Telangana CM Revanth Reddy / ଭଗବାନଙ୍କୁ ବାଣ୍ଟିଦେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ; କହିଲେ...
·2 hours ago·2 min read

Key Points
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ବିଜେପି ଭଗବାନ ରାମଙ୍କୁ ନେଇଯାଇଛି। ସେ କହିଛନ୍ତି ଯେ ଶ୍ରୀରାମ ଧନୀଙ୍କ ଦେବତା ଏବଂ ଶିବ ଗରିବଙ୍କ ଦେବତା। ବିଜେପି କେବଳ ଜୟ ଶ୍ରୀ ରାମ ଜପ କରେ।
ଶେଷରେ ଭଗବାନଙ୍କୁ ଧନୀ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଅନମୁଲ୍ଲା ରେବନ୍ତ ରେଡ୍ଡୀ। ସେ ଦାବି କରିଛନ୍ତି ଯେ କଂଗ୍ରେସ ଦଳ ମୁଖ୍ୟତଃ ଦକ୍ଷିଣ ରାଜ୍ୟରେ ସଫଳ ହୋଇଛି। କାରଣ ବିଜେପି ରାଜନୈତିକ ଭାବରେ ପ୍ରଭୁ ଶ୍ରୀରାମଙ୍କୁ ନେଇଯାଇଛି। ଉତ୍ତର ଭାରତରେ, ପ୍ରଭୁ ଶ୍ରୀରାମ ହେଉଛନ୍ତି ଭାବନା ଏବଂ ବିଶ୍ୱାସର ବିଷୟ। ସେ ଏହାକୁ ଦକ୍ଷିଣରେ ଭଗବାନ ଶିବଙ୍କ ପ୍ରତି ଭକ୍ତି ସହିତ ତୁଳନା କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ବିଜେପି ମୁଖ୍ୟତଃ "ଜୟ ଶ୍ରୀ ରାମ" ସ୍ଲୋଗାନ ବ୍ୟବହାର କରିଥାଏ।
ଦିଲ୍ଲୀରେ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଉପରୋକ୍ତ ବୟାନ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି, "ଆମେ ହେଉଛୁ ଦ୍ରାବିଡ଼। ଏଠାକାର (ଉତ୍ତର ଭାରତ) ଲୋକ ହେଉଛନ୍ତି ଆର୍ଯ୍ୟ। ଆମେ ଶିବଙ୍କ ଭକ୍ତ। ଆଉ ସେମାନେ ହେଉଛନ୍ତି ଭଗବାନ ଶ୍ରୀରାମଙ୍କ ଭକ୍ତ।" ବିଜେପି ଶ୍ରୀରାମଙ୍କୁ ନେଇଯାଇଛି। ମୋଦି କାହିଁକି "ହର ହର ମହାଦେବ" କହୁନାହାଁନ୍ତି? ବିଜେପି ସଦସ୍ୟ କେବେ ମଞ୍ଚରୁ "ହର ହର ମହାଦେବ" କହିଛନ୍ତି? ସେମାନେ କେବଳ "ଜୟ ଶ୍ରୀ ରାମ" ନାରା ଦେଇଥାନ୍ତି। ଆମେ ଯେତେବେଳେ "ହର ହର ମହାଦେବ" କହିଥାଉ, ସମାନେ ଏହାକୁ ପସନ୍ଦ କରନ୍ତି ନାହିଁ। ରେବନ୍ତ ରେଡ୍ଡୀ ଦାବି କରିଛନ୍ତି ଯେ ଭଗବାନ ଶିବ ହେଉଛନ୍ତି ଗରିବଙ୍କ ଦେବତା, ଆଉ ଶ୍ରୀରାମ ହେଉଛନ୍ତି ଧନୀଙ୍କ ଦେବତା।
ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ଏହାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନାର ନିଜାମାବାଦ ଲୋକସଭା ଆସନର ସାଂସଦ ବନ୍ଦୀ ସଞ୍ଜୟ କୁମାର। ସେ ରେବନ୍ତ ରେଡ୍ଡୀଙ୍କ ବୟାନକୁ ସମାଲୋଚନା କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି କେନ୍ଦ୍ରମନ୍ତ୍ରୀ ସଞ୍ଜୟ କୁମାର କହିଛନ୍ତି ଯେ ରେବନ୍ତ ରେଡ୍ଡୀ ପୂର୍ବରୁ କହିଥିଲେ ଯେ "ମୁସଲମାନ ହେଉଛି କଂଗ୍ରେସ, କଂଗ୍ରେସ ହେଉଛି ମୁସଲମାନ", ସେ ଏବେ ଭଗବାନ ଶ୍ରୀରାମ ଏବଂ ଭଗବାନ ଶିବଙ୍କ ମଧ୍ୟରେ ରାଜନୈତିକ ରେଖା ଟାଣିଛନ୍ତି।
ସେ ଆହୁରି ଲେଖିଛନ୍ତି, "ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବା, ଯେଉଁଠାରେ ଭେମୁଲାୱାଡା ଦକ୍ଷିଣ କାଶୀ ଏବଂ ଭଦ୍ରାଚଳମ ଦକ୍ଷିଣ ଅଯୋଧ୍ୟା, ରେବନ୍ତ ରେଡ୍ଡି ଭଗବାନ ରାମ ଏବଂ ଭଗବାନ ଶିବଙ୍କୁ ଉତ୍ତର ଏବଂ ଦକ୍ଷିଣରେ ବିଭକ୍ତ କରିବାରୁ ନିବୃତ୍ତ ରହିବା ଆବଶ୍ୟକ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଞ୍ଜୟ କୁମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ବାରାଣସୀ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। କାଶୀ ବିଶ୍ୱନାଥ ବାରାଣସୀର ଆଧ୍ୟାତ୍ମିକ କେନ୍ଦ୍ରରେ ଅବସ୍ଥିତ।
Related Topics
Explore more stories