Samajwadi PDA Govt / 'ସାମାଜିକ ନ୍ୟାୟର ଶାସନ ପ୍ରତିଷ୍ଠା କରିବ ପିଡିଏ ସରକାର'
·4 months ago·3 min read

Key Points
ରାଜ୍ୟସଭା ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି। ଏବେ ଏହି ପ୍ରସଙ୍ଗରେ ବିଜେପି ବିରୋଧରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ।
Akhilesh Yadav on Social Justice: ସାମଜିକ ନ୍ୟାୟ ପ୍ରତିଷ୍ଠା କରିବାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ। ଏନେଇ ସେ କହିଛନ୍ତି ଯେ ପିଡିଏ ସରକାର ସାମାଜିକ ନ୍ୟାୟର ଶାସନ ପ୍ରତିଷ୍ଠା ପାଇଁ କାମ କରିବ।
ଶନିବାର ରାଜଧାନୀ ଲକ୍ଷ୍ନୌ ଠାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀକୁ ସମ୍ବୋଧିତ କରିଥିଲେ ଅଖିଲେଶ ଯାଦବ। ଏହି ଅବସରରେ ସେ ତାଙ୍କ ଦଳର ପିଡ଼ିଏ ଚିନ୍ତାଧାରାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ସେ କହିଥିଲେ ସମାଜରେ ସାମାଜିକ ନ୍ୟାୟ ପ୍ରଚଳିତ ହେବା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ ପିଡ଼ିଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର ଏବଂ ମର୍ଯ୍ୟାଦା ରକ୍ଷା କରିବା ଏବଂ ନ୍ୟାୟ ପ୍ରଦାନ କରିବା ପାଇଁ ପିଡିଏ ଲୋକଙ୍କ ସହିତ କାମ କରିବ। ଆଗାମୀ ସମୟରେ, ପିଡିଏ ସରକାର କେବଳ ସାମାଜିକ ନ୍ୟାୟ ନୁହେଁ ବରଂ ସାମାଜିକ ନ୍ୟାୟର ଶାସନ ପ୍ରତିଷ୍ଠା ପାଇଁ ମଧ୍ୟ କାମ କରିବ। ପିଡିଏ ସହ ଜଡ଼ିତ ସମାଜବାଦୀ ବିଚାରଧାରାକୁ ମାନୁଥିବା ଲୋକେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର ଏବଂ ମର୍ଯ୍ୟାଦା ପ୍ରଦାନ କରିବାକୁ ନିଶ୍ଚିତ କରିବେ।
ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଜେପି ବିରୋଧରେ ବର୍ଷିଥିଲେ। ଏନେଇ ସେ କହିଥିଲେ, ଆମେ ଚାହୁଁଥିଲୁ ଯେ ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ପଦରୁ ଅବସର ନିଅନ୍ତୁ। ହେଲେ ସେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ବଦଳରେ ରାଜ୍ୟସଭା ସାଂସଦ ଭାବେ ଅବସର ନେବେ। ଯିଏ ରାଜନୀତିକୁ ବୁଝିଛନ୍ତି ସେମାନେ ଜାଣିଛନ୍ତି ଯେ ବିଜେପି କିପରି ରାଜନୈତିକ ନିଷ୍ପତ୍ତି ନେଇଥାଏ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପୁନର୍ବାର ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟକୁ ଫେରିଥିଲା ନୀତିଶ କୁମାରଙ୍କ ଜେଡିୟୁ। ଏହା ପୂର୍ବରୁ ବିରୋଧି ମେଣ୍ଟ ଇଣ୍ଡିଆ ପକ୍ଷରୁ ତାଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ଦଳର ସମର୍ଥକ ଦେଖୁଥିଲେ।
ପୂର୍ବରୁ ଅଖିଳେଶ ଯାଦବ ଭୋଟର ଏବଂ 'ପିଡିଏ ଅଭିଭାବକ'ଙ୍କୁ ପିଡିଏ ସମାଜର ଭୋଟ ବିଭାଜିତ ନହେବା ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ। ଏନେଇ ସେ କହିଥିଲେ ଯେ ଗୋଟିଏ ହେଲେ ମଧ୍ୟ ଭୋଟ ବିଭାଜିତ ନ ହେବା ଦରାକର। ଏପରିକି ଗୋଟିଏ ହେଲେ ପିଡ଼ିଏ ଭୋଟ ହ୍ରାସ ନ ପାଇବା ଦରକାର। ଏହି ସ୍ଲୋଗାନ ସହ ସେ ପିଡ଼ିଏ ଏକତା ଉପରେ ଗୁରୁତ୍ୱ ଦେଇଥିଲେ।
ସେ ଆହୁରି ଚେତାବନୀ ଦେଇଥିଲେ ଯେ ଭୋଟର ତାଲିକାରୁ ଯେଉଁମାନଙ୍କ ନାଁ କଟିଯାଇଛି ସେମାନେ ଅସୁବିଧାର ସାମ୍ନା କରିପାରନ୍ତି। କାରଣ ବିଜେପି ସରକାର ସେହି ଲୋକଙ୍କୁ ସରକାରୀ ଯୋଜନା, ଚାକିରି, ରାସନ କାର୍ଡ, ଜମି ଏବଂ ଅନ୍ୟାନ୍ୟ ଅଧିକାର ପ୍ରଦାନ କରିବାରୁ ବଞ୍ଚିତ କରିପାରେ। ସେ ମତଦାତାଙ୍କୁ ସେମାନଙ୍କର ଭୋଟର ପରିଚୟ ପତ୍ରକୁ ସେମାନଙ୍କର ନାଗରିକ ପରିଚୟ ପତ୍ର ଭାବରେ ବ୍ୟବହାର କରିବାକୁ ଏବଂ ସେମାନଙ୍କ ଭୋଟ ପଞ୍ଜୀକରଣ କରିବାରେ ସତର୍କ ରହିବାକୁ ଅନୁରୋଧ କରିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନମତକୁ ସୁରକ୍ଷିତ ରଖିବା ଦ୍ୱାରା କେବଳ ଏକ ଦୁର୍ନୀତିଗ୍ରସ୍ତ ସରକାର କ୍ଷମତାରୁ ହଟିବ ନାହିଁ। ବରଂ ଏହା ଦ୍ୱାରା ସାମ୍ବିଧାନିକ ଅଧିକାର, ଜାତିଗତ ଆରକ୍ଷଣ ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖାଯାଇ ପାରିବ। ଆପଣ ଆପଣଙ୍କର ଭୋଟ ପଞ୍ଜୀକରଣ କରନ୍ତୁ, ଆପଣଙ୍କର ଭବିଷ୍ୟତକୁ ବଞ୍ଚାନ୍ତୁ,। ସେ ସମସ୍ତ ପିଡିଏ ସମାଜ ସଦସ୍ୟଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ।
ସମାଜବାଦୀ ପାର୍ଟିର ପିଡ଼ିଏ ଚିନ୍ତାଧାରା କ'ଣ?
ଗତ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ପଛୁଆବର୍ଗ (Pichda/Backward),ଦଳିତ (Dalit/SC), ସଂଖ୍ୟାଲଘୁ (Alpsankhyak/Minority) ସମ୍ପ୍ରଦାୟର ସମର୍ଥନ ହାସଲ କରିବାକୁ ନେଇ ଏକ ସ୍ୱତନ୍ତ୍ର ରଣନୀତି ଆପଣାଇଥିଲେ। ଯାହା ବେଶ ସଫଳ ହୋଇଥିଲା। ଗତ ଥରର ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶର ମୋଟ ୮୦ ଲୋକସଭା ଆସନରୁ ୩୭ ସିଟ୍ ହାତେଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories