Bihar Politics / ବଞ୍ଚି ଥାଉ ଥାଉ ଶ୍ରଦ୍ଧାଞ୍ଜଳି ଦେଇଦେଲେ ବିରୋଧି ଦଳ ନେତା; କେନ୍ଦ୍ରମନ୍ତ୍ରୀ କହିଲେ....
·1 hour ago·2 min read

Key Points
ତେଜସ୍ୱୀ ଯାଦବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ 'ଦଶରଥ ମାଞ୍ଝି' ବଦଳରେ 'ଜିତନ ରାମ ମାଞ୍ଝି'ଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବାର ଦେଖାଯାଉଛି।
Jitan Ram Manjhi vs Tejashwi Yadav: ସଦ୍ୟ ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କ ଏକ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କୁ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବାର ଦେଖିବାକୁ ମିଳୁଛି। ଭାଷଣ ଦେବା ବେଳେ ବିରୋଧି ଦଳ ନେତା କହୁଛନ୍ତି ଜିତନ ରାମ ମାଞ୍ଝିଙ୍କୁ ଶ୍ରଦ୍ଧାଞ୍ଜଳି। ତେଜସ୍ୱୀ ଯାଦବ "ମାଉଣ୍ଟେନ୍ ମ୍ୟାନ୍" ଦଶରଥ ମାଞ୍ଝିଙ୍କ ୧୯ତମ ପୁଣ୍ୟତିଥି ପାଳନ କରିବା ପାଇଁ ଏକ ଆୟୋଜିତ ହୋଇଥିବା ଏକ ସଭାରେ ପହଞ୍ଚିଥିଲେ। ସେ ଭୁଲ ବଶତଃ ଦଶରଥ ମାଞ୍ଝି ବଦଳରେ "ଜିତନ ରାମ ମାଞ୍ଝି" କହିଥିଲେ।
ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ବର୍ତ୍ତମାନର ଗୟା ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି, ବିରୋଧି ଦଳର ନେତାଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ତେଜସ୍ୱୀ ଯାଦବଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି ଯେ, "ଏହା ମନେ ହେଉଛି ଯେ ତାଙ୍କୁ ନିଶା ଛାଡ଼ି ନାହିଁ।
କ'ଣ ରହିଛି ପୁରା ଘଟଣାକ୍ରମ?
"ମାଉଣ୍ଟେନ୍ ମ୍ୟାନ୍" ଦଶରଥ ମାଞ୍ଝିଙ୍କ ୧୯ତମ ପୁଣ୍ୟତିଥି ପାଳନ ପାଇଁ ସୋମବାର (୧୭ ଅଗଷ୍ଟ) ରାଜଧାନୀ ପାଟନା ସ୍ଥିତ ରାଷ୍ଟ୍ରୀୟ ଜନତା ଦଳ (RJD) କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ବିହାର ବିଧାନସଭାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ ଏହି କାର୍ଯ୍ୟକ୍ରମରେ ଅନେକ ଦଳୀୟ ନେତା ଏବଂ କର୍ମୀଙ୍କ ସହିତ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସେ ଦଶରଥ ମାଞ୍ଝିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ହେଲେ ସେ ଭାଷଣ ହେବା ବେଳେ ଦଶରଥ ମାଞ୍ଝି ବଦଳରେ ଜିତନ ରାମ ମାଞ୍ଝି କହି ହେଇଥିଲେ। ହେଲେ ତଥାପି, ସେ ତୁରନ୍ତ ତାଙ୍କର ଭୁଲ ସଂଶୋଧନ କରି ଦଶରଥ ମାଞ୍ଝିଙ୍କ ନାମ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମ ପରେ, ବିରୋଧି ଦଳ ନେତା ତେଜସ୍ୱୀ ଯାଦବ ଦାବି କରିଥିଲେ ଯେ ବିହାର ସରକାର ରାଜଧାନୀ ପାଟନାରେ ଦଶରଥ ମାଞ୍ଝିଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ ଏବଂ ତାଙ୍କ ନାମରେ ଏକ ଆଶ୍ରମ ନିର୍ମାଣ କରନ୍ତୁ।
ଏହା ସହ ପଢନ୍ତୁ: ଜନ୍ମଦିନ ବେଳେ କେକ୍ ଲାଗି ତଳେ ପଡ଼ିଗଲେ ଆରଜେଡ଼ି ନେତା; ଭିଡ଼ିଓ ଭାଇରାଲ
ଭିଡ଼ିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ
ତେଜସ୍ୱୀ ଯାଦବଙ୍କ ଏହି ଭିଡି଼ଓ ଭାଇରାଲ ହେବା ପରେ, କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି ପ୍ରତିକ୍ରିୟା ରଖିଥିଲେ। ସେ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ସେୟାର କରି କହିଛନ୍ତି, "ଯଦି ମଦରେ ନିଶା ଥା'ନ୍ତା, ତାହେଲେ ବୋତଲ ନାଚିବ।" ଲାଗୁଛି ଯେ ଯେପରି ବାବୁ ସାହେବ ରାତିର ନିଶା ଉତୁରି ନାହିଁ। ସେଥିପାଇଁ ସେ ମୋତେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଯଦି ପରିସ୍ଥିତି ନ ବଦଳେ, ତାହେଲେ ଭବିଷ୍ୟତରେ, ବାବୁ ସାହେବ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବ ଏବଂ ରାବ୍ରୀ ଦେବୀଙ୍କୁ ବଞ୍ଚିଥିବା ଅବସ୍ଥାରେ ଶ୍ରଦ୍ଧାଞ୍ଜଳି ଦେଇଦେବେ। ନିଶା ଯେକୌଣସି କାମ କରିପାରେ।

दशरथ मांझी की श्रद्धांजलि सभा में तेजस्वी की जुबान फिसली, जीतन राम मांझी को दे दी श्रद्धांजलि! pic.twitter.com/4dPq66Sj6R
— Sadan Singh Rajput (@SadanJee) August 17, 2026
କ'ଣ ରହିଛି ପୁରା ଘଟଣାକ୍ରମ?
"ମାଉଣ୍ଟେନ୍ ମ୍ୟାନ୍" ଦଶରଥ ମାଞ୍ଝିଙ୍କ ୧୯ତମ ପୁଣ୍ୟତିଥି ପାଳନ ପାଇଁ ସୋମବାର (୧୭ ଅଗଷ୍ଟ) ରାଜଧାନୀ ପାଟନା ସ୍ଥିତ ରାଷ୍ଟ୍ରୀୟ ଜନତା ଦଳ (RJD) କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ବିହାର ବିଧାନସଭାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ ଏହି କାର୍ଯ୍ୟକ୍ରମରେ ଅନେକ ଦଳୀୟ ନେତା ଏବଂ କର୍ମୀଙ୍କ ସହିତ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସେ ଦଶରଥ ମାଞ୍ଝିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ହେଲେ ସେ ଭାଷଣ ହେବା ବେଳେ ଦଶରଥ ମାଞ୍ଝି ବଦଳରେ ଜିତନ ରାମ ମାଞ୍ଝି କହି ହେଇଥିଲେ। ହେଲେ ତଥାପି, ସେ ତୁରନ୍ତ ତାଙ୍କର ଭୁଲ ସଂଶୋଧନ କରି ଦଶରଥ ମାଞ୍ଝିଙ୍କ ନାମ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମ ପରେ, ବିରୋଧି ଦଳ ନେତା ତେଜସ୍ୱୀ ଯାଦବ ଦାବି କରିଥିଲେ ଯେ ବିହାର ସରକାର ରାଜଧାନୀ ପାଟନାରେ ଦଶରଥ ମାଞ୍ଝିଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ ଏବଂ ତାଙ୍କ ନାମରେ ଏକ ଆଶ୍ରମ ନିର୍ମାଣ କରନ୍ତୁ।
ଏହା ସହ ପଢନ୍ତୁ: ଜନ୍ମଦିନ ବେଳେ କେକ୍ ଲାଗି ତଳେ ପଡ଼ିଗଲେ ଆରଜେଡ଼ି ନେତା; ଭିଡ଼ିଓ ଭାଇରାଲ
ଭିଡ଼ିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ
ତେଜସ୍ୱୀ ଯାଦବଙ୍କ ଏହି ଭିଡି଼ଓ ଭାଇରାଲ ହେବା ପରେ, କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି ପ୍ରତିକ୍ରିୟା ରଖିଥିଲେ। ସେ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ସେୟାର କରି କହିଛନ୍ତି, "ଯଦି ମଦରେ ନିଶା ଥା'ନ୍ତା, ତାହେଲେ ବୋତଲ ନାଚିବ।" ଲାଗୁଛି ଯେ ଯେପରି ବାବୁ ସାହେବ ରାତିର ନିଶା ଉତୁରି ନାହିଁ। ସେଥିପାଇଁ ସେ ମୋତେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଯଦି ପରିସ୍ଥିତି ନ ବଦଳେ, ତାହେଲେ ଭବିଷ୍ୟତରେ, ବାବୁ ସାହେବ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବ ଏବଂ ରାବ୍ରୀ ଦେବୀଙ୍କୁ ବଞ୍ଚିଥିବା ଅବସ୍ଥାରେ ଶ୍ରଦ୍ଧାଞ୍ଜଳି ଦେଇଦେବେ। ନିଶା ଯେକୌଣସି କାମ କରିପାରେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories