Odisha CEO on SIR in State / ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ SIR
·2 months ago·2 min read

Key Points
ଆସନ୍ତା ଅପ୍ରେଲ ୧ ତାରିଖରୁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବା ନେଇ କହିଛନ୍ତି ସିଇଓ ଆର.ଏସ୍. ଗୋପାଳନ୍।
Odisha CEO on SIR in State: ଭୋଟର ତାଲିକା ସଂଶୋଧନ କରିବାରୁ ନେଇ ରାଜ୍ୟରେ ହେବାକୁ ଯାଉଥିବା "ସ୍ପେଶାଲ ଇନଟେନସିଭି ରିଭିଜନ" (Special Intensive Revision) ଅର୍ଥାତ ଏସଆଇଆର ପ୍ରକ୍ରିୟାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର.ଏସ୍. ଗୋପାଳନ୍।
ଏନେଇ ସେ କହିଛନ୍ତି ଯେ ରାଜ୍ୟର ପ୍ରାୟ ୯୦% ମତାଦାତାଙ୍କୁ ୨୦୦୨ ଭୋଟର ତାଲିକା ସହିତ ଯୋଡ଼ି ଦିଆଯାଇଛି। ଏହି ପ୍ରକ୍ରିୟା ଆସନ୍ତା ୧୫ ଦିନ ମଧ୍ୟରେ ସମାପ୍ତ ହେବା ଆଶା କରାଯାଉଛି। ଅତି କମରେ ରାଜ୍ୟର ୯୫% ମତଦାତାଙ୍କୁ ଭୋଟର ତାଲିକାରେ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଅପ୍ରେଲ ୧ ତାରିଖରୁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବା ନେଇ କହିଛନ୍ତି ସିଇଓ ଆର.ଏସ୍. ଗୋପାଳନ୍।
ରାଜ୍ୟରେ ଏସଆଇଆର ପ୍ରକ୍ରିୟା ଅପ୍ରେଲ ପହିଲାରୁ ଆରମ୍ଭ ହେବ। ଆମେ ଏବେ ଭୋଟର ତାଲିକାରେ ଯୋଡ଼ା ହୋଇନଥିବା ବାକି ସେହି ୧୦ ପ୍ରତିଶତ ମତଦାତାଙ୍କୁ ଖୋଜି ବାହାର କରିବୁ। ୨୦୦୨ ଭୋଟର ତାଲିକା ଅନୁସାରେ ତାଲିକାରେ ସେମାନଙ୍କ ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ନାଗରିକଙ୍କୁ ଅନୁରୋଧ କରିଛୁ। ରାଜ୍ୟରେ ଶେଷ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରାୟ ଦୁଇ ଦଶନ୍ଧି ପୂର୍ବେ କରାଯାଇଥିଲା। କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୦୨ ଭୋଟର ତାଲିକାକୁ ଏକ ଆଧାର ଲିଙ୍କ୍ ଭାବରେ ବ୍ୟବହାର କରାଯିବ। ଯାହାକୁ ୨୦୨୫ ଭୋଟର ତାଲିକା ସହିତ ଯୋଡ଼ାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।
୨୦୨୨ ଭୋଟର ତାଲିକାକୁ ୨୦୨୫ ସହ ଯୋଡ଼ିବା ସମୟରେ ମତଦାତାଙ୍କ ନାମ, ନିକଟତମ ସମ୍ପର୍କୀୟ, ବୟସ, ଜନ୍ମ ତାରିଖ, ମତଦାନ କେନ୍ଦ୍ର, ୱାର୍ଡ ନମ୍ବର ଏବଂ EPIC ବିବରଣୀ ମେଳ କରାଯିବ। ବୁଥ୍-ସ୍ତରୀୟ ଅଧିକାରୀ ତୃଣମୂଳ ସ୍ତରରେ ଏହି ପ୍ରକ୍ରିୟାରେ ସହାୟତା କରିବେ। ମତଦାତା ଇସିଆ ନେଟ୍ ପୋର୍ଟାଲ (ECI NET Portal), ଭୋଟର ସେବା ପୋର୍ଟାଲ ( Voter List Portal), ଓଡ଼ିଶା ସିଇଓ ୱେବସାଇଟ୍ (Odisha CEO Website), ଇସିଆଇ ନେଟ୍ (ECI NET) ମୋବାଇଲ୍ ଆପ୍ ମାଧ୍ୟମରେ ସେମାନଙ୍କ ବିବରଣୀ ଯାଞ୍ଚ କରିପାରିବେ। ଲୋକଙ୍କୁ ୨୦୨୫ ଏବଂ ୨୦୦୨ ଭୋଟର ତାଲିକାରେ ସେମାନଙ୍କ ନାମ ଯାଞ୍ଚ କରିବାକୁ ଏବଂ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ଭୋଟର ତାଲିକା ସହ ଜଡ଼ିତ ଆବଶ୍ୟକୀୟ ବିବରଣୀ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।
ଯଦି ୨୦୦୨ ଭୋଟର ତାଲିକାରେ କୌଣସି ମତାଦାତାଙ୍କ ନାଁ ନାହିଁ, ତାହେଲେ ସେ ସେମାନଙ୍କ ପିତା/ମାତାଙ୍କ ବିବରଣୀ ଦେଇ ଏହାକୁ ଯୋଡ଼ିପାରିବେ। ଯଦି ୨୦୦୨ ତାଲିକାରେ ପିତା/ମାତାଙ୍କ ନାଁ ନାହିଁ, ତାହେଲେ ସେ ସେମାନଙ୍କ ଜେଜେବାପା କିମ୍ବା ଜେଜେମାଆଙ୍କ ବିବରଣୀ ଦେଇ ଏହାକୁ ଯୋଡ଼ିପାରିବେ।
ଭୋଟର ତାଲିକାରେ ନାଁ ଯୋଡ଼ିବା ପାଇଁ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ଦସ୍ତାବିଜ ବ୍ୟବହାର କରାଯିବ ନାହିଁ। ଭୋଟର ତାଲିକା ସଂଶୋଧନ ଆରମ୍ଭ ହେବା ପରେ ମତାଦାତଙ୍କ ନାମକୁ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ପଞ୍ଜିକୃତ କରାଯିବ। ଏକ ସ୍ୱଚ୍ଛ ଗଣତନ୍ତ୍ର ପାଇଁ ସମସ୍ତ ମତାଦାତାଙ୍କୁ ବିବରଣୀ ଯାଞ୍ଚ କରି ସକ୍ରିୟ ଭାବରେ ସହଯୋଗ କରିବାକୁ ଏବଂ ଏସଆଇଆର ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସିଇଓ ଆର.ଏସ୍. ଗୋପାଳନ୍ ନିବେଦନ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories