Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶୁଭେନ୍ଦୁ ଅଧିକାରୀଙ୍କ କ୍ୟାବିନେଟ ସମ୍ପ୍ରସାରଣ; ପଶ୍ଚିମବଙ୍ଗ ମନ୍ତ୍ରିମଣ୍ଡଳରେ ୩୫ ନୂଆ ଚେହେରା

Politics

WB Cabinet Expansion / ଶୁଭେନ୍ଦୁ ଅଧିକାରୀଙ୍କ କ୍ୟାବିନେଟ ସମ୍ପ୍ରସାରଣ; ପଶ୍ଚିମବଙ୍ଗ ମନ୍ତ୍ରିମଣ୍ଡଳରେ ୩୫ ନୂଆ ଚେହେରା

Debashree Debasmita Sahoo
Browse all articles by Debashree Debasmita Sahoo
·3 hours ago·3 min read
ଶୁଭେନ୍ଦୁ ଅଧିକାରୀଙ୍କ କ୍ୟାବିନେଟ ସମ୍ପ୍ରସାରଣ; ପଶ୍ଚିମବଙ୍ଗ ମନ୍ତ୍ରିମଣ୍ଡଳରେ ୩୫ ନୂଆ ଚେହେରା
West Bengal Cabinet Expansion

Key Points

ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ
ଆଜି ପଦ ଓ ଗୋପନୀୟତାର ଶପଥ ନେଲେ ୩୫ ନୂଆ ମନ୍ତ୍ରୀ
ଆଜି ପଶ୍ଚିମବଙ୍ଗ କ୍ୟାବିନେଟ୍ ସମ୍ପ୍ରସାରଣ । ଶୁଭେନ୍ଦୁ ଅଧିକାରୀ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୩୫ ଜଣ ନୂତନ ମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବ କୋଲକାତାର ଲୋକଭବନରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ଆର.ଏନ ରବି ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗତ ସପ୍ତାହରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ପଶ୍ଚିମବଙ୍ଗ ବିଜେପି ସଭାପତି ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ୩୫ ଜଣ ନୂତନ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଥିଲେ । ତେବେ ଆଜି ଏହି ୩୫ ଜଣ ବିଜେପି ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଆଜି ନୂତନ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି ।

ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବା ପରେ ପ୍ରଥମେ ଅର୍ଜୁନ ସିଂହ, ତାପସ ରାୟ, ଶରଦାବତ ମୁଖାର୍ଜୀ, ଜଗନ୍ନାଥ ଚଟ୍ଟୋପାଧ୍ୟାୟ ଏବଂ ଶଙ୍କର ଘୋଷ ପ୍ରଥମେ ଶପଥ ଗ୍ରହଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ, ବିଜେପି ବିଧାୟକ ଦୀପକ ବର୍ମନ, ମନୋଜ ଓରାଓ ଏବଂ ଗୌରୀ ଶଙ୍କର ଘୋଷ ଶପଥ ଗ୍ରହଣ କରିଛନ୍ତି ।

  • ମନ୍ତ୍ରୀ ହେଲେ ଅଶୋକ ଡିଣ୍ଡା ଏବଂ ସ୍ୱପନ ଦାସଗୁପ୍ତା
ବିଧାୟକ ସ୍ଵପନ୍ ଦାସଗୁପ୍ତା ଏବଂ ଦୁଧ କୁମାର ମଣ୍ଡଳ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଜୁଏଲ ମୁର୍ମୁ, ଅଶୋକ ଡିଣ୍ଡା ଏବଂ ଆନନ୍ଦମୟ ବର୍ମନ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେହିପରି ବିଜେପି ବିଧାୟକ କୌଶିକ ଚୌଧୁରୀ, ଗାର୍ଗୀ ଦାଶ ଘୋଷ, ଭାସ୍କର ଭଟ୍ଟାଚାର୍ଯ୍ୟ, ଦିବାକର ଘରାମି, ସୁମନା ସରକାର ମଧ୍ୟ ଶୁଭେନ୍ଦୁ ଅଧିକାରୀ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାରରେ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

  • ସ୍ୱାଧୀନ ଦାୟିତ୍ୱରେ ଏମାନେ
ଶୁଭେନ୍ଦୁ ସରକାରରେ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ କିଛି ବିଜେପି ବିଧାୟକ ଶପଥ ନେଇଛନ୍ତି । ମାଳତୀ ରମା ରାୟ, ରାଜେଶ ଏବଂ ଇନ୍ଦ୍ରନୀଲ ଖାନ ସ୍ୱାଧୀନ ଦାୟିତ୍ୱରେ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ କ୍ୟାବିନେଟରେ ଶାନ୍ତନୁ ପ୍ରମାଣିକ, ପୂର୍ଣ୍ଣିମା ଚକ୍ରବର୍ତ୍ତୀ, ଉମେଶ ରାୟ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।

  • ମେ ୯ରେ ଏମାନେ ହୋଇଥିଲେ ମନ୍ତ୍ରୀ
୩୫ ଜଣ ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସହିତ ରାଜ୍ୟ ମନ୍ତ୍ରିମଣ୍ଡଳରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଗୋଟିଏ ରାଜ୍ୟରେ ସର୍ବାଧିକ ମନ୍ତ୍ରୀଙ୍କ ସଂଖ୍ୟା ବିଧାନସଭାର ମୋଟ ସଦସ୍ୟଙ୍କ ସଂଖ୍ୟାର ୧୫ ପ୍ରତିଶତ ହୋଇପାରେ, ତେଣୁ ଆହୁରି ୩ ଜଣ ମନ୍ତ୍ରୀଙ୍କୁ ଯୋଡାଯିବା ପାଇଁ ସ୍ଥାନ ରହିଛି । ମେ ୯ ତାରିଖରେ, ସ୍ୱାଧୀନତା ପରେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ସରକାରଙ୍କ ୬ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ଅଗ୍ନିମିତ୍ର ପାଲ, ଦିଲୀପ ଘୋଷ, ନିଶିଥ ପ୍ରମାଣିକ, ଅଶୋକ କୀର୍ତ୍ତନିଆ ଏବଂ ଖୁଦିରାମ ଟୁଡୁ ସାମିଲ ।

ପଢନ୍ତୁ ଏହି ଖବର: OBCରୁ ଆଦିବାସୀ ନେତା ଯାଏଁ; CM ଶୁଭେନ୍ଦୁଙ୍କ ସହ ୫ ମନ୍ତ୍ରୀ ନେଲେ ଶପଥ

  • ଖୁବଶୀଘ୍ର ବୈଠକ ଡାକିବେ ଶୁଭେନ୍ଦୁ
ଶପଥ ଗ୍ରହଣ ଉତ୍ସବ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ବିଭିନ୍ନ ସଂଗଠନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସହିତ ସମାନ ଭାବରେ ବର୍ତ୍ତମାନର ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (DA) ପ୍ରଦାନ କରିବା ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବକେୟା ଦରମା ପ୍ରଦାନ କରିବା ବିଷୟରେ ଆଲୋଚନା ହେବ । ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ୨୦୭ଟି ଆସନ ଜିତି ଏକ ବଡ଼ ବିଜୟ ହାସଲ କରିଛି । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫାଲଟା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ପୁନଃନିର୍ବାଚନରେ ​​ବିଜୟୀ ହେବା ପରେ ଦଳର ସଂଖ୍ୟା ୨୦୮କୁ ବୃଦ୍ଧି ପାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suvendu Adhikari's Cabinet Expands, 35 BJP MLAs Take Oath as Ministers | Argus News