Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - TVK ଯାଦୁ ଆଗରେ DMK ଫିକା; ତାମିଲନାଡ଼ୁରେ ହୋଇପାରେ ଝୁଲା ବିଧାନସଭା

Politics

Vijay Wave in Tamil Nadu / TVK ଯାଦୁ ଆଗରେ DMK ଫିକା; ତାମିଲନାଡ଼ୁରେ ହୋଇପାରେ ଝୁଲା ବିଧାନସଭା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
TVK ଯାଦୁ ଆଗରେ DMK ଫିକା; ତାମିଲନାଡ଼ୁରେ ହୋଇପାରେ ଝୁଲା ବିଧାନସଭା
TVK Ahead, Stalin Faces Tough Fight

Key Points

ତାମିଲନାଡ଼ୁରେ ବଦଳିପାରେ ସରକାର । ଦିନ ୧୧ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡିଂ ତାମିଲନାଡ଼ୁରେ କ୍ଷମତା ପରିବର୍ତ୍ତନ ହେଉଥିବା ସଂକେତ ଦେଉଛି । ଶାସନ ଗାଦିରେ ଥିବା ଷ୍ଟାଲିନ୍‌ଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜୟ ।
ଚେନ୍ନାଇ: ଆସୁଛି ରେଜଲ୍ଟ, ବଢୁଛି ଉତ୍କଣ୍ଠା । ତାମିଲନାଡ଼ୁରେ ବଦଳିପାରେ ସରକାର । ଦିନ ୧୧ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡିଂ ତାମିଲନାଡ଼ୁରେ କ୍ଷମତା ପରିବର୍ତ୍ତନ ହେଉଥିବା ସଂକେତ ଦେଉଛି । ଶାସନ ଗାଦିରେ ଥିବା ଷ୍ଟାଲିନ୍‌ଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜୟ ।

ଅଭିନେତାରୁ ରାଜନେତା ପାଲିଟିଥିବା ବିଜୟ ଏବେ ରୂପେଲି ପରଦା ପରେ ରାଜନୀତିରେ ସୁପରଷ୍ଟାର୍ ପାଲଟିଛନ୍ତି । ୨୦୨୪ରେ ବିଜୟ ଅଭିନୟର ସନ୍ୟାସ ନେଇଥିଲେ । ସେତେବେଳେ ବିଜୟଙ୍କ ଏହି ନିଷ୍ପତ୍ତି ତାଙ୍କ ସମର୍ଥକଙ୍କ ଝଟ୍‌କା ଦେଇଥିଲା ।

ଏଥିସହ ପଢ଼ନ୍ତୁ: ପ୍ରାରମ୍ଭିକ ଟ୍ରେଣ୍ଡରେ ଝଟ୍‌କା ଦେଲା TVK; ତାମିଲନାଡ଼ୁ ରାଜନୀତିର ନୂଆ 'ସୁପରଷ୍ଟାର' ବିଜୟ 

ଏବେ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ଆଉ ଟ୍ରେଣ୍ଡିଂରେ ବିଜୟଙ୍କ TVKର ପ୍ରଦର୍ଶନ ଉତ୍ସାହ ଆଣି ଦେଇଛି । ପୂର୍ବରୁ ତାମିଲନାଡ଼ୁରେ MGR ଓ ଜୟଲଳିତାଙ୍କ ଭଳି ଦୁଇ ଜଣ ପ୍ରସିଦ୍ଧ ତାରକା ମୁଖ୍ୟମନ୍ତ୍ରୀ ରହି ସାରିଥିବା ବେଳେ ଏବେ ବିଜୟ ଯୁଗ ଆରମ୍ଭ ହେବା ଭଳି ଲାଗୁଛି ।

ତାମିଲନାଡ଼ୁ ନିର୍ବାଚନ ୨୦୨୬ରେ ବିଜୟଙ୍କ TVKର ଡେବ୍ୟୁ ସହ କମାଲ୍ କରିଛି । ତାମିଲନାଡ଼ୁରେ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳୁଛି । ଖବର ଲେଖାଯିବା ବେଳକୁ TVK ଟ୍ରେଣ୍ଡିଂରେ ସବୁଠୁ ଆଗୁଆ ରହିଛି ।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ଦିନ ୧୧ଟା ସୁଦ୍ଧା TVK ୯୯ଟି ଆସନରେ ଆଗୁଆ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କ ଡିଏମ୍‌କେ ୩୭ଟି, ADMK ୬୬ଟି ଆସନରେ ଆଗୁଆ ଚାଲିଛି ।


ଦେଖନ୍ତୁ ଏଠାରେElection Result 2026: ବିଜୟ ଦେଉଛନ୍ତି କଡ଼ା ଟକ୍କର...

ତେବେ ଚୂଡ଼ାନ୍ତ ଫଳ ଆସିବା ବେଳକୁ ସମୀକରଣ ବଦଳିପାରେ । କିନ୍ତୁ ଦିନ ୧୧ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡିଂ ରେଜଲ୍ଟ କହୁଛି, ତାମିଲନାଡ଼ୁରେ ଗଠନ ହୋଇପାରେ ଝୁଲା ବିଧାନସଭା । ଅର୍ଥାତ୍ ସବୁଠୁ ଆଗରେ ଥିବା ବିଜୟଙ୍କ TVK ନେତୃତ୍ଵରେ ହୋଇପାରେ ମେଣ୍ଟ ସରକାର ।

କ'ଣ କହିଥିଲା ଏକଜିଟ୍ ପୋଲ ?

ଆକ୍ସିସ୍ ମାଇଁ ଇଣ୍ଡିଆ ଅନୁସାରେ, ତାମିଲନାଡ଼ୁ ବିଧାନସଭାର ମୋଟ ଆସନ ସଂଖ୍ୟା ୨୩୪ । ବହୁମତ ହେଉଛି ୧୧୮ । ଏକଜିଟ୍ ପୋଲ ଅନୁସାରେ, ଟିଭିକେ ୯ରୁ ୨୦ଟି ଆସନ ପାଇବ । ଡିଏମକେ ୯୨ରୁ ୧୧୦ ଏବଂ ଏଆଇଡିଏମକେ ଓ ସହଯୋଗୀ ୨୨ରୁ ୨୩ଟି ଆସନ ଜିତି ପାରନ୍ତି ।

ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ: ଭବାନୀପୁର ଆସନରୁ ପଛୁଆ ମମତା, ଆଗରେ ଅଛନ୍ତି ଶୁଭେନ୍ଦୁ 

ସେହିଭଳି ଜେଭିସିର ଆକଳନ କହୁଛି, ତାମିଲନଡ଼ରେ ଏଆଇଡିଏମକେ ଓ ସହଯୋଗୀ ୧୨୮ରୁ ୧୪୭ ଆସନ ଜିତିବେ । ଟିଭିକେ ୮ରୁ ୧୫ଟି ଏବଂ ଡିଏମକେ ୭୫ରୁ ୯୫ଟି ଆସନ ହାତେଇ ପାରେ ।

ମାଟ୍ରିଜ୍ ଅନୁସାରେ, ଡିଏମକେ ୧୨୨ରୁ ୧୩୨ଟି ଆସନ, ଏଆଇଡିଏମକେ ୮୭ରୁ ୧୦୦ଟି ଆସନ, ଟିଭିକେ ୧୦ରୁ ୧୨ଟି ଆସନ ହାତେଇପାରେ । ପିପୁଲ୍ସ ପଲ୍ସ ଆକଳନ ଅନୁସାରେ, ଡିଏମକେ ୧୨୫ରୁ ୧୪୫ ଆସନ ହାତେଇବ । ଏଆଇଡିଏକେ ୬୫ରୁ ୮୦ ଏବଂ ଟିଭିକେ ୧୮ରୁ ୨୪ଟି ସିଟରେ ବିଜୟୀ ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TVK Surge in Tamil Nadu: Vijay Leads, DMK Trails in Early Trends | Argus News | Argus News