Sofia Firdous OJC / କଂଗ୍ରେସ ନୁହେଁ, OJCରୁ ନିର୍ବାଚନ ଲଢ଼ିବେ ସୋଫିଆ ଫିର୍ଦ୍ଦୋସ !
·23 mins ago·1 min read

Key Points
ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ
କଂଗ୍ରେସ ନୁହେଁ OJCରୁ ସୋଫିଆ ଲଢିବା ନେଇ ସ୍ପଷ୍ଟ କଲେ ମୋକିମ୍
କଂଗ୍ରେସର ଆଉ ନୀତି ଆଦର୍ଶ ନାହିଁ କହିଲେ ମହମ୍ମଦ ମୋକିମ୍

ଆଗାମୀ ବିଧାନସଭା ନିର୍ବାଚନକୁ ଏବେ ଆହୁରି ଅନେକ ସମୟ ବାକି ରହିଛି । କିନ୍ତୁ ଏବେଠୁ ରାଜନୀତି ସରଗରମ ହୋଇଛି । ଏହାରି ମଧ୍ୟରେ କଟକ ବାରବାଟୀ ନିର୍ବାଚନମଣ୍ଡଳୀକୁ ନେଇ ଆସିଛି ଏକ ବଡ଼ ରାଜନୈତିକ ଖବର। କଂଗ୍ରେସ ଟିକେଟରେ ନୁହେଁ, ଏଥର ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ବିଧାନସଭା ନିର୍ବାଚନ ଲଢ଼ିବେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସ ବା ଓଜେସିରୁ ବିଧାୟକ ପଦ ପାଇଁ ନିର୍ବାଚନ ଲଢ଼ିବେ ସୋଫିଆ । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଏହି ସୂଚନା ଦେଇଛନ୍ତି ବିଧାୟିକାଙ୍କ ବାପା ତଥା ଓଜେସିର ସଭାପତି ମହମ୍ମଦ ମୋକିମ । ବର୍ତ୍ତମାନ କଂଗ୍ରେସର କିଛି ନୀତି ଆଦର୍ଶ ନାହିଁ । ସେଥିପାଇଁ ଓଜେସିରୁ ସୋଫିଆ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପଦବୀ ପାଇଁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ମୋକିମ ।
ତେବେ ଏହି ଘୋଷଣାକୁ ନେଇ ସୋଫିଆ ଫିର୍ଦ୍ଦୋସଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସିଧାସଳଖ ପ୍ରତିକ୍ରିୟା ମିଳିନାହିଁ । ତେଣୁ ଆଗାମୀ ଦିନରେ ତାଙ୍କ ରାଜନୈତିକ ଭୂମିକା ଓ ଦଳୀୟ ନିଷ୍ପତ୍ତିକୁ ନେଇ ସ୍ପଷ୍ଟତା ଆସିବ ବୋଲି ଆଶା କରାଯାଉଛି। ଏହି ଘଟଣା କଟକ ବାରବାଟୀ ରାଜନୀତିକୁ ନୂଆ ମୋଡ଼ ଦେଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories