Videos
|
Politics

Student Union Election / ନିଜ ନିଜ ନେତା ବାଛୁଛନ୍ତି ଛାତ୍ରଛାତ୍ରୀ: ଭୋଟ୍‌ ଦେଉଛି କ୍ୟାମ୍ପସ୍‌

Banajyotshna Ray
Browse all articles by Banajyotshna Ray
·1 hour ago·4 min read
ନିଜ ନିଜ ନେତା ବାଛୁଛନ୍ତି ଛାତ୍ରଛାତ୍ରୀ: ଭୋଟ୍‌ ଦେଉଛି କ୍ୟାମ୍ପସ୍‌
Student Union Election

Key Points

ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ । ରାଜ୍ୟର ୩୪୬ଟି ମହାବିଦ୍ୟାଳୟ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ ।
ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ । ରାଜ୍ୟର ୩୪୬ଟି ମହାବିଦ୍ୟାଳୟ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ । ନିର୍ବାଚନ ପାଇଁ ବାଲଟ୍ ପେପର ଓ ବାକ୍ସ ପ୍ରସ୍ତୁତ ସରିଛି । ବିଜୟୀ ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ୍ ୧୬ ତାରିଖରେ ଶପଥ ଗ୍ରହଣ କରିବେ । ଆରମ୍ଭ ହେଲାଣି ଭୋଟିଂ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଭିନ୍ନ କଲେଜରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟିଂ। କ୍ୟାମ୍ପସରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଅପରାହ୍ନ ୨ଟାରୁ ଆରମ୍ଭ ହେବ ଭୋଟ ଗଣତି ଏବଂ ସନ୍ଧ୍ୟା ସୁଦ୍ଧା ସାମ୍ନାକୁ ଆସିବ ନିର୍ବାଚନର ଫଳାଫଳ ।''

.କେନ୍ଦୁଝର:

ଆଜି ଛାତ୍ର ସଂସଦ ନିର୍ବାଚନର ଭୋଟ୍ ଗ୍ରହଣ। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଭୋଟ୍ ଦେଉଛନ୍ତି ଅପେକ୍ଷାରତ ଛାତ୍ରଛାତ୍ରୀ । ନିର୍ବାଚନକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଧରଣିଧର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ଅନ୍ୟପଟେ ନିର୍ବାଚନକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ଓ ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଥିଲା। ଧରଣିଧର ବିଶ୍ବବିଦ୍ୟାଳୟ ରେ ଚଳିତ ବର୍ଷ 32ଶହ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଥିବା ବେଳେ ୧୯ ଟି ବୁଥ ହୋଇଛି ଦୀର୍ଘ ଆଠ ବର୍ଷ ପରେ ନିଜ ପ୍ରତିନିଧି ବାଛିବାର ସୁଯୋଗ ମିଳିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଛି ବେଶ୍ ଉତ୍କଣ୍ଠା। ଭୋଟ୍ ଗ୍ରହଣ ପରେ କାହା ସପକ୍ଷରେ ଯିବ ଛାତ୍ରଛାତ୍ରୀଙ୍କ ଜନମତ, ତାହାକୁ ନେଇ ଏବେ ସମସ୍ତଙ୍କ ନଜର।''

.ପୁରୀ:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୋଟିଂ ପାଇଁ ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଆରମ୍ଭ ହୋଇଛି ଭୋଟିଂ। ପୋଲିସ ଫୋର୍ସ ମୁତୟନ ରହିବା ସହ CCTV ସର୍ଭିଲାନ୍ସ ରେ ରହିଛି କଲେଜ ।ଗତକାଲି ଅତି ଶୃଙ୍ଖଳିତ ଭାବରେ why I stand for meeting ଶେଷ ହୋଇଥିଲା । ଆଜି ଛାତ୍ରଛାତ୍ରୀ ମତଦାନ ସାବ୍ୟସ୍ତ କରିବେ ।ଏନେଇ ପୋଲିଂ ଅଫିସର୍ ଓ ପ୍ରି ଜାଇଡିଂ ଅଫିସର୍ ମାନେ ନିୟୋଜିତ ହୋଇ ସାରିଛନ୍ତି । 8 ବର୍ଷ ପରେ ନିର୍ବାଚନ ହେଉଥିବାରୁ ଉତ୍ସାହ ରହିଛି। କଲେଜ୍ ୟୁନିଫର୍ମ ଓ ପରିଚୟ ପତ୍ର ଥିଲେ ହିଁ କେବଳ ଭୋଟ ଦେଇପାରିବେ ପ୍ରାର୍ଥୀ,ବୋଲି କଲେଜ୍ ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ କଡ଼ା ନିୟମ କରାଯାଇଅଛି।''

.ଜଗତସିଂହପୁର:

ଆଜି କଲେଜ ପାଇଁ ନୂଆ ନେତା ବାଛିବେ ଛାତ୍ରଛାତ୍ରୀ। ସକାଳ ୮ ଠାରୁ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା। ଏଥିପାଇଁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ଵ୍ୟଵସ୍ଥା ଗ୍ରହଣ କରାଯାଇଛି। ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟସୀମା ମଧ୍ୟରେ ଛାତ୍ରଛାତ୍ରୀମାନେ ସେମାନଙ୍କ କଲେଜ ପାଇଁ ନେତା ଚୟନ କରିବେ। ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ନିର୍ବାଚନ ପାଇଁ ବାଲଟ୍ ପେପର ଓ ବାକ୍ସ ପ୍ରସ୍ତୁତ ସରିଛି।''

.ଖୋର୍ଦ୍ଧା:

ଜଟଣୀ ମହାବିଦ୍ୟାଳୟରେ ନିର୍ବାଚନର ମାହୋଲ ବେଶ ସରଗରମ ରହିଛି। 8ଗୋଟି ପୋଷ୍ଟ ପାଇଁ 21ଜଣ ପ୍ରାଥୀ ଙ୍କ ଭାଗ୍ୟ ନିର୍ଧାରଣ ପାଇଁ ପଡୁଛି ଭୋଟ। ଜଟଣୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବର୍ତ୍ତମାନ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସକାଳୁ ସକାଳୁ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଆଜି ସକାଳୁ ନିର୍ଦ୍ଧାରିତ ସମୟରେ ଜଟଣୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ଭୋଟିଂ ବା ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଲେଜର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ନିଜର ପରିଚୟ ପତ୍ର ଦେଖାଇ ଶାନ୍ତିପୂର୍ଣ୍ଣ ଭାବେ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି।​ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ କରାଇବା ପାଇଁ କଲେଜ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କ୍ୟାମ୍ପସ ଭିତରେ ଓ ବାହାରେ କଡ଼ା ପହରା ରହିଛି। ମତଦାନ ଜାରି ରହିଛି। ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ଯୁବ ଭୋଟରଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ଭିତରେ ବେଶ୍ ଉତ୍କଣ୍ଠା ଓ ଉତ୍ସାହ ରହିଛି।''

.ଭୁବନେଶ୍ୱର ରାଜଧାନୀ କଲେଜ:

ରାଜଧାନୀ କଲେଜ୍ ରେ ଚାଲିଛି ସୁରୁଖୁରୁରେ ଭୋଟିଂ ପକ୍ରିୟା। ୮ଟା ରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଦିନ ୨ ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ , ୨.୧୫ ରେ କାଉଟିଂ ଆରମ୍ଭ ହେବ I ଏକ ପ୍ଲାଟୁନ୍ ପୋଲିସ ଫୋର୍ସ କ୍ୟାମ୍ପସରେ ମୁତୟନ ହୋଇଥିବା ବେଳେ ସବୁ ପୁଲିଂ ବୁଥରେ ପୋଲିସ ଟିମ୍ କରିଛନ୍ତି ଯାଞ୍ଚ୍ I ସୁରକ୍ଷା ସହିତ କିଭଳି ଭୋଟିଂ ଚାଲିଛି ତାକୁ ନେଇ ତଦାରଖ କରିଛନ୍ତି ପୋଲିସ ଅଧିକାରୀ I

.ଯାଜପୁର:

ଯାଜପୁର ଜିଲ୍ଲାର 8ଟି କଲେଜରେ ଛାତ୍ରସଂସଦ ନିର୍ବାଚନ ପାଇଁ ଆଜି ହେଉଛି ଭୋଟ ଗ୍ରହଣ। ସକାଳ 8ଟାରୁ ଏହି କଲେଜ ମାନଙ୍କରେ ନିର୍ଧାରିତ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଯାଇଛି। ମତଦାତା ଛାତ୍ରଛାତ୍ରୀ ମାନେ ପୃଥକ ପୃଥକ ଭାବେ ଲମ୍ବା ଧାଡିରେ ରହି ଭୋଟ ଦେଉଛନ୍ତି।ଶାନ୍ତିଶୃଙ୍ଖଳାରେ ଭୋଟ କରାଇବାକୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କଲେଜ କ୍ୟାମ୍ପସ ଭିତରେ ଏବଂ ବାହାରେ ପୋଲିସ ମୁତୟନ ହୋଇଛନ୍ତି।ସୂଚନା ମୁତାବକ ଯାଜପୁର ଟାଉନର ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ବିଂଝାରପୁରର ବରୁଣେଶ୍ୱର ମହାବିଦ୍ୟାଳୟ ଓ ଖରସ୍ରୋତା ମହାବିଦ୍ୟାଳୟ, ଦଶରଥପୁରର ସାଧୁ ଗୌଡେଶ୍ୱର ମହାବିଦ୍ୟାଳୟ, ବଡ଼ଚଣାର ବାବା ଭୈରବାନନ୍ଦ ସ୍ଵୟଂଶାସିତ ମହାବିଦ୍ୟାଳୟ(ଚଣ୍ଡିଖୋଲ), ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ(ଛତିଆ) ଓ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ (ନୂଆହାଟ), ବରୀର ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ(ରାମଚନ୍ଦ୍ରପୁର) ଆଦି 8ଟି କଲେଜରେ ଛାତ୍ରସଂସଦ ନିର୍ବାଚନ ପାଇଁ ମତଦାନ କରାଯାଉଛି।

.ସଭାପତି ପଦ ପାଇଁ ୮୬୬ ପ୍ରାର୍ଥୀ:

କ୍ୟାମ୍ପସ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ହୋଇସାରିଛି । ସଭାପତି ପଦ ପାଇଁ ମଇଦାନରେ ଅଛନ୍ତି ସର୍ବାଧିକ ୮୬୬ ପ୍ରାର୍ଥୀ । କଲେଜରେ ୮୨୮ ଏବଂ ବିଶ୍ଵବିଦ୍ୟାଳୟ ୩୮ ଜଣ । ସେହିପରି ଉପ ସଭାପତି ପଦ ପାଇଁ ମୋଟ ପ୍ରାର୍ଥୀ ଅଛନ୍ତି ୭୧୬ ଜଣ, ଯେଉଁଥିରୁ କଲେଜରେ ୬୭୯ ଏବଂ ବିଶ୍ଵବିଦ୍ୟାଳୟରେ ୩୭ ଜଣ ସାମିଲ । ସାଧାରଣ ସମ୍ପାଦକ ପାଇଁ ମୋଟ ପ୍ରାର୍ଥୀ ୬୧୬ ଜଣ ଥିବାବେଳେ କଲେଜରୁ ୫୯୩ ଜଣ ଏବଂ ବିଶ୍ଵବିଦ୍ୟାଳୟରୁ ୨୩ ଜଣ ଅଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: