Sofia Firdous / ଖୋଲା ମଞ୍ଚରେ ମୋକିମଙ୍କୁ ପ୍ରଶଂସାରେ ପୋତିଲେ ଝିଅ ସୋଫିଆ, ଏବେ କଂଗ୍ରେସ ନେବ କି ଆକ୍ସନ ?
·6 months ago·1 min read

Key Points
ଖୋଲା ମଞ୍ଚରେ ବାପାଙ୍କୁ ପ୍ରଶଂସାରେ ପୋତିଲେ ସୋଫିଆ ଫିର୍ଦ୍ଦୋସ
ମୋକିମ୍ ଫାଉଣ୍ଡେସନର ଯୁବ ସମାବେଶରେ ପ୍ରଶଂସା କଲେ ସୋଫିଆ
'ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢ଼ିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ'

ବରିଷ୍ଠ ରାଜନେତା ମହମ୍ମଦ ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ମୋକିମଙ୍କ ନୂଆ ଦଳ ଗଠନ ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ପଡ଼ିଲା ମୂଳଦୁଆ । ଜାତୀୟ ଯୁବ ଦିବସରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ମୋକିମ୍ । ଆଉ ମୋକିମ୍ଙ୍କ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କଂଗ୍ରେସ ବିଧାୟିକା ତଥା ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ।
ଜାତୀୟ ଯୁବ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋକିମ୍ କହିଛନ୍ତି ଓଡ଼ିଶାର ବିକାଶ ପାଇଁ ଯୁବ ଗୋଷ୍ଠିର ଆବଶ୍ୟକତା ରହିଛି । ମାର୍ଚ୍ଚ ମାସରେ ନୂଆ ଦଳ ଗଠନ ହେବ । ରାଜନୀତି ହେଉଛି ଶ୍ରେଷ୍ଠ ନୀତି । ତେଣୁ ରାଜ୍ୟର ବିକାଶ ପାଇଁ ଯୁବକମାନଙ୍କ ଆବଶ୍ୟକତା ଥିବାରୁ ଆଗାମୀ ଦିନରେ ନୂଆ ଦଳର ଆବଶ୍ୟକତା ରହିଛି ।
ଅନ୍ୟପକ୍ଷରେ ଖୋଲା ମଞ୍ଚରେ ବାପାଙ୍କୁ ପ୍ରଶଂସାରେ ପୋତିଲେ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ କହିଛନ୍ତି, ମୋକିମ ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବକଙ୍କୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ । ଏବେ କଟକବାସୀ ମୋତେ ବିଧାୟିକା କରିଛନ୍ତି । ଦେଶକୁ ଗଢିବା ପାଇଁ ଆମ ସମସ୍ତ ଯୁବକଙ୍କୁ ଏକ ହେବାକୁ ପଡ଼ିବ । ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ନ ଡରି ବାପାଙ୍କ ଲଢେଇରେ ସମସ୍ତଙ୍କୁ ସାମିଲ ହେବାକୁ ପଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories