Asaduddin Owaisi Rampur Rally / 'ଆମେ ଗାନ୍ଧୀ, ନେହେରୁ କିମ୍ବା ଯାଦବଙ୍କୁ ନେତା ଭାବରେ ଗ୍ରହଣ କରିବୁ ନାହିଁ'
·1 hour ago·3 min read

Key Points
AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି ରାମପୁରରେ କହିଥିଲେ ଯେ ତାଙ୍କ ଦଳ ନେହେରୁ, ଗାନ୍ଧୀ କିମ୍ବା ଯାଦବଙ୍କୁ ନିଜର ନେତା କରିବ ନାହିଁ। ସେ ମୁସଲିମ ଯୁବପିଢିଙ୍କୁ ଆଗକୁ ଆଣିବା ଏବଂ ସେମାନଙ୍କୁ ଏକ ରାଜନୈତିକ ମଞ୍ଚ ଦେବା ବିଷୟରେ କହିଥିଲେ।
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ହୋଇ ଉଠିଲାଣି ଉତ୍ତର ପ୍ରଦେଶ ରାଜନୀତି। ଏହି ନିର୍ବାଚନରେ ଦଳୀୟ ଜନ ସମର୍ଥନ ଜୁଟାଇବାକୁ ମଇଦାନକୁ ଓହ୍ଲାଇଛନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି (AIMIM Chief Asaduddin Owaisi)। ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ ଅସାଦୁଦ୍ଦିନ ଓୱେସି ମୁସଲିମ ଯୁବପିଢିଙ୍କୁ ନେତୃତ୍ୱ ପ୍ରଦାନ କରିବା ପ୍ରସଙ୍ଗ ଉଠାଇ ପ୍ରତିଷ୍ଠିତ ରାଜନୈତିକ ପରିବାରକୁ ସିଧାସଳଖ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଏଆଇଏମଆଇଏମ ନେହେରୁ, ଗାନ୍ଧୀ କିମ୍ବା ଯାଦବ ପରିବାରକୁ ନେତା ଭାବରେ ଗ୍ରହଣ କରିବ ନାହିଁ। ବରଂ ମୁସଲିମ ସମ୍ପ୍ରଦାୟର ଯୁବକ ଯୁବତୀଙ୍କୁ ପ୍ରୋତ୍ସାହିତ କରିବ। ତାଙ୍କର ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଏଆଇଏମଆଇଏମ ଉତ୍ତର ପ୍ରଦେଶରେ ନିଜର ଉପସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଛି। ଆସନ୍ତା ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ପ୍ରାୟ ୨୦୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଲକ୍ଷ୍ୟ ରଖିଛି।
ଆମେ ନେହେରୁ, ଗାନ୍ଧୀ କିମ୍ବା ଯାଦବଙ୍କୁ ନେତା ଭାବରେ ଗ୍ରହଣ କରିବୁ ନାହିଁ"
ରାମପୁର ସଭାକୁ ସମ୍ବୋଧିତ କରି ଓୱେସି କହିଥିଲେ ଯେ ମୁସଲିମ ଯୁବକଙ୍କ ପାଖରେ ଅନ୍ୟ ସମ୍ପ୍ରଦାୟର ଯୁବକଙ୍କ ପରି ସମାନ ସମ୍ଭାବନା ରହିଛି। ହେଲେ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ କୌଣସି ସୁଯୋଗ ଦିଆଯାଉନାହିଁ। ସେ କହିଥିଲେ ଯେ ନେହେରୁ, ଗାନ୍ଧୀ କିମ୍ବା ଯାଦବଙ୍କୁ ଆମର ନେତା କରିବା ପରିବର୍ତ୍ତେ, ମୁସଲିମ ସମ୍ପ୍ରଦାୟର ଯୁବକ ଯୁବତୀଙ୍କୁ ଆଗକୁ ଅଣାଯିବା ଆବଶ୍ୟକ। ସେ କହିଥିଲେ, "ଆମେ ନେହେରୁ, ଗାନ୍ଧୀ କିମ୍ବା ଯାଦବଙ୍କୁ ଆମର ନେତା କରିବୁ ନାହିଁ। ମୁସଲିମ୍ ଯୁବପିଢି ଆମର ପରବର୍ତ୍ତୀ ଧାଡିରେ ଛିଡ଼ା ହେବେ। ସେ ଦାବି କରିଥିଲେ ଯେ ତାଙ୍କ ଦଳ (AIMIM) ଯୁବପିଢିଙ୍କୁ ଆବଶ୍ୟକୀୟ ରାଜନୈତିକ ମଞ୍ଚ ପ୍ରଦାନ କରୁଛି।
ମୁସଲିମ ଯୁବପିଢିଙ୍କ ଉପରେ ଓୱେସିଙ୍କ ଧ୍ୟାନ
AIMIM ମୁଖ୍ୟ କହିଥିଲେ ଯେ ମୁସଲିମ ଯୁବପିଢିଙ୍କ ପାଖରେ ପ୍ରତିଭା ଏବଂ ନେତୃତ୍ୱ ନେବା କ୍ଷମତାର ଅଭାବ ନାହିଁ। ସେ କହିଥିଲେ ଯେ ଅନ୍ୟ ସମ୍ପ୍ରଦାୟ ପରି ମୁସଲିମ ଯୁବପିଢି ପାଖରେ ମଧ୍ୟ ଆଗକୁ ବଢ଼ିବାର ସମ୍ଭାବନା ରହିଛି। ହେଲେ ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳୁନାହିଁ। ସେ ଯୁବପିଢ଼ିଙ୍କୁ ନେତା ହେବାକୁ, ଦେଶ ସେବା କରିବାକୁ ଏବଂ ଅବହେଳିତଙ୍କ ପାଇଁ ଲଢ଼ିବାକୁ ଆହ୍ୱାନ କରିଥିଲେ। ଓୱେସି ତାଙ୍କ ଭାଷଣରେ 'ଅବଦୁଲ' କୁ ଉଲ୍ଲେଖ କରି ଏକ ରାଜନୈତିକ ବାର୍ତ୍ତା ମଧ୍ୟ ଦେଇଥିଲେ। ସେ କହିଥିଲେ ଯେ ମୁସଲିମ ସମ୍ପ୍ରଦାୟ ଆଉ ଅନ୍ୟ ନେତାଙ୍କ ପାଇଁ କାମ କରିବା ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ବରଂ ନିଜର ନେତୃତ୍ୱ ନିଜେ ବିକଶିତ କରିବ।
ସମାଜବାଦୀ ପାର୍ଟି ଭୋଟ ବ୍ୟାଙ୍କ ଉପରେ ରହିଛି ଏଆଇଏମଆଇଏମ ନଜର
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ଦଳର ବିସ୍ତାର ରଣନୀତିର ଏକ ଅଂଶ ଭାବରେ ଏଆଇଏମଆଇଏମ ମୁଖ୍ୟ ରାମପୁର ଠାରେ ଏକ ଦଳୀୟ ରାଲି କରିଛନ୍ତି। ରିପୋର୍ଟ ଅନୁଯାୟୀ ଦଳ ପ୍ରାୟ ୨୦୦ ବିଧାନସଭା ଆସନ ଉପରେ ନଜର ରଖିଛି। ମୁସଲିମ ବହୁଳ ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏଆଇଏମଆଇଏମ ଯୋଜନା କରିଛି। ବର୍ତ୍ତମାନ ଉତ୍ତର ପ୍ରଦେଶ ରାଜନୀତିରେ AIMIM ପ୍ରଭାବ ସୀମିତ ରହିଛି। ରାମପୁର ଠାରେ ଅସାଦୁଦ୍ଦିନ ଓୱେସିଙ୍କ ସକ୍ରିୟତା ଏହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ରାମପୁର ଜିଲ୍ଲାର ସ୍ୱାର-ଟାଣ୍ଡା ନିର୍ବାଚନମଣ୍ଡଲୀରେ AIMIM ମୁସଲିମ ମତଦାତାଙ୍କ ମଧ୍ୟରେ ନିଜର ଉପସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଛି। ଦଳର ମୁଖ୍ୟ ଓୱେସିଙ୍କ ପ୍ରବେଶ ସ୍ଥାନୀୟ ରାଜନୈତିକ ଗତିବିଧି ବିଷୟରେ ଆଲୋଚନାକୁ ତୀବ୍ର କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାମପୁର ରାଲିରେ ଓୱେସି ସମାଜବାଦୀ ପାର୍ଟି (ସପା) ଏବଂ ଅଖିଳେଶ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ମୁସଲିମ ସମ୍ପ୍ରଦାୟ ପିଢ଼ି ପରେ ପିଢ଼ି ସପାକୁ ସମର୍ଥନ କରିଆସିଛି। ହେଲେ ରାଜନୈତିକ ନେତୃତ୍ୱ ଏବଂ ବିକାଶରେ ସେମାନଙ୍କୁ ଉଚିତ ଅଂଶୀଦାରୀ ପାଇବାରୁ ବଞ୍ଚିତ କରାଯାଇଥିଲା। ଆଜମଗଡ଼ ଉଦାହରଣ ଦେଇ, ସେ ସପାକୁ ପ୍ରଶ୍ନ କରିଥିଲେ ଯେ ଦୀର୍ଘକାଳୀନ ରାଜନୈତିକ ପ୍ରଭାବ ସତ୍ତ୍ୱେ ସେ ସେଠାରେ ମୁସଲିମ ସମ୍ପ୍ରଦାୟ ପାଇଁ କ'ଣ କରିଛି। ଓୱେସି ପୂର୍ବରୁ ବିଜେପି ବିରୋଧି ଦଳଗୁଡ଼ିକ ସହିତ ମେଣ୍ଟ କରି ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବା ବିଷୟରେ କହିଛନ୍ତି। ହେଲେ ଅଖିଳେଶ ଯାଦବ ବର୍ତ୍ତମାନର ମେଣ୍ଟ ସହଯୋଗୀଙ୍କ ସହିତ ଆଗକୁ ବଢ଼ିବା ବିଷୟରେ ସୂଚନା ଦେଇଛନ୍ତି। ଏପରି ପରିସ୍ଥିତିରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ମୁସଲିମ ଭୋଟବ୍ୟାଙ୍କ ପାଇଁ ଓୱେସିଙ୍କ ଏହି ସକ୍ରିୟତା ସପା-ଏଆଇଏମଆଇଏମ ମଧ୍ୟରେ ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିପାରେ।
Related Topics
Explore more stories