Tejashwi Yadav / ତେଜସ୍ଵୀ ଯାଦବ ହେଲେ RJDର କାର୍ଯ୍ୟକାରୀ ଅଧ୍ୟକ୍ଷ; କ'ଣ ବଦଳାଇ ପାରିବେ ଦଳର ଭାଗ୍ୟ ?
·6 months ago·2 min read

Key Points
ତେଜସ୍ଵୀ ଯାଦବ ହୋଇଛନ୍ତି ଆରଜେଡିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ । ଲାଲୁ ଯାଦବ ତାଙ୍କ ସାନ ପୁଅ ତେଜସ୍ଵୀଙ୍କୁ ଆରଜେଡି ଦାୟିତ୍ଵ ହସ୍ତାନ୍ତର କରିଛନ୍ତି ।
ପାଟନା: ବିହାର ବିଧାନସଭା ନିର୍ବାଚନରେ ଆରଜେଡି ଶୋଚନୀୟ ଭାବେ ପରାସ୍ତ ପରେ ଦଳରେ ବଡ଼ଧରଣର ଅଦଳବଦଳ ହୋଇଛି । ତେଜସ୍ଵୀ ଯାଦବ ହୋଇଛନ୍ତି ଆରଜେଡିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ । ଲାଲୁ ଯାଦବ ତାଙ୍କ ସାନ ପୁଅ ତେଜସ୍ଵୀଙ୍କୁ ଆରଜେଡି ଦାୟିତ୍ଵ ହସ୍ତାନ୍ତର କରିଛନ୍ତି ।
ବିହାର ନିର୍ବାଚନରେ ଦଳର ପରାଜୟ ପରେ ବଡ଼ ଅଦଳବଦଳ ସଂକେତ ମିଳିଥିଲା । ଏବେ ସେହି ଅଦଳବଦଳ ଆରମ୍ଭ ହୋଇଛି । ଆରଜେଡି ଭିତରେ ବିଗତ କିଛିଦିନ ହେଲା ଏହାକୁ ନେଇ ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଉ ଆଜି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି, ଆରଜେଡିର କମାଣ ତେଜସ୍ଵୀଙ୍କ ହାତକୁ ଆସିଛି ।
ଏଥିସହ ପଢ଼ନ୍ତୁ: ନକ୍ଭୀଙ୍କ ବୟାନକୁ ନେଇ ଝଡ଼; ବିଶ୍ଵକପ୍ରୁ ପାକିସ୍ତାନ ହଟିଲେ ମିଳିବ ଏହି ଦଣ୍ଡ
ଏହା ପୂର୍ବରୁ ଆରଜେଡିର ପ୍ରତ୍ୟେକଟି ବଡ଼ ନିଷ୍ପତ୍ତିରେ ମୋହର୍ ମାରି ଆସୁଥିଲେ ଲାଲୁ ପ୍ରସାଦ ଯାଦବ । ଏବେ ଲାଲୁଙ୍କ ପରେ ଆରଜେଡିରେ ଆରମ୍ଭ ହୋଇଛି ତେଜସ୍ଵୀ ଯୁଗ ।
ଏବେ ତେଜସ୍ଵୀ ଯାଦବ ଆରଜେଡିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି । ପୂର୍ବଭଳି ଲାଲୁ ଯାଦବ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ । ତେବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ତେଜସ୍ଵୀ ଯାଦବ ସମସ୍ତ ନିଷ୍ପତ୍ତି ନେବେ ।
ଏଥିସହ ପଢ଼ନ୍ତୁ: ଗଣତନ୍ତ୍ର ଦିବସ ପରେଡ୍ ବେଳେ ଧସିଥିଲା ଏକାଧିକ ବହୁତଳ କୋଠା
ତେବେ ବିଶେଷଜ୍ଞଙ୍କ ଅନୁସାରେ, ଏବେ ବି ସମସ୍ତ ନିଷ୍ପତ୍ତି ତେଜସ୍ଵୀ ଯାଦବ ନେଉଛନ୍ତି । ଏହି କ୍ରମରେ ଆଗକୁ ରାଜ୍ୟ ସ୍ତରରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରାଯିବ । ଏବେ ରାଜ୍ୟ ସଭାପତି ଥିବା ମଙ୍ଗନୀ ଲାଲ୍ ମଣ୍ଡଳ ତାଙ୍କ ପଦ ବଜାୟ ରଖି ପାରନ୍ତି । କିନ୍ତୁ କୌଣସି ଜଣେ ଯୁବ ନେତାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ବଛା ଯାଇପାରେ ।
ଆଗାମୀ ଦିନ ଗୁଡ଼ିକରେ ଆରଜେଡିରେ ଆହୁରି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । କୁହାଯାଉଛି, ମୁଖ୍ୟ ମହାସଚିବ ପଦରେ ନୂଆ ନିଯୁକ୍ତି ଦିଆଯାଇପାରେ । କୌଣସି ଯୁବ ଅଳ୍ପସଂଖ୍ୟକ ନେତାଙ୍କୁ ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ କିମ୍ବା ମୁଖ୍ୟ ମହାସଚିବ ପଦରେ ନିଯୁକ୍ତି ମିଳିପାରେ ।

एक नए युग का शुभारंभ!
— Rashtriya Janata Dal (@RJDforIndia) January 25, 2026
श्री @yadavtejashwi जी बनाए गए राष्ट्रीय जनता दल के कार्यकारी अध्यक्ष! @yadavtejashwi pic.twitter.com/BLFvzXJsJh
ଏବେ ତେଜସ୍ଵୀ ଯାଦବ ଆରଜେଡିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି । ପୂର୍ବଭଳି ଲାଲୁ ଯାଦବ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ । ତେବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ତେଜସ୍ଵୀ ଯାଦବ ସମସ୍ତ ନିଷ୍ପତ୍ତି ନେବେ ।
ଏଥିସହ ପଢ଼ନ୍ତୁ: ଗଣତନ୍ତ୍ର ଦିବସ ପରେଡ୍ ବେଳେ ଧସିଥିଲା ଏକାଧିକ ବହୁତଳ କୋଠା
ତେବେ ବିଶେଷଜ୍ଞଙ୍କ ଅନୁସାରେ, ଏବେ ବି ସମସ୍ତ ନିଷ୍ପତ୍ତି ତେଜସ୍ଵୀ ଯାଦବ ନେଉଛନ୍ତି । ଏହି କ୍ରମରେ ଆଗକୁ ରାଜ୍ୟ ସ୍ତରରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରାଯିବ । ଏବେ ରାଜ୍ୟ ସଭାପତି ଥିବା ମଙ୍ଗନୀ ଲାଲ୍ ମଣ୍ଡଳ ତାଙ୍କ ପଦ ବଜାୟ ରଖି ପାରନ୍ତି । କିନ୍ତୁ କୌଣସି ଜଣେ ଯୁବ ନେତାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ବଛା ଯାଇପାରେ ।
ଆଗାମୀ ଦିନ ଗୁଡ଼ିକରେ ଆରଜେଡିରେ ଆହୁରି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । କୁହାଯାଉଛି, ମୁଖ୍ୟ ମହାସଚିବ ପଦରେ ନୂଆ ନିଯୁକ୍ତି ଦିଆଯାଇପାରେ । କୌଣସି ଯୁବ ଅଳ୍ପସଂଖ୍ୟକ ନେତାଙ୍କୁ ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ କିମ୍ବା ମୁଖ୍ୟ ମହାସଚିବ ପଦରେ ନିଯୁକ୍ତି ମିଳିପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories