Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତାମିଲନାଡୁରେ ସରକାର ଗଠନ ନେଇ ସସପେନ୍ସ; ବିଜୟଙ୍କ ପାଖରେ କଣ ଅଛି ବିକଳ୍ପ ?

Politics

Tamil Nadu Govt Suspense / ତାମିଲନାଡୁରେ ସରକାର ଗଠନ ନେଇ ସସପେନ୍ସ; ବିଜୟଙ୍କ ପାଖରେ କଣ ଅଛି ବିକଳ୍ପ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ତାମିଲନାଡୁରେ ସରକାର ଗଠନ ନେଇ ସସପେନ୍ସ; ବିଜୟଙ୍କ ପାଖରେ କଣ ଅଛି ବିକଳ୍ପ ?
Tamil Nadu Govt Suspense

Key Points

ତାମିଲନାଡୁରେ କିଏ ଗଢିବ ସରକାର ?
ସଂଖ୍ୟାଗରିଷ୍ଠତା ପାଇଁ ସଂଘର୍ଷ କରୁଛି TVK
ଏବେ ବିଜୟଙ୍କ ନିକଟରେ କଣ ରହିଛି ବିକଳ୍ପ ?
ତାମିଲନାଡୁରେ ସରକାର ଗଠନ ନେଇ ସସପେନ୍ସ ଜାରି । ଅଭିନେତା ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ ବା TVK ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସଂଖ୍ୟାଗରିଷ୍ଠତା ପାଇଁ ସଂଘର୍ଷ କରୁଛି । ଏକକ ବୃହତ ଦଳ ହୋଇଥିଲେ ବି ଏବେ ବି କ୍ଷମତାଠୁ ଦୂରରେ ବିଜୟ ଥାଲାପତି । ଆଜି ପୁଣି ଥରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜୟ । ତେବେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପରେ ହିଁ ସରକାର ଗଢିପାରିବ ବୋଲି ବିଜୟଙ୍କୁ କହିଛନ୍ତି ତାମିଲନାଡୁ ରାଜ୍ୟପାଳ ।

  • ରାଜ୍ୟପାଳଙ୍କୁ ଭେଟିଲେ ବିଜୟ
ଆଜି ବିଜୟ ରାଜ୍ୟପାଳଙ୍କୁ ଭେଟିଥିଲେ ସତ, କିନ୍ତୁ ଗତକାଲି ପରି ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇନଥିଲେ । ତେବେ ସେ ଯେତେ ଶୀଘ୍ର ୧୧୮ ଜଣ ବିଧାୟକଙ୍କ ସମର୍ଥନ ସହ ଆସିବେ, ସେତେ ଜଲଦି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରିବେ ବୋଲି କହିଛନ୍ତି ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ । ତାମିଲନାଡୁ କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ସତ୍ତ୍ଵେ ବିଜୟ ବହୁମତଠାରୁ ୬ଟି ଆସନ ଦୂରରେ ଅଛନ୍ତି । VCK ଏବଂ ଅନ୍ୟ ଛୋଟ ଦଳଗୁଡ଼ିକ ଏଯାଏଁ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ।

ଗତକାଲି ବି ବିଜୟ ରାଜ୍ୟପାଳଙ୍କୁ ଭେଟି ୧୧୨ ଜଣ ବିଧାୟକଙ୍କ ସମର୍ଥନ ଥିବା ପତ୍ର ପ୍ରଦାନ କରିଥିଲେ । କିନ୍ତୁ ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ରହିଛି ୧୧୮ । ରାଜ୍ୟପାଳ ଆଇନଗତ ପରାମର୍ଶ ଲୋଡ଼ିବା ସହ ବିଜୟଙ୍କୁ ୧୧୮ ଜଣ ବିଧାୟକଙ୍କ ସମର୍ଥନ ସହ ପୁଣିଥରେ ଆସିବାକୁ କହିଛନ୍ତି । ସେପଟେ DMK ମୁଖପାତ୍ର ସରବାନନ୍ ଆନ୍ନାଦୁରାଇ କହିଛନ୍ତି ଯେ ବିଜୟଙ୍କ ଟିଭିକେକୁ ଏକକ ବହୁମତ ମିଳିଥିବାରୁ ରାଜ୍ୟରେ ସରକାର ଗଠନ କରିବା ଲାଗି ଦଳକୁ ପ୍ରଥମ ସୁଯୋଗ ମିଳିବା ଉଚିତ ।

  • ବିଜୟଙ୍କ ପାଖରେ ସୀମିତ ବିକଳ୍ପ
ଯେତେବେଳେ ବିଧାନସଭା ନିର୍ବାଚନରେ କୌଣସି ଗୋଟିଏ ବି ରାଜନୈତିକ ଦଳ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା (Majority) ହାସଲ କରିପାରନ୍ତି ନାହିଁ, ସେତେବେଳେ ତାହାକୁ ହଙ୍ଗ୍ ଆସେମ୍ବଲି ବା ଝୁଲା ବିଧାନସଭା କୁହାଯାଏ । ଏବେ ତାମିଲନାଡୁରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତିଙ୍କ ଦଳ TVK ଏଥର ନିର୍ବାଚନରେ ଏକକ ବହୁମତ ହାସଲ କରିଛି ସତ, କିନ୍ତୁ ମ୍ୟାଜିକ୍ ନମ୍ବର ୧୧୮ ପାଇନାହିଁ । ଏଣୁ ତାମିଲନାଡୁ ରାଜ୍ୟପାଳ ବିଜୟଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ କହିଛନ୍ତି । ଏପରି ସ୍ଥିତିରେ ବିଜୟଙ୍କ ଟିଭିକେ ନିକଟରେ ସ୍ଵଳ୍ପ ବିକଳ୍ପ ରହିଛି ।

ପ୍ରଥମ ବିକଳ୍ପ: ଗୋଟିଏ ହେଉଛି, ଏବେ ଟିଭିକେକୁ ଅଲଗା ରାଜନୈତିକ ଦଳର ସମର୍ଥନର ଆବଶ୍ୟକତା ରହିଛି । କଂଗ୍ରେସ ସମର୍ଥନ ଦେଇସାରିଥିଲେ ସୁଦ୍ଧା ମ୍ୟାଜିକ୍ ନମ୍ବର ୧୧୮ ନିକଟରେ ପହଞ୍ଚିପାରିନାହାନ୍ତି ବିଜୟ । ଏବେ ୨-୨ ସିଟ୍ ଜିତିଥିବା CPI (M) ଓ CPI ଟିଭିକେକୁ ସମର୍ଥନ ଦେବାକୁ ସଙ୍କେତ ଦେଇଛନ୍ତି । ସେପଟେ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ (IUML) ବି ଦୁଇଟି ଆସନରେ ବିଜୟୀ ହୋଇଥିବାବେଳେ ଆଗାମୀ ସରକାରକୁ ସମର୍ଥନ ଦେବ ବୋଲି ସଙ୍କେତ ଦେଇଛି । ଏପରି ଭାବରେ ଟିଭିକେର ମୋଟ ସଂଖ୍ୟା ୧୧୯ରେ ପହଞ୍ଚିପାରେ, ଯାହାକି ମ୍ୟାଜିକ୍ ନମ୍ବରଠୁ ଅଧିକ ।

ଦ୍ଵିତୀୟ ବିକଳ୍ପ
ହେଉଛି, ରାଜ୍ୟପାଳ ଟିଭିକେକୁ ଏକକ ବହୁମତ ହାସଲ ଦଳ ଭାବରେ ସରକାର ଗଠନ ପାଇଁ ନିମନ୍ତ୍ରିତ କରିପାରନ୍ତି ଓ ତା'ପରେ ଟିଭିକେ ରାଜ୍ୟର ଶାସକ ଦଳକୁ ନିଜର ସହଯୋଗୀ ଦଳ କରିବା ପାଇଁ ଅପିଲ୍ କରିପାରେ । କିନ୍ତୁ ଏପରି ହେବା ସହଜ ମନେ ହେଉନି । କାରଣ ଏଯାବତ୍ DMK କିମ୍ବା AIDMK ପକ୍ଷରୁ ଏପରି କୌଣସି ସଙ୍କେତ ମିଳିନାହିଁ । ଆଗକୁ ତାମିଲନାଡୁରେ କିଏ ସରକାର ଗଢିବ ସେନେଇ ସସପେନ୍ସ ଜାରି ରହିଛି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tamil Nadu Government Formation Suspense Intensifies Amid Political Uncertainty | Argus News