସଂକ୍ଷିପ୍ତ ଉପାୟ ନାହିଁ। ଆପଣଙ୍କୁ ଗାଁ ଦାଣ୍ଡରେ ଚଲାବୁଲା କରିବାକୁ ହେବ। ଆମ ଠାରୁ ଶିଖ, ମୁଁ ୪୮ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଗାଁ ଗଣ୍ଡା ଭ୍ରମଣ କରିଥାଏ। ମୁଁ କେବଳ ଏତିକି କହିବାକୁ ଚାହୁଁଥିଲି, "ଏହା ଆମ ତରଫରୁ ଏକ ଉତ୍ତମ ଉପହାର।"
ଲଗାତାର ଟାର୍ଗେଟ କରି ଚାଲିଛନ୍ତି ମନ୍ତ୍ରୀ ରାଜଭର
ଉତ୍ତର ପ୍ରଦେଶ ପଞ୍ଚାୟତରାଜ ମନ୍ତ୍ରୀ ଓମ ପ୍ରକାଶ ରାଜଭର ଲଗାତାର ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ଏବେ, ସେ ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇ ତାଙ୍କ ଜନ୍ମଦିନରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାକୁ ନେଇ ଉତ୍ତର ପ୍ରଦେଶ ରାଜନୀତି ସରଗରମ ହୋଇ ଉଠିଥିବା ଭଳି ମନେହେଉଛି। ମଙ୍ଗଳବାର ସେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ସେ ଏନଡିଏ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ଏବଂ ଆଗାମୀ ନିର୍ବାଚନରେ ଏନଡିଏ ସମସ୍ତ ଆସନ ଜିତିବ ଏବଂ ରାଜ୍ୟରେ ସରକାର ଗଠନ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories