Sandeshkhali / ମୃତ୍ୟୁର ୫ ବର୍ଷ ପରେ ଖୋଳିଲେ କଙ୍କାଳ, ହେବ ପୋଷ୍ଟମର୍ଟମ; ଖୋଲିବ BJP କର୍ମୀଙ୍କ ମୃତ୍ୟୁ ରହସ୍ୟ
·1 hour ago·2 min read

Key Points
୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସାରେ ମୃତ୍ୟୁବରଣ କରିଥିବା ବିଜେପି କର୍ମୀଙ୍କ କଙ୍କାଳର ଅବଶେଷ ଉଦ୍ଧାର କରାଯାଇଛି । ଉଦ୍ଧାର କଙ୍କାଳ ଅବଶେଷକୁ ବ୍ୟବଚ୍ଛେଦ ଓ ଫରେନସିକ୍ ଯାଞ୍ଚ ପାଇଁ ପଠା ଯାଇଛି ।
କୋଲକାତା: ପୁଣି ଚର୍ଚ୍ଚାରେ ସନ୍ଦେଶଖାଲି । ଖୋଳା ହେଲା କଙ୍କାଳ । ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସାରେ ମୃତ୍ୟୁବରଣ କରିଥିବା ବିଜେପି କର୍ମୀଙ୍କ କଙ୍କାଳର ଅବଶେଷ ଉଦ୍ଧାର କରାଯାଇଛି । ଉଦ୍ଧାର କଙ୍କାଳ ଅବଶେଷକୁ ବ୍ୟବଚ୍ଛେଦ ଓ ଫରେନସିକ୍ ଯାଞ୍ଚ ପାଇଁ ପଠା ଯାଇଛି ।
ଏ ମାମଲା ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିର । ମୃତକ ଆସ୍ତିକ ଚନ୍ଦ୍ର ଦାସ ସନ୍ଦେଶଖାଲିର ଝାଞ୍ଜିନିଆ ଗାଁର । ନିର୍ବାଚନ ପରବର୍ତ୍ତୀ ସମୟରେ ହୋଇଥିବା ହିଂସାରେ ଆସ୍ତିକ ଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ତେବେ, ସେତେବେଳେ ଆସ୍ତିକଙ୍କ ମୃତ୍ୟୁ କିଭଳି ହୋଇଥିଲା ତାହା ଜାଣିବାକୁ ତାଙ୍କ କଙ୍କାଳର ଅବେଶଷକୁ ମାଟି ଖୋଳି ବାହାର କରାଯାଇଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ମୃତକଙ୍କ କଙ୍କାଳର ଅବଶେଷକୁ ମାଜିଷ୍ଟ୍ରେଟ ଓ ମୃତକଙ୍କ ପରିବାରର ଉପସ୍ଥିତିରେ ବାହାର କରାଯାଇଛି । ସମ୍ପୂର୍ଣ୍ଣର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି ।
ଜବରଦସ୍ତି ପୋତି ଦେଇଥିଲେ ଶବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ଅଧିକାରୀଙ୍କ ଅନୁସାରେ, ୨୦୨୧ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଟିଏମ୍ସି କର୍ମୀ ବିଜୟ ଶୋଭାଯାତ୍ରା ବାହାର କରିଥିଲେ । ଅଭିଯୋଗ ହେଉଛି, ବିଜୟ ଶୋଭାଯାତ୍ରା ସମୟରେ ଟିଏମସି ସମର୍ଥକ ଆସ୍ତିକ ଚନ୍ଦ୍ର ଦାସଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରି ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ନିର୍ବାଚନ କମିଶନଙ୍କ ନିକଟରେ TMCର ଚିହ୍ନ ପାଇଁ ଲଢ଼େଇ; ମମତାଙ୍କୁ ଦସ୍ତାବିଜ୍ ମାଗିଲେ ECI
ମୃତକଙ୍କ ପୁଅ ସୁବ୍ରତ ଦାସଙ୍କ ଅଭିଯୋଗ ଅନୁସାରେ, ଆକ୍ରମଣ ପରେ ବାପାଙ୍କ ମେଡିକାଲ୍ ନେବା ପାଇଁ ଦେଇ ନଥିଲେ । ଫଳରେ ଘରେ ବାପା ଆଖି ବୁଜିଥିଲେ । ମୃତ୍ୟୁ ପରେ ଘର ବାହାରେ ପୋଲିସଘେରି ରହିଥିଲେ ଏବଂ ଶବ ବ୍ୟବଚ୍ଛେଦ ନକରି ପୋତିବାକୁ ବାଧ୍ୟ କରାଯାଇଥିଲା ।
ଏବେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ପରିବାର କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କଙ୍କାଳର ଅବଶେଷକୁ ଖୋଳି ବାହାର କରାଯାଇଛି । ରାଜ୍ୟ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, "୨୦୨୧ ନିର୍ବାଚନ ଫଳାଫଳ ପରେ ବିଜେପି କର୍ମୀଙ୍କ ଉପରେ ହୋଇଥିବା ହେଉଛ ଜୀବନ୍ତ ପ୍ରମାଣ । ସେତେବେଳେ ପୋଲିସ ମୂକ ଦର୍ଶକ ସାଜିଥିଲା । ଆମକୁ ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି, ଦୋଷୀ ଦଣ୍ଡ ପାଇବେ ।"
ଆସ୍ତିକ ଚନ୍ଦ୍ର ଦାସଙ୍କ ପରିବାର ଆବଶ୍ୟକ ତଳେ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି । ସନ୍ଦେଶଖାଲିରେ ୫ ବର୍ଷ ତଳେ ଘଟିଥିବା ଘଟଣାରେ ଏବେ କଙ୍କାଳ ଖୋଳି ବ୍ୟବଚ୍ଛେଦ କରିବାକୁ ନେଇ ପୁଣି ଥରେ ଉଷ୍ମ ହୋଇଛି ରାଜନୀତି ।

Related Topics
Explore more stories