Rajya Sabha Election / ରାଜ୍ୟସଭା ନିର୍ବାଚନ: ଗୁରୁବାର ଦାଖଲ ହେବ ନାମାଙ୍କନ, ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ମନମୋହନଙ୍କ ଅପିଲ୍
·4 months ago·2 min read

Key Points
ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ
ତେଜିଲା ବିଜେପି,ବିଜେଡି, କଂଗ୍ରେସ ନେତାଙ୍କ ବୟାନବାଜି
ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ମନମୋହନଙ୍କ ଅପିଲ୍

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । ଦିଲ୍ଲୀପ ନା ଦତ୍ତେଶ୍ବର ତାକୁ ନେଇ ତେଜିଲା ବିଜେପି, ବିଜେଡି ଓ କଂଗ୍ରେସ ନେତାଙ୍କ ବୟାନବାଜି । ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ମନମୋହନ ସାମଲ ଅପିଲ୍ କରିଛନ୍ତି । ସେପଟେ ସଂତୃପ୍ତ କହିଲେ ଦୁଇଟି ଆସନରେ ଜିତିବ ବିଜେଡି ।
ରାଜ୍ୟସଭା ଘମାଘୋଟ ଭିତରେ ରାଜନୀତିର ରଙ୍ଗରେ ରଙ୍ଗୀନ ହେଲା ହୋଲି ପର୍ବ । କାଲି ନାମାଙ୍କନ ଶେଷ ତାରିଖ ହୋଇଥିବାରୁ ତେଜିଲା ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କ ବୟାନ ବାଜି । କାରଣ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ବିଜେଡି କମନ ପ୍ରାର୍ଥୀ ଭାବେ ଘୋଷଣା ଓ ପରେ ସ୍ଵାଧୀନ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟ ଛିଡା ହେବା ରାଜ୍ୟସଭା ଲଢେଇକୁ ଆହୁରି ରୋଚକ କରି ଦେଇଛି । ଦିଲ୍ଲୀପ ରାୟ ଜିତିବା ନେଇ ବେଶ୍ ଆତ୍ମବିଶ୍ବାସୀ ଥିବା ବେଳେ ବିଜେପି ମଧ୍ୟ ସଂପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଛି ।
ସେପଟେ ବିଜେଡିର କମନ ପ୍ରାର୍ଥୀ ଫର୍ମୁଲା କେତେ ସଫଳ ହେବ ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । ଦତ୍ତେଶ୍ବରଙ୍କୁ କଂଗ୍ରେସ ସମର୍ଥନ ଦେବ ବୋଲି କହିଛି ହେଲେ ଅସନ୍ତୁଷ୍ଟଙ୍କୁ କେମିତି ଆକଟ କରି ଉଭୟ ବିଜେଡି ଓ କଂଗ୍ରେସ ରଖିବେ ତାହା ଏବେ ଚର୍ଚ୍ଚାର ବିଷୟ । ତେବେ ଏଭଳି ସ୍ଥିତିରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦମ୍ଭୋକ୍ତି କରି କହିଛନ୍ତି, ହୋଲି ଖେଳିଲେ ରଙ୍ଗ ବଦଳି ଯାଏ, କିନ୍ତୁ ଗାଧେଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ । ଓଡ଼ିଶାବାସୀ ଅସଲ ଚେହେରାକୁ ଚିହ୍ନଛନ୍ତି । ଆମେ ଆଶାବାଦୀ ଆମର ଦୁଇ ପ୍ରାର୍ଥୀ ଜିତିବେ । ଅନ୍ୟପଟେ କଂଗ୍ରେସ ସମର୍ଥନ ଦେବନି ବୋଲି କହିଛନ୍ତି ଭକ୍ତ ଚରଣ ଦାସ ।
ଆଉ ତିନି ଦଳଙ୍କ ଛକାପଞ୍ଝା ଭିତରେ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ସିଧା ନ କହିଥଲେ ବି ବିଜେଡିକୁ ସମର୍ଥନ ଦେବେନି ବୋଲି ପରୋକ୍ଷରେ ସଂକେତ ଦେଇଛନ୍ତି ।
ସଂଖ୍ୟା ଦୃଷ୍ଟିରୁ ୨ଟି ସିଟରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର । ଆଉ ଗୋଟିଏ ସିଟରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହେବା ସୁନିଶ୍ଚିତ । ତେବେ ଏଠି ପ୍ରଶ୍ନ ବିଜେଡିର କମନ ପ୍ରାର୍ଥୀ ଡାକ୍ତର ଦତ୍ତ୍ୱେଶ୍ବର ହୋତାଙ୍କୁ ବଳକା ସମସ୍ତ ବିଜେଡି ବିଧାୟକ ଓ କଂଗ୍ରେସର ସବୁ ବିଧାୟକ ଭୋଟ ଦେବେ ତ ? କିଛି ନେତାଙ୍କ ଭିତରେ ଥିବା ଅସନ୍ତୋଷ କ୍ରସ୍ ଭୋଟିଂରେ ପ୍ରତିଫଳିତ ହେବାର ଆଶଙ୍କା ରହିଛି । ଏପରି ସ୍ଥଳେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବାଜି ମାରି ନେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories