Cricket / ନକ୍ଭୀଙ୍କ ବୟାନକୁ ନେଇ ଝଡ଼; ବିଶ୍ଵକପ୍ରୁ ପାକିସ୍ତାନ ହଟିଲେ ମିଳିବ ଏହି ଦଣ୍ଡ
·7 months ago·2 min read

Key Points
ଆଇସିସି କହିଛି, "ବିଶ୍ଵକପ୍ ପୂର୍ବରୁ କେହି ଏମିତି ପଣ କରି ବିଶ୍ଵକପ୍ ନ ଖେଳିବା କଥା କହିଲେ ତାହା ସେମାନଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହେବ ।"
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ ନକ୍ଭୀଙ୍କ ବୟାନକୁ ନେଇ ଆଇସିସି କଠୋର ହୋଇଛି । ସୂତ୍ର ଅନୁସାରେ, ପାକିସ୍ତାନକୁ ଆଇସିସି କଡ଼ା ଚେତାବନୀ ଦେଇଛି ।
ଆଇସିସି କହିଛି, "ବିଶ୍ଵକପ୍ ପୂର୍ବରୁ କେହି ଏମିତି ପଣ କରି ବିଶ୍ଵକପ୍ ନ ଖେଳିବା କଥା କହିଲେ ତାହା ସେମାନଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହେବ ।" ସୂତ୍ର ଅନୁସାରେ, ଆଇସିସି ଚେତାବନୀ ଦେଇ କହିଛି- "ବିଶ୍ଵକପ୍ ନ ଖେଳିଲେ ପାକିସ୍ତାନକୁ କ୍ରିକେଟ୍ ଦୁନିଆରୁ ବାହାର କରି ଦିଆଯିବ ।
ଏଥିସହ ପଢ଼ନ୍ତୁ: T20 ବିଶ୍ଵକପ୍ରୁ ବାଂଲାଦେଶ ବିଦା ପରେ ବିଚଳିତ ପାକିସ୍ତାନ; ICCକୁ ଧମକ ଦେଲେ ନକ୍ଭୀ
ଏପରିକି ପାକିସ୍ତାନ ସହ କୌଣସି ଦ୍ଵିପାକ୍ଷିକ ସିରିଜ୍ ଆଗକୁ ଖେଳାଯିବ ନାହିଁ । ପାକିସ୍ତାନକୁ ଏସିଆ କପ୍ରୁ ବାହାର କରି ଦିଆଯିବ । ପାକିସ୍ତାନର ଘରୋଇ ଲିଗ୍ PSLରେ ଖେଳିବା ଲାଗି କୌଣସି ବିଦେଶୀ ଖେଳାଳିଙ୍କୁ ଏନଓସି ମିଳିବ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଜ ଜିଦ୍ରେ ଅଡ଼ି ବସିବା ପରେ ବାଂଲାଦେଶକୁ ଆଇସିସି ବିଶ୍ଵକପ୍ରୁ ବିଦା କରିଛି । ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡ ବିଶ୍ଵକପ୍ ଖେଳିବ । ତେବେ ବିଶ୍ଵକପ୍ରୁ ବାଂଲାଦେଶକୁ ବିଦା ପଛରେ ପାକିସ୍ତାନର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।
କାରଣ ବାଂଲାଦେଶ ବିଶ୍ଵକପ୍ ଖେଳିବା ଲାଗି ପାକିସ୍ତାନ ମନାଇ ନଥିଲା । ବରଂ ବାଂଲାଦେଶ ଯେଭଳି ବିଶ୍ଵକପ୍ରୁ ବିରତ ରହିବ ସେନେଇ ପାକିସ୍ତାନ ଉସୁକାଇ ଚାଲିଥିଲା । ଏପରିକି ପ୍ରସଙ୍ଗକୁ ଭୋଟିଂ ପର୍ଯ୍ୟନ୍ତ ଟାଣିଥିଲା । ଭୋଟିଂରେ ବାଂଲାଦେଶକୁ ୧୪ ବଦଳରେ ମାତ୍ର ୨ ଭୋଟ୍ ମିଳିଥିଲା ।
ପାକିସ୍ତାନ ବୁଝିଗଲା ତାର ତାକତ କେତେ
ଆଇସିସି ଭୋଟିଂରେ ପାକିସ୍ତାନ ତାର ତାକତ କେତେ ତାହା ଜାଣିପାରିଛି । ତଥାପି ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ ନକ୍ଭୀ ଲାହୋରରେ ମନ୍ତବ୍ୟ ଦେଇ କହିଛନ୍ତି, "ପାକିସ୍ତାନ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଖେଳିବ କି ନାହିଁ ସରକାର ନିଷ୍ପତ୍ତି ନେବେ ।"
ଲାହୋରରେ ନକ୍ଭୀଙ୍କ ସାମ୍ବାଦିକ ସମ୍ମିଳନୀକୁ ଆଇସିସି ଗମ୍ଭୀରତାର ସହ ନେଇଛି । ସାମ୍ବାଦିକ ସମ୍ମିଳନୀରେ ନକ୍ଭୀ କହିଛନ୍ତି, "ଆମ ପ୍ରଧାନମନ୍ତ୍ରୀ ଏବେ ବିଦେଶରେ ଅଛନ୍ତି, ସେ ଫେରିଲେ ଆମେ ତାଙ୍କ ପରାମର୍ଶ ନେବୁ । ସରକାର ଯାହା କହିବେ, ମାନିବୁ ।"
ICCକୁ ପାକିସ୍ତାନର ଧମକ
ନକ୍ଭୀ କହିଛନ୍ତି, "କୌଣସି ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ନିଜ ନିଷ୍ପତ୍ତି ମାନିବାକୁ ବାଧ୍ୟ କରି ପାରିବ ନାହିଁ ।" ସେ ଚେତାବନୀ ଦେଇ କହିଛନ୍ତି, ଏମିତି ହେଲେ ପାକିସ୍ତାନ ମଧ୍ୟ ନିଷ୍ପତ୍ତିରେ ଅଟଳ ରହିବ ।

ଏଥିସହ ପଢ଼ନ୍ତୁ: ବିଶ୍ଵକପ୍ରେ ଭାରତର ବିଜୟଧାରା ଜାରି; ୭ ୱିକେଟ୍ରେ ହାରିଲା ନ୍ୟୁଜିଲାଣ୍ଡ
ପାକିସ୍ତାନ ସରକାରଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲ କହିଛନ୍ତ ନକ୍ଭୀ । ସେ ଆହୁରି କହିଛନ୍ତି, "ଯଦି ପାକିସ୍ତାନ କହିବ ବିଶ୍ଵକପ୍ ଖେଳିବ ନାହିଁ । ତାହେଲେ ଆଇସିସିକୁ ୨୨ତମ ଦଳକୁ ସାମିଲ କରିବା ଲାଗି ବିଚାର କରିବାକୁ ପଡ଼ିବ ।" ତେବେ ଚୂଡ଼ାନ୍ତ ନିଷ୍ପତ୍ତି ପାକିସ୍ତାନ ସରକାରଙ୍କ ହାତରେ ବୋଲି ନକ୍ଭୀ କହିଛନ୍ତି ।
ପାକିସ୍ତାନ ଦଳ ବିଶ୍ଵକପ୍ ଖେଳିବ କି ନାହିଁ ଚୂଡ଼ାନ୍ତ ନିଷ୍ପତ୍ତି ପାକିସ୍ତାନ ସରକାର ନେବେ । ସେ ଆହୁରି କହିଛନ୍ତି, ପ୍ରତିଟି ପରିସ୍ଥିତିରୁ ବାହାରିବା ଲାଗି ପାକିସ୍ତାନ ପାଖରେ ଅନେକ ବିକଳ୍ପ ଖୋଲା ରହିଛି । ଆମ ପାଖରେ ପ୍ଲାନ୍ ଏ, ପ୍ଲାନ୍ ବି, ପ୍ଲାନ୍ ସି ଓ ପ୍ଲାନ୍ ଡି ରହିଛି । ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ନକ୍ଭୀ ।

Related Topics
Explore more stories