Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

ରୁବେନ ବାନାର୍ଜୀଙ୍କ ସାଂଘାତିକ ଖୁଲାସା, ପାଣ୍ଡିଆନଙ୍କ ଉପରେ ସନ୍ଦେହ କରିଥିଲେ ଗୀତା ମେହେଟ୍ଟା

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
ରୁବେନ ବାନାର୍ଜୀଙ୍କ ସାଂଘାତିକ ଖୁଲାସା, ପାଣ୍ଡିଆନଙ୍କ ଉପରେ ସନ୍ଦେହ କରିଥିଲେ ଗୀତା ମେହେଟ୍ଟା

Key Points

ପାଣ୍ଡିଆନଙ୍କ ଉପରେ ସନ୍ଦେହ କରିଥିଲେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା। ନବୀନଙ୍କୁ ପାଣ୍ଡିଆନ ଭୁଲ ବାଟରେ ନେଉଥିବା ସନ୍ଦେହ କରିଥିଲେ ଗୀତା । ନିଜ ବହିରେ ବଡ଼ ଖୁଲାସା କଲେ ରୁବେନ ବାନାର୍ଜୀ । 

ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକଙ୍କ ଉପରେ ଲେଖିଥିବା ବହିରେ କରିଛନ୍ତି ସାଂଘାତିକ ଖୁଲାସା । ମୃତ୍ୟୁ ପୂର୍ବରୁ ପାଣ୍ଡିଆନଙ୍କ ଉପରେ ସନ୍ଦେହ କରିଥିଲେ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା । ନବୀନଙ୍କୁ ପାଣ୍ଡିଆନ ଭୁଲ ବାଟରେ ନେଉଥିବା ଭଉଣୀ ଗୀତା ମେହେଟ୍ଟାଙ୍କର ହୋଇଥିଲା ସନ୍ଦେହ । ଡାକ୍ତରଖାନାକୁ ଦେଖା କରିବାକୁ ଯାଇଥିବା ଜଣେ ପାଖ ଲୋକକୁ ଡାକି ଦୁର୍ବଳ ସ୍ୱରରେ ଏପରି କହିଥିଲେ ଗୀତା ମେହେଟ୍ଟା ।


ନବୀନ ପଟ୍ଟନାୟକଙ୍କ ଉପରେ ଲେଖିଥିବା ବହିର ପଞ୍ଚମ ଅଧ୍ୟାୟ 'ପାଣ୍ଡିଆନ କୁହକ'ରେ ରୁବେନ ଲେଖିଛନ୍ତି ଯେ କୁହାଯାଏ ନବୀନଙ୍କର ବଡ଼ ଭଉଣୀ ଗୀତା ମେହେଟ୍ଟା ଥରେ ପାଣ୍ଡିଆନଙ୍କ କଥା ଉଠାଇଥିଲେ । ୨୦୨୩ ମସିହା ସେପ୍ଟେମ୍ବର ମାସରେ ତାଙ୍କର ନିଧନ ହେବାର ଅବ୍ୟବହିତ ପୂର୍ବରୁ ସେ ଦୁର୍ବଳ ସ୍ୱରରେ ନବୀନଙ୍କ ଲାଗି ଚିନ୍ତା କରିଥିଲେ । ସେ ତାଙ୍କୁ ଅବାଟରେ ନେଉନି ତ, ତାଙ୍କୁ ଡାକ୍ତରଖାନାରେ ଦେଖୁବାକୁ ଯାଇଥିବା ବେଳେ ଜଣଙ୍କୁ ସେ ଖୋଲି କହିଥିଲେ ବୋଲି ଲେଖିଛନ୍ତି ରୁବେନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ପାଣ୍ଡିଆନ ଦମ୍ପତିଙ୍କୁ ନେଇ ବିଜେଡିରେ ବଢୁଛି ବିଦ୍ରୋହ । ଏକଜୁଟ ହୋଇ ବଡ଼ ପ୍ଲାନ କରୁଛନ୍ତି ବିଜୁ ଲିଗାସି ପରିବାର। ଖବରକାଗଜକୁ ସାକ୍ଷାତକାର ଦେଇ ଭୈରବ ପାଣ୍ଡିଆନଙ୍କ ଉପରେ ବର୍ଷିଥିବା ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ନିଜ ଘରେ ମେଳି ବାନ୍ଧି କରିଛନ୍ତି ଶକ୍ତି ପ୍ରଦର୍ଶନ । ଖାଲି ଶକ୍ତି ପ୍ରଦର୍ଶନ କରି ନାହାନ୍ତି ବରଂ ବୈଠକ କରି ଦେଇଛନ୍ତି ଯୁଦ୍ଧଙ୍ଗ ଦେହି ଡାକରା । ଖୋଲାଖୋଲି ସାମ୍ନାକୁ ଆସିନଥିଲେ ବି ବହୁ ବିଜୁ ଲିଗାସି ନେତାଙ୍କ ପୁଅମାନଙ୍କୁ ଧରି ଗୁପ୍ତ ବୈଠକ କରିଛନ୍ତି ଦେବାଶିଷ । ବାହାରକୁ ସୌଜନ୍ୟମୂଳକ ବୈଠକ ଓ ଭୋଜିଭାତ କୁହାଯାଉଥିବା ଏହି ମେଳି ପଛରେ ପାଣ୍ଡିଆନଙ୍କୁ ମାତ୍ ଦେବା ଲାଗି ବଡ଼ ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଥିବା କୁହାଯାଇଛି । ଚର୍ଚ୍ଚା ହେଉଛି ପ୍ଲାନ୍-A,B,C ନେଇ ଆଗକୁ ବଢ଼ୁଛନ୍ତି ବିଜୁ ଲିଗାସି ପରିବାର ।

Sponsored
Ruben Banerjee’s Book Reveals: Geeta Mehta Suspected Pandian Before Her Death | Argus News