Tamil Nadu Shocker / ଟ୍ରେଣ୍ଡରେ ହାରୁଥିବା ଦେଖି DMK ମୁଖ୍ୟାଳୟରୁ ଖୋଲାଗଲା ଟେଣ୍ଟ, ବହୁମତ ମୁହାଁ TVK
·1 hour ago·2 min read

Key Points
ତାମିଲନାଡ଼ୁରେ କ୍ଷମତାସୀନ ଡିଏମ୍କେ ତୃତୀୟ ସ୍ଥାନକୁ ଖସିବା ଦେଖି ସମର୍ଥକ ନିରାଶ ହୋଇ ପଡ଼ିଛନ୍ତି । ଦଳୀୟ ମୁଖ୍ୟାଳୟରେ ବନ୍ଧା ଯାଇଥିବା ଟେଣ୍ଟକୁ ଖୋଲି ଦିଆ ଯାଉଥିବା ଦେଖିବାକୁ ମିଳିଛି ।
ଚେନ୍ନାଇ: ଏକଜିଟ୍ ପୋଲ୍, ରାଜନୈତିକ ସମୀକ୍ଷକଙ୍କ ଆକଳନ ଫେଲ୍ ହୋଇଛି । ତାମିଲନାଡ଼ୁର ଟ୍ରେଣ୍ଡିଂ କହୁଛି ଏଥର ହେବ ପରିବର୍ତ୍ତନ । ଆଗୁଆ ବିଜୟ ଖୁସିରେ ଷ୍ଟାଲିନ୍ଙ୍କ DMK ମୁଖ୍ୟାଳୟରେ ଟେଣ୍ଟ ବନ୍ଧା ଯାଇଥିଲା, ଏବେ ତାହାକୁ ଖୋଲି ନିଆ ଯାଉଛି । ଦିନ ୧୧ଟା ୪୦ ସୁଦ୍ଧା ଡିଏମ୍କେ ଗଣତି ଟ୍ରେଣ୍ଡରେ ତୃତୀୟ ସ୍ଥାନରେ ରହିଛି ।
ତାମିଲନାଡ଼ୁରେ କ୍ଷମତାସୀନ ଡିଏମ୍କେ ତୃତୀୟ ସ୍ଥାନକୁ ଖସିବା ଦେଖି ସମର୍ଥକ ନିରାଶ ହୋଇ ପଡ଼ିଛନ୍ତି । ଦଳୀୟ ମୁଖ୍ୟାଳୟରେ ବନ୍ଧା ଯାଇଥିବା ଟେଣ୍ଟକୁ ଖୋଲି ଦିଆ ଯାଉଥିବା ଦେଖିବାକୁ ମିଳିଛି । ୨୩୪ଟି ଆସନ ବିଶିଷ୍ଟ ତାମିଲନାଡ଼ୁରେ ଏପ୍ରିଲ୍ ୨୩ରେ ହୋଇଥିଲା ମତଦାନ ।
ଏଥିସହ ପଢ଼ନ୍ତୁ: TVK ଯାଦୁ ଆଗରେ DMK ଫିକା; ତାମିଲନାଡ଼ୁରେ ହୋଇପାରେ ଝୁଲା ବିଧାନସଭା
୧୦୭ ଆସନରେ ଟିଭିକେ ଆଗୁଆ
ବିଜୟ ଥାଲାପତିଙ୍କ TVK ଏବେ ଟ୍ରେଣ୍ଡିଂରେ ଆଗୁଆ ରହିଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ଦିନ ୧୧ଟା ସୁଦ୍ଧା ଟିଭିକେ ୧୦୭ଟି ଆସନରେ ଆଗୁଆ ଚାଲିଥିବା ବେଳେ ଏଆଇଡିଏମ୍କେ ୬୪ଟି ଓ ଡିଏମ୍କେ ୪୧ଟି ସିଟ୍ରେ ଲିଡ୍ କରୁଛି ।
ତାମିଲନାଡ଼ୁ ରାଜନୀତିରେ ବଡ଼ ଅଦଳ ବଦଳ ଦେଖିବାକୁ ମିଳୁଛି । ଅଭିନେତାରୁ ରାଜନେତା ସାଜିଥିବା ବିଜୟଙ୍କ TVKର ଦବଦବା ଦେଖିବାକୁ ମିଳିଛି । ପ୍ରଥମ ନିର୍ବାଚନରେ TVK ଟ୍ରେଣ୍ଡିଂରେ ଶହେ ପାର୍ କରି ରାଜ୍ୟର ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି ।
ଯଦି ଏହି ଟ୍ରେଣ୍ଡ୍, ରେଜଲ୍ଟରେ ପରିଣତ ହୁଏ ତାହାଲେ ତାମିଲନାଡ଼ୁରେ ବିଜୟ ସେହି ଇତିହାସ ଦୋହରାଇବେ । ଯାହା ୧୯୬୭ରେ ସି.ଏନ୍. ଅନ୍ନଦୁରାଈ ଓ ୧୯୭୭ର ଏମ୍.ଜି. ରାମଚନଦ୍ରନ (MGR) ରଚିଥିଲେ । ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ନିଜ ସିଟ୍ କୋଲାଥୁରରେ ଟିଭିକେର ବି.ଏସ୍.ବାବୁଙ୍କ ଠାରୁ ପଛୁଆ ରହିଛନ୍ତି ।
ଏଥିସହ ପଢ଼ନ୍ତୁ: ତାମିଲନାଡୁରେ ଡୁବିଲା DMK, ୩୪ରୁ ୩୧ ମନ୍ତ୍ରୀ ପଛୁଆ...ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ବି ପଛରେ
କ'ଣ କହିଥିଲା ଏକଜିଟ୍ ପୋଲ ?
ଆକ୍ସିସ୍ ମାଇଁ ଇଣ୍ଡିଆ ଅନୁସାରେ, ତାମିଲନାଡ଼ୁ ବିଧାନସଭାର ମୋଟ ଆସନ ସଂଖ୍ୟା ୨୩୪ । ବହୁମତ ହେଉଛି ୧୧୮ । ଏକଜିଟ୍ ପୋଲ ଅନୁସାରେ, ଟିଭିକେ ୯ରୁ ୨୦ଟି ଆସନ ପାଇବ । ଡିଏମକେ ୯୨ରୁ ୧୧୦ ଏବଂ ଏଆଇଡିଏମକେ ଓ ସହଯୋଗୀ ୨୨ରୁ ୨୩ଟି ଆସନ ଜିତି ପାରନ୍ତି ।
ସେହିଭଳି ଜେଭିସିର ଆକଳନ କହୁଛି, ତାମିଲନଡ଼ରେ ଏଆଇଡିଏମକେ ଓ ସହଯୋଗୀ ୧୨୮ରୁ ୧୪୭ ଆସନ ଜିତିବେ । ଟିଭିକେ ୮ରୁ ୧୫ଟି ଏବଂ ଡିଏମକେ ୭୫ରୁ ୯୫ଟି ଆସନ ହାତେଇ ପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories