Videos
|
Politics

Mamata Banerjee Leg Injury 2021 / ନିର୍ବାଚନ ବେଳେ ଗୋଡ଼ରେ ଆଘାତ ଲାଗିବା ଘଟଣା; ମମତା ବାନାର୍ଜୀଙ୍କ ବିରୋଧରେ ହେବ ତଦନ୍ତ

Subhramjit Ray
Browse all articles by Subhramjit Ray
·53 mins ago·3 min read
ନିର୍ବାଚନ ବେଳେ ଗୋଡ଼ରେ ଆଘାତ ଲାଗିବା ଘଟଣା; ମମତା ବାନାର୍ଜୀଙ୍କ ବିରୋଧରେ ହେବ ତଦନ୍ତ
Mamata Banerjee Leg Injury 2021

Key Points

ନନ୍ଦିଗ୍ରାମ ଉପନିର୍ବାଚନ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ୯ ତାରିଖରେ ଘୋଷଣା କରାଯିବ। ଗତ ୨୦୨୧ ବିଧାନସଭା ନିର୍ବାଚନ ସମୟରେ ଦଳୀୟ ପ୍ରଚାର କରିବା ସମୟରେ ଆହତ ହୋଇଥିଲେ ମମତା ବାନାର୍ଜୀ।
ନିର୍ବାଚନ ବେଳେ ଆହତ ହେବା ଘଟଣାରେ ମମତା ବାନାର୍ଜୀଙ୍କ ତଦନ୍ତ କରିବେ ପଶ୍ଚିମବଙ୍ଗ ସରକାର। ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମମତା ବାନାର୍ଜୀ ଗତ ୨୦୨୧ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗି ଥିବା ନେଇ ମିଥ୍ୟା ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ତାଙ୍କ ସରକାର ମମତା ବାନାର୍ଜୀଙ୍କ ଏହି ମିଥ୍ୟା ଦାବି ଉପରେ ଏକ ନୂତନ ତଦନ୍ତ ଆରମ୍ଭ କରିବ। ରାଜ୍ୟ ସଚିବାଳୟ "ନବାନ୍ନ" ଠାରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ ଦାବି କରିଛନ୍ତି ଯେ ମମତା ବାନାର୍ଜୀ ଗତ ଥରର ବିଧାନସଭା ନିର୍ବାଚନ ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିବାର ମିଥ୍ୟା କରିଥିଲେ।

ଦାବିକୁ ସମର୍ଥନ କରିବା ପାଇଁ ଉପସ୍ଥାପିତ କରିଥିଲେ ଡାକ୍ତରୀ ରିପୋର୍ଟ
ବାଙ୍ଗୁର ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋସାଇନ୍ସ ଦ୍ୱାରା ଜାରି ହୋଇଥିବା ମମତା ବାନାର୍ଜୀଙ୍କ ଡାକ୍ତରୀ ରିପୋର୍ଟ ଦେଖାଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୨୦୨୧ ବିଧାନସଭା ନିର୍ବାଚନ ସମୟରେ ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରେ କରିବା ପ୍ରଚାର ସମୟରେ ମମତା ବାନାର୍ଜୀ ତାଙ୍କ ଗୋଡ଼ରେ ଆଘାତ ଲାଗି ଥିବା ନେଇ ମିଥ୍ୟା କରିଥିଲେ। ଆମ ପାଖରେ ଡାକ୍ତରୀ ରିପୋର୍ଟ ଅଛି। ଯେଉଁଥିରେ କୁହାଯାଇଛି ଯେ ହାଡ଼ ଭାଙ୍ଗିଯାଇଥିବାର କୌଣସି ପ୍ରମାଣ ନାହିଁ। ଆମେ ଏହି ଘଟଣାର ତଦନ୍ତ କରିବୁ। ତାଙ୍କର ମିଥ୍ୟା ଅଭିଯୋଗ ନନ୍ଦିଗ୍ରାମ ଲୋକଙ୍କୁ ଅପମାନିତ କରିଛି। ଆସନ୍ତା ୯ ତାରିଖ ପରେ ମୁଁ ଏ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରିବି। ମୁଁ ଗତକାଲି କରିଥିବା ମୋ ଦାବିର ସମର୍ଥନରେ ଏକଥା କହୁଛି।

ଏହା ସହ ପଢନ୍ତୁ: ମମତା ବାନାର୍ଜୀଙ୍କ ସଭାକୁ ଯାଉଥିବା ଟିଏମସି ବିଧାୟକଙ୍କ ଉପରକୁ ଅଣ୍ଡମାଡ଼; ଭାଙ୍ଗିଗଲା ଗାଡ଼ିର କାଚ

କ'ଣ ରହିଥିଲା ସମ୍ପୂର୍ଣ୍ଣ ଘଟଣାକ୍ରମ?
ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନରେ ଆସନ୍ତା ଅକ୍ଟୋବର ୬ ତାରିଖରେ ଅନୁଷ୍ଠିତ ହେଉଛି ଉପନିର୍ବାଚନ। ଏହି ନିର୍ବାଚନ ଫଳାଫଳ ଆସନ୍ତା ଅକ୍ଟୋବର ୯ ତାରିଖରେ ଘୋଷଣା କରାଯିବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ-୨ ବ୍ଲକ ସ୍ଥିତ ବିରୁଲିଆ ବଜାର ଠାରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ଏହି ଦାବି କରିଥିଲେ। ଯେଉଁଠାରେ ୫ ବର୍ଷ ପୂର୍ବେ ମମତା ବାନାର୍ଜୀ ଆହତ ହୋଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାନାର୍ଜୀ ୨୦୨୧ ମାର୍ଚ୍ଚ ୧୦ ତାରିଖରେ ପ୍ରଚାର କରିବା ସମୟରେ ନନ୍ଦିଗ୍ରାମ ସ୍ଥିତ ବିରୁଲିଆ ସ୍ଥିତ ରେୟାପାରା ଅଞ୍ଚଳରେ ତାଙ୍କ ବାମ ଗୋଡ ଏବଂ ଅଣ୍ଟାରେ ଆଘାତ ଲାଗିଥିଲା। ମମତା ବାନାର୍ଜୀ ପ୍ରଥମେ କହିଥିଲେ ଯେ କିଛି ଅଜଣା ଲୋକ ତାଙ୍କୁ ଜାଣିଶୁଣି ତାଙ୍କ ଖୋଲା ହୋଇଥିବା "କାର ଡୋର" (Car Door) ପାଖକୁ ତାଙ୍କୁ ଠେଲି ଦେଇଥିଲେ। ଯାହା ଫଳରେ ତାଙ୍କ ବାମ ଗୋଡ଼ରେ ଜୋରରେ ଆଘାତ ଲାଗିଥିଲା। ପ୍ରବଳ ଭିଡ଼ ମଧ୍ୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ଏହା ପରେ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ମମତା ବାନାର୍ଜୀ କହିଥିଲେ ଯେ ଯେତେବେଳେ ସେ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରୁଥିଲେ, ଏକ ବଡ଼ ଭିଡ଼ ମାଡ଼ି ଆସି ତାଙ୍କ କାର ସହ ଧକ୍କା ହୋଇଥିଲା ଯାହା ଫଲରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହ୍ୱିଲଚେୟାର ଉପରେ ବସି ନିର୍ବାଚନ ପ୍ରଚାର କରିଥିଲେ ମମତା ବାନାର୍ଜୀ
ମମତା ବାନାର୍ଜୀଙ୍କ ବାମ ଗୋଡ଼ ଏବଂ ପାଦ ହାଡ଼ରେ ଆଘାତ ଲାଗିଥିବାର କୁହାଯାଇଥିଲା। ଏହା ସହିତ ତାଙ୍କ ଡାହାଣ କାନ୍ଧ, ଉପର ହାତ, ବେକ ଏବଂ ଅଣ୍ଟାରେ ଆଘାତ ଲାଗିଥିଲା। ଏହା ପରେ ତୁରନ୍ତ ତାଙ୍କୁ ତୁରନ୍ତ ରାଜଧାନୀ କୋଲକାତା ଫେରାଇ ଅଣାଯାଇଥିଲା। ସରକାରୀ SSKM ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ଅନେକ ପରୀକ୍ଷା ପରେ, ତାଙ୍କୁ ମାର୍ଚ୍ଚ ୧୨ ତାରିଖରେ ଡିସଚାର୍ଜ କରାଯାଇଥିଲା। ତାଙ୍କ ବାମ ଗୋଡରେ ପ୍ଲାଷ୍ଟର କରାଯାଇଥିଲା। ଗତ ୨୦୨୧ ବିଧାନସଭା ନିର୍ବାଚନରେ ସେ ହ୍ୱିଲଚେୟାର ଉପରେ ବସି ନିର୍ବାଚନ ପ୍ରଚାର କରିଥିଲେ।