Poll Battle / ୟୁପି ପରେ ଆସାମରେ ଗଡ଼ିବ ସାଇକେଲ; କାହାର ବଢିବ ଅସୁବିଧା?
·6 months ago·2 min read

Key Points
ୟୁପି ପରେ ଏବେ ଆସାମରେ ସାଇକେଲ ଚଳାଇବାକୁ ଯାଉଛନ୍ତି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ।
Assam Election 2026: ୨୦୨୪ ଲୋକସଭା ନିର୍ବାଚନରେ ମିଳିଥିବା ସଫଳତାକୁ ନେଇ ଆତ୍ମବିଶ୍ୱାସୀ ହୋଇଉଠିଛନ୍ତି ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ। କାରଣ ଲୋକସଭାରେ ଏବେ ସାମାଜବାଦୀ ପାର୍ଟି ହେଉଛି ତୃତୀୟ ବୃହତ ଦଳ। ଏହାକୁ ନଜରରେ ରଖି ସେ ତାଙ୍କ ଦଳକୁ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆଉ ଏହି କ୍ରମରେ ସେ ଏବେ ଆସାମ ବିଧାନସଭା ନିର୍ବାଚନ ଉପରେ ନଜର ରଖିଛନ୍ତି।
ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ରାଜ୍ୟର ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ଚଳିତ ବର୍ଷ ଆସାମ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ। ଦଳୀୟ ସୂତ୍ରରୁ ମିଳିଥିବା ଅନୁସାରେ ଦଳ ଆସାମର ମୁସଲିମ ବହୁଳ ୧୦ ବିଧାନସଭା ଆସନରେ ପ୍ରାର୍ଥୀ ଦେଇପାରେ। ଏହା ପଛରେ ରହିଥିବା ରଣନୀତି ହେଉଛି ଦଳ ପାଇଁ ଜାତୀୟ ଦଳର ମାନ୍ୟତା ହାସଲ କରିବା। ଏହାକୁ ନେଇ ଦଳ ଭିତରେ ବିଚାର ବିମର୍ଶ ଚାଲିଛି। ଯଦି ସମାଜବାଦୀ ପାର୍ଟି ୨୦୨୬ ଆସାମ ବିଧାନସଭା ନିର୍ବାଚନରେ ଏକୁଟିଆ ଲଢେ ତାହେଲେ ଏହା ଦ୍ୱାରା ମେଣ୍ଟ ସହଯୋଗୀ କଂଗ୍ରେସକୁ କ୍ଷତି ହୋଇପାରେ।
୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶରେ ମୋଟ୍ ୮୦ ସିଟ୍ ମଧ୍ୟରୁ ୩୭ ଆସନ ହାତେଇଥିଲା। ଏହି ନିର୍ବାଚନରେ ମିଳିଥିବା ସଫଳତା ପରେ ଲୋକସଭାରେ ସାମାଜବାଦୀ ପାର୍ଟି ତୃତୀୟ ବୃହତ ଦଳ ଭାବେ ଉଭା ହୋଇଥିଲା। ହେଲେ ଏବେ ଆସାମରେ ଦଳର ପ୍ରବେଶ କଂଗ୍ରେସ ପାଇଁ ସମସ୍ୟା ବଢାଇପାରେ। କାରଣ ରାଜ୍ୟର ମୁଖ୍ୟ ବିରୋଧି ଦଳ କଂଗ୍ରେସ ବିଧାନସଭା ନିର୍ବାଚନରେ ବାଜିମାତ କରିବା ପାଇଁ ଆକ୍ରମଣାତ୍ମକ ରଣନୀତି ଆପଣାଇଛି।
ଏହା ସହ ପଢନ୍ତୁ: 'ସାମାଜିକ ନ୍ୟାୟର ଶାସନ ପ୍ରତିଷ୍ଠା କରିବ ପିଡିଏ ସରକାର'
ପ୍ରଚାରକୁ ଓହ୍ଲାଇ ପାରନ୍ତି ଅଖିଲେଶ ଯାଦବ
ମୁସଲିମ ବହୁଳ ବିଧାନସଭା ଆସନରେ ପ୍ରାର୍ଥୀ ଦେବା ନେଇ ଦଳ ଭିତରେ ଆଲୋଚନା ହେଉଛି। କାରଣ ଏହା ଦ୍ୱାରା ଦଳକୁ ଜାତୀୟ ମାନ୍ୟତା ମିଳିବ। କୌଣସି ଦଳକୁ ଜାତୀୟ ଦଳର ମାନ୍ୟତା ପାଇବା ପାଇଁ ଚାରୋଟିରୁ ଅଧିକ ରାଜ୍ୟରେ ୬ ପ୍ରତିଶତରୁ ଅଧିକ ଭୋଟ ଆବଶ୍ୟକ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜେ ୨୦୨୬ ଆସମ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ମଙ୍ଗ ଧରିପାରନ୍ତି। ତାଙ୍କର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ ସୁସମ୍ପର୍କ ରହିଥିବାରୁ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୪ ଲୋକସଭା ନିର୍ବାଚନ ପରେ ସେହି ବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨ ଆସନ ମିଳିଥିଲା। ଏହା ପରେ ୨୦୨୫-୨୬ ବର୍ଷରେ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ନଗର ନିଗମ ନିର୍ବାଚନରେ ଦଳ ମୁମ୍ବାଇରେ ୨, ମାଲେଗାଓଁରେ ୫, ଭିୱାଣ୍ଡିରେ ୬ କର୍ପୋରେଟର ସିଟ୍ ପାଇଥିଲା। ଲୋକସଭାରେ ୩୭ ସାଂସଦ ସହ ତୃତୀୟ ବୃହତ୍ତ ଦଳ ହୋଇଥିଲେ ମଧ୍ୟ ସମାଜବାଦୀ ପାର୍ଟିକୁ ଜାତୀୟ ଦଳର ମାନ୍ୟତା ମିଳିନାହିଁ।
ବର୍ତ୍ତମାନ ଏହାର ମାନ୍ୟତା ଆଞ୍ଚଳିକ ହିସାବରେ ରହିଛି। ନିର୍ବାଚନ ଆୟୋଗ ନିୟମ ଅନୁଯାୟୀ ଜାତୀୟ ଦଳର ମାନ୍ୟତା ପାଇବା ପାଇଁ, କୌଣସି ଏକ ଦଳକୁ ଅତି କମରେ ଚାରୋଟି ରାଜ୍ୟରେ ୬ ପ୍ରତିଶତ ଭୋଟ କିମ୍ବା ତିନୋଟି ଭିନ୍ନ ରାଜ୍ୟରୁ ଲୋକସଭାର ୨ ପ୍ରତିଶତ ସିଟ୍ ଅର୍ଥାତ୍ ୧୧ ଆସନ ଜିତିବାକୁ ହେବ। ମାତ୍ର ସମାଜବାଦୀ ପାର୍ଟି କ୍ଷେତ୍ରରେ ବ୍ୟତିକ୍ରମ ହେଉଛି ଦଳର ସମସ୍ତ ସାଂସଦ ଉତ୍ତର ପ୍ରଦେଶକୁ ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି।

Related Topics
Explore more stories