Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Shreemayee Mishra / ପୁଣି ବିଜେଡି ନେତୃତ୍ବକୁ ଟାର୍ଗେଟ କଲେ ଶ୍ରୀମୟୀ, ପରୋକ୍ଷରେ ପୁଣି ଉଠାଇଲେ ମହିଳା ଅସମ୍ମାନ କଥା

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ପୁଣି ବିଜେଡି ନେତୃତ୍ବକୁ ଟାର୍ଗେଟ କଲେ ଶ୍ରୀମୟୀ, ପରୋକ୍ଷରେ ପୁଣି ଉଠାଇଲେ ମହିଳା ଅସମ୍ମାନ କଥା

Key Points

ନାରୀଙ୍କୁ ସମ୍ମାନ ପ୍ରସଙ୍ଗରେ ପୁଣି ପରୋକ୍ଷରେ ବିଜେଡିକୁ ଆକ୍ରମଣ। ସୋସିଆଲ୍ ମିଡିଆରେ ପୁଣି ବିଜେଡି ନେତୃତ୍ବକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର।ପରୋକ୍ଷରେ ଶ୍ରୀମୟୀ ପୁଣି ଉଠାଇଲେ ବିଜେଡିର ମହିଳା ଅସମ୍ମାନ କଥା।

ନାରୀଙ୍କୁ ସମ୍ମାନ ପ୍ରସଙ୍ଗରେ ପୁଣି ପରୋକ୍ଷରେ ବିଜେଡିକୁ ଆକ୍ରମଣ । ସୋସିଆଲ୍ ମିଡିଆରେ ପୁଣି ବିଜେଡି ନେତୃତ୍ବକୁ ଟାର୍ଗେଟ୍ କଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ପରୋକ୍ଷରେ ଶ୍ରୀମୟୀ ପୁଣି ଉଠାଇଲେ ବିଜେଡିର ମହିଳା ଅସମ୍ମାନ କଥା । ପରୋକ୍ଷରେ ଲେଖିଛନ୍ତି ମହିଳାଙ୍କୁ ଅସମ୍ମାନ ଯୋଗୁଁ ବିଫଳ ହେଲା ବିଜେଡି ।


ଅନ୍ୟପଟେ ନାରୀର ସମ୍ମାନ ପାଇଁ ସମାଜ ଆଗେଇ ଆସିବାକୁ କହିଛନ୍ତି ଶ୍ରୀମୟୀ । ଶ୍ରୀମୟୀ ଲେଖିଛନ୍ତି ଯେଉଁଠି ନାରୀଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ସବୁ କାର୍ଯ୍ୟ ନିଷ୍ଫଳ ହୁଏ । ଶ୍ରୀମୟୀ ମା' ଦୁର୍ଗାଙ୍କ ପୂଜା ଅବସରରେ ଶ୍ଲୋକ ଲେଖି ମହିଳା ସମ୍ମାନ ପ୍ରସଙ୍ଗ ଉଠାଇଛନ୍ତି । ଯାହାର ଅର୍ଥ ହେଲା ଯେଉଁ ସ୍ଥାନରେ ନାରୀ ସମ୍ମାନିତ ହୁଅନ୍ତି, ସେଠାରେ ଦେବତାମାନେ ଆନନ୍ଦରେ ବାସ କରନ୍ତି । କିନ୍ତୁ ଯେଉଁଠି ନାରୀଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ସବୁ କାର୍ଯ୍ୟ ନିଷ୍ଫଳ ହୁଏ ।


ଶ୍ରୀମୟୀ ଲେଖିଛନ୍ତି ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ବି ନାରୀଙ୍କୁ ମା’, ଦେବୀ ଓ ଶକ୍ତି ରୂପେ ପୂଜା କରାଯାଏ, ଯେପରି ଦୁର୍ଗା ପୂଜାରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ । ଯଦା ଯଦା ନାରୀ ଉପରେ ଅତ୍ୟାଚାର ହେଲା, ଶକ୍ତି ରୂପେ ଦେବୀ ଆସି ଅନ୍ୟାୟ ଦୂର କଲା । ବାସ୍ତବରେ ମହିଳା ସହନଶୀଳା । କିନ୍ତୁ କ’ଣ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କ ସହନଶୀଳତାର ପରୀକ୍ଷା ନିଆଯିବ କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ ଆହୁରି ଲେଖିଛନ୍ତି, ମା’ ଦୁର୍ଗାଙ୍କ ଆଗମନ ନାରୀ ଶକ୍ତିର ଜୟଗାନ ଓ ଅନ୍ୟାୟର ବିରୋଧରେ ସଂଘର୍ଷର ପ୍ରତୀକ । ଏହା ଆମକୁ ଶିକ୍ଷା ଦେଇଥାଏ ଯେ ନାରୀଙ୍କ ଉପରେ ଅତ୍ୟାଚାର କେବେ ସହ୍ୟ କରାଯିବା ଉଚିତ ନୁହେଁ, ଏବଂ ସେମାନଙ୍କ ସମ୍ମାନ ଓ ସଶକ୍ତିକରଣ ପାଇଁ ସମାଜ ସବୁବେଳେ ଆଗେଇ ଆସିବା ଦରକାର ।

Related Topics

Explore more stories

Sponsored
Shreemayee Mishra Targets BJD Again, Raises Women’s Respect Issue | Argus News