Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Congress MP Shashi Tharoor / ହୋଟେଲ ଲିଫ୍ଟ ଭିତରେ ଫସି ରହିଲେ ଶଶୀ ଥରୁର; ଡୋର୍ କାଟି କରାଗଲା ଉଦ୍ଧାର

Subhramjit Ray
Browse all articles by Subhramjit Ray
·1 hour ago·2 min read
ହୋଟେଲ ଲିଫ୍ଟ ଭିତରେ ଫସି ରହିଲେ ଶଶୀ ଥରୁର; ଡୋର୍ କାଟି କରାଗଲା ଉଦ୍ଧାର
Congress MP Shashi Tharoor

Key Points

ଲିଫ୍ଟ ମଧ୍ୟରୁ ବାହାରକୁ ବାହାରିବା ସମୟରେ ଶଶୀ ଥରୁର ହସି ହସି ଅଗ୍ନିଶମ କର୍ମଚାରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ, "ଆପଣ ବହୁତ ଭଲ କାମ କରିଛନ୍ତି।"
Shashi Tharoor gets stuck in hotel lift:  ଗତକାଲି ସନ୍ଧ୍ୟାରେ କେରଳର ଏକ ହୋଟେଲ ଲିଫ୍ଟ ମଧ୍ୟରେ ଫସି ଯାଉଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ସେ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଫସି ରହିବା ପରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେହି ହୋଟେଲରେ ପହଞ୍ଚିଥିଲେ। ହେଲେ କିଛି ଯାନ୍ତ୍ରିକ ସମସ୍ୟା ଯୋଗୁଁ ସେହି ହୋଟେଲ୍ ଲିଫ୍ଟ କିଛି ମିନିଟ୍ ପର୍ଯ୍ୟନ୍ତ ଫସି ରହିଥିଲା।

ତିରୁବନନ୍ତପୁରମ ଅଗ୍ନିଶମ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ ସନ୍ଧ୍ୟା ୭:୩୭ ସମୟରେ, ଖବର ଆସିଥିଲା ଯେ ସ୍ଥାନୀୟ ସାଂସଦ ଶଶୀ ଥରୁର ହୋଟେଲ ଲିଫ୍ଟରେ ଫସି ରହିଛନ୍ତି। ଏହା ପରେ ଅଗ୍ନିଶମ ବାହିନୀର ଏକ ଦଳ ତୁରନ୍ତ ହୋଟେଲ ଅଭିମୁଖେ ବାହାରି ଯାଇଥିଲା। ପ୍ରାରମ୍ଭରେ ସେମାନେ ଲୁହା ରଡ୍ ସାହାଯ୍ୟରେ ଲିଫ୍ଟ ଖୋଲିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହା ପରେ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହାଇଡ୍ରୋଲିକ୍ ଉପକରଣ ବ୍ୟବହାର କରି ଲିଫ୍ଟ ଡୋର୍ ଖୋଲିଥିଲେ।

ଲିଫ୍ଟ ଭିତରୁ ଉଦ୍ଧାର ହେଲେ ଶଶୀ ଥରୁର
ସନ୍ଧ୍ୟା ପ୍ରାୟ ୭:୫୧ ସମୟରେ ତିରୁବନନ୍ତପୁରମ ସାସଂଦ ଶଶୀ ଥରୁରଙ୍କ ସମେତ ଲିଫ୍ଟ ମଧ୍ୟରେ ଫସି ରହିଥିବା ଅନ୍ୟଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଠିକ୍ ଅଛନ୍ତି କି ନାହିଁ, ସେତେବେଳେ ସେ କହିଥିଲେ ଯେ ଲିଫ୍ଟ ଭିତରେ ଥିବା ସମସ୍ତେ ସୁରକ୍ଷିତ ଅଛନ୍ତି। ଏହି ଘଟଣାର ଏକ ଭିଡି଼ଓ ସାମ୍ନାକୁ ଆସିଛି।, ଯେଉଁଥିରେ କିଛି ଲୋକଙ୍କୁ ଲୁହା ରଡ୍ ସାହାଯ୍ୟରେ ଲିଫ୍ଟ ଡୋର୍ ଖୋଲିବାକୁ ଚେଷ୍ଟା କରୁଥିବାର ଦେଖାଯାଉଛି। ହେଲେ ସେମାନେ ବିଫଳ ହୋଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ଅଧିକାରୀ ଏକ ହାଇଡ୍ରୋଲିକ୍ ସ୍ପ୍ରେଡର ସାହାଯ୍ୟରେ ଲିଫ୍ଟଡୋର୍ ଖୋଲିଥିଲେ।

ଏହା ସହ ପଢନ୍ତୁ: 'ବିନା ଅନୁମତିରେ କଂଗ୍ରେସ ଦଖଲରେ ରହିଥିଲା ୨୪ ଆକବର ରୋଡ୍ ମୁଖ୍ୟାଳୟ'

କଟର ସାହାଯ୍ୟରେ କଟାଯାଇଥିଲା ଲିଫ୍ଟ ଡୋର୍
ଯେତେବେଳେ ଲିଫ୍ଟ ଡୋର୍ ଖୋଲାଗଲା, ସେତେବେଳେ ଜଣାପଡିଲା ଯେ ଲିଫ୍ଟ ସମ୍ପୂର୍ଣ୍ଣ ଭାବରେ ଏହାର ନିର୍ଦ୍ଧାରିତ ମହଲାରେ ପହଞ୍ଚି ନଥିଲା। ହସି ହସି ଶଶୀ ଥରୁର ଲିଫ୍ଟ ଭିତରୁ ବାହାରି ଆସିଲେ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇ କହିଲେ, "ଆପଣ ଏକ ମହାନ କାମ କରିଛ।" ସେ ସାମ୍ବାଦିକଙ୍କୁ କହିଥିଲେ ଯେ ପ୍ରଥମେ ଲିଫ୍ଟ ମେକାନିକ୍ ଙ୍କୁ ଡକାଯାଇଥିଲା, ହେଲେ ସେମାନେ କିଛି କରିପାରି ନଥିଲେ। ହୋଟେଲ କର୍ମଚାରୀ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଯେତେବେଳେ ସେମାନେ କିଛି ସାହାଯ୍ୟ କରିପାରିଲେ ନାହିଁ, ସେତେବେଳେ ଅଗ୍ନିଶମ କର୍ମଚାରୀଙ୍କୁ ଡାକିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଥିଲେ ଶଶୀ ଥରୁର
ସେ କହିଥିଲେ, "ଅଗ୍ନିଶମ ଏବଂ ଉଦ୍ଧାର ସେବା ବିଷୟରେ ମୋର ପୂର୍ବରୁ ଭଲ ମତ ଅଛି।" ଏଠାକାର ଅଧିକାରୀ ଏକ ଚମତ୍କାର କାମ କରିଥିଲେ। ସେମାନେ ୫ ମିନିଟ୍ ମଧ୍ୟରେ ପହଞ୍ଚିଥିଲେ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଏହା ପରେ ସାଂସଦ ପରାମର୍ଶ ଦେଇଥିଲେ ଯେ ଯଦି ଅଧିକାରୀଙ୍କ ପାଖରେ ସମୟ ଥାଏ, ତାହେଲେ ସେମାନେ ଯିବା ପୂର୍ବରୁ ଚା' ପିଇପାରିବେ। ହେଲେ ତଥାପି, ଅଗ୍ନିଶମ କର୍ମଚାରୀ ବିନମ୍ରତାର ସହିତ ମନା କରିଦେଲେ। କଂଗ୍ରେସ ସାଂସଦଙ୍କ ସହ ହାତ ମିଳାଇବା ପରେ ସେମାନେ ଚାଲି ଯାଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored