Suvendu Adhikari / ବିଜେପିର ବଙ୍ଗ ବିଜୟ ପରେ ଚର୍ଚ୍ଚାରେ ଶୁଭେନ୍ଦୁ ଅଧିକାରୀ
·2 hours ago·3 min read

Key Points
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପାଇଛି ବିପୁଳ ବିଜୟ। ଦଳର ବିଜୟ ପଛରେ ରହିଥିବା ରହିଥିବା ନାୟକଙ୍କ ମଧ୍ୟରୁ ଶୁଭେନ୍ଦୁ ଅଧିକାରୀ ହେଉଛନ୍ତି ଅନ୍ୟତମ। ଯିଏ ପ୍ରଥମେ ବିଧାନସଭାରେ ଦଳର ଆସନ ସଂଖ୍ୟା ୩ ରୁ ୭୭ ବୃଦ୍ଧି କରିଥିଲେ। ଆଉ ଏବେ ଦୁଇ-ତୃତୀୟାଂଶ ବହୁମତ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
Suvendu Adhikari Political Journey: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଛି ବିଜେପି। ଦଳର ଏହି ଆଶ୍ଚର୍ଯ୍ୟଚକିତ ପ୍ରଦର୍ଶନ ପରେ ଚର୍ଚ୍ଚାକୁ ଆସିଛି ପଶ୍ଚିମବଙ୍ଗ ବିଜେପିର ପୁରୁଖା ଚେହେରା ଶୁଭେନ୍ଦୁ ଅଧିକାରୀ। ଯାହାକୁ ଗତ ୨୦୨୧ ବିଧାନସଭା ନିର୍ବାଚନ ପରେ ଦଳ ବିରୋଧି ଦଳ ନେତା ଆସନରେ ବସାଇଥିଲା।
ଯିଏ ଏବେ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉଭା ହୋଇଛନ୍ତି।
ନିଜର ରାଜନୈତିକ ଇନିଂସ୍ ରେ ବେଶ ଲମ୍ବା ପାଳି ଖେଳି ସାରିଛନ୍ତି ଶୁଭେନ୍ଦୁ ଅଧିକାରୀ। ଯିଏ ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପୋଷ୍ଟର ବୟ ପାଲଟି ଯାଇଥିଲେ। ବିରୋଧି ଦଳ ନେତା ପଦଭାର ଗ୍ରହଣ କରିସାରିବା ପରେ ଶୁଭେନ୍ଦୁ ଅଧିକାରୀ ଟିଏମସି ସରକାରକୁ ସନ୍ଦେଶଖାଲି, ଦୁର୍ଗାପୂଜା ସମୟରେ ହାୱଡ଼ା-ଉଲୁବେରିଆ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ, ଆର.ଜି କର ହସ୍ପିଟାଲ ଘଟଣା ପ୍ରଭୃତି ପ୍ରସଙ୍ଗରେ ଶାଣିତ ସ୍ୱରରେ ଆକ୍ରମଣ କରିଥିଲେ।
ଗତ ନିର୍ବାଚନରେ ମମତା ବାନାର୍ଜୀଙ୍କୁ ଦେଇଥିଲେ ଚେକମେଟ୍
ଗତ ୨୦୨୧ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ପାରମ୍ପରିକ ସିଟ୍ ଭବାନୀପୁର ଛାଡି ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ କୁହାଯାଉଥିବା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ନିର୍ବାଚନୀ ପ୍ରତିଯୋଗିତା ଅପେକ୍ଷା ଅଧିକ ପ୍ରତିଷ୍ଠା ଏବଂ ଅହଂକାରର ଯୁଦ୍ଧ ହୋଇଗଲା। ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କରି ଶୁଭେନ୍ଦୁ ଅଧିକାରୀ ସମଗ୍ର ଦେଶକୁ ଚକିତ କରି ଦେଇଥିଲେ। ଏହି ବିଜୟ ତାଙ୍କୁ ରାତାରାତି ପଶ୍ଚିମବଙ୍ଗ ବିଜେପିର ସବୁଠାରୁ ବଡ଼ ଚେହେରା ଭାବେ ପରିଚୟ ଦେଇଥିଲା। ଏହା ପରେ ବିଜେପି ତାଙ୍କୁ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧି ଦଳର ନେତା ଆସନରେ ବସାଇଥିଲା।
ମୁଖ୍ୟମନ୍ତ୍ରୀ ହେବେ କି ଶୁଭେନ୍ଦୁ ଅଧିକାରୀ?
ଗତ ୨୦୨୧ ବିଧାନସଭା ନିର୍ବାଚନ ପର ଠାରୁ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ବିଜେପିର ସବୁଠାରୁ ବଡ଼ ଚେହେରା ଭାବେ ଉଭା ହୋଇ ସାରିଛନ୍ତି। ତାଙ୍କର ମମତା ବାନାର୍ଜୀଙ୍କ ସହ ଚାଲିଥିବା ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ବର୍ତ୍ତମାନ ସମସ୍ତଙ୍କ ନଜର ନନ୍ଦିଗ୍ରାମର ଏହି ନାୟକଙ୍କ ଉପରେ ରହିଛି। ଯିଏ ପ୍ରଥମେ ନନ୍ଦିଗ୍ରାମ ଆନ୍ଦୋଳନ ବେଳେ ପ୍ରଥମେ ବାମପନ୍ଥୀ ସରକାରକୁ ପରାସ୍ତ କରିଥିଲେ। ପରେ ପଶ୍ଚିମବଙ୍ଗରେ ୧୫ ବର୍ଷ ସରକାର ଚଳାଇଥିବା ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ ଦେଇ ପଶ୍ଚିମବଙ୍ଗରେ ବିଜେପିକୁ ବିଜୟ ମୁକୁଟ ପିନ୍ଧାଇଥିଲେ।
କାହିଁକି ଛାଡି଼ଲେ ଟିଏମସି?
ଗତ ୨୦୧୬ ବିଧାନସଭା ନିର୍ବାଚନ ପରେ କେତେକ ଘଟଣାକୁ ନେଇ ଟିଏମସି ସରକାର ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଥିଲା। ହେଲେ ୨୦୧୯ ଲୋକସଭା ନିର୍ବାଚନ ପରେ ନାଟକୀୟ ଢଙ୍ଗରେ ରାଜ୍ୟର ରାଜନୈତିକ ପାଣିପାଗରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଗତ ଲୋକସଭା ନିର୍ବାଚନରେ ବିଜେପିର ଅପ୍ରତ୍ୟାଶିତ ପ୍ରଦର୍ଶନ ଟିଏମସି ନିଦ ଉଡ଼ାଇ ଦେଇଥିଲା। ଏହି ନିର୍ବାଚନ ପରେ ଦଳୀୟ ସଙ୍ଗଠନରେ ମମତା ବାନାର୍ଜୀଙ୍କ ପୁତୁରା ଭଣଜା ଅଭିଷେକ ବାନାର୍ଜୀଙ୍କ ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଥିଲା। ସେତେବଳେ ଶୁଭେନ୍ଦୁ ଅଧିକାରୀଙ୍କ ଭଳି ତୃଣମୂଳ ସ୍ତରର ନେତା ଅନୁଭବ କରିବାକୁ ଲାଗିଲେ ଯେ ଦଳରେ କର୍ପୋରେଟ୍ ଶୈଳୀର ହସ୍ତକ୍ଷେପ ତାଙ୍କ ଭଳି ଦଳର ପୁରୁଖା ଚେହେରାକୁ ଅବହେଳିତ କରୁଛି। ଏହାକୁ ନେଇ ଆସନ୍ତୋଷ ତେଜିବାରେ ଲାଗିଥିଲା। ଶେଷରେ ୨୦୨୦ ନଭେମ୍ବରରେ ସେ ମମତା ବାନାର୍ଜୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଟିଏମସି ପାଖରୁ ଅଲଗା ହୋଇ ଯାଇଥିଲେ। ଶେଷରେ ୨୦୨୦ ଡିସେମ୍ବରରେ ଶୁଭେନ୍ଦୁ ଅଧିକାରୀ ଉଭୟ ଦଳ (ଟିଏମସି) ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ୨୦୨୦ ଡିସେମ୍ବର ୧୯ ତାରିଖରେ, ସେ ମେଦିନୀପୁର ଛାରେ ଅମିତ ଶାହଙ୍କ ରାଲିରେ ଆନୁଷ୍ଠାନିକ ଭାବେ ବିଜେପି ହାତ ଧରିଥିଲେ। ଯାହା ଟିଏମସି ପାଇଁ ଏକ ବଡ଼ ଝଟକା ଥିଲା। କାରଣ ଏହା ପରେ ଦଳର ଜଣେ ପୁରୁଖା ଚେହେରା ଭାବେ ବିଜେପି ପାଇଁ ପଶ୍ଚିମବଙ୍ଗରେ କ୍ଷମତାର ଦ୍ୱାର ଖୋଲି ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Suvendu AdhikariSuvendu Adhikari BJPWest Bengal Election Results 2026Bengal Saffron SurgeBJP Majority West BengalNandigram Giant KillerSuvendu Adhikari Brahmin LeaderHow BJP won Bengal 2026Suvendu Adhikari vs Mamata BanerjeeTMC Defection ImpactBooth-level management Bengal BJPSuvendu Adhikari Leadership